ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି: ୪୧୯ କିମି ବୁଲିବେ, ୧୧୫ କାର୍ଯ୍ୟକ୍ରମରେ ଯୋଗଦେବେ

0
  • ମନ୍ତ୍ରିମଣ୍ଡଳ ନବକଳେବର ପରେ ପ୍ରଥମ ଥର ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର, ଅଶ୍ବିନୀ
  • ରେଳରେ ବୁଲିବେ ଅଶ୍ବିନୀ, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବେ

ଭୁବନେଶ୍ବର: ରେଳ ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳରେ ବୁଲି ଓଡିଶା ଦେଖିବେ ଅଶ୍ୱିନୀ । ଆସନ୍ତା ୧୯ରେ ଓଡିଶା ଆସିବେ କେନ୍ଦ୍ର ମନ୍ତ୍ରୀ। ୧୯ ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିବା ପରେ ପ୍ରଥମେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।

ଆସନ୍ତା ୨୦ରୁ ରାଜ୍ୟରେ ଆରମ୍ଭ ହେଉଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା। ଏହି ଯାତ୍ରା ସମୟରେ କେନ୍ଦ୍ର ମନ୍ତ୍ରୀ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ
ପହଞ୍ଚିବେ ଏବଂ ଲୋକଙ୍କ ଆର୍ଶୀବାଦ ଲୋଡିବେ। ଏହି ଯାତ୍ରା ସମୟରେ ଅଶ୍ୱିନୀ ବୈଷ୍ଣବ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିଭୂମି କାର୍ଯ୍ୟକ୍ରମର ସମୀକ୍ଷା
କରିବେ। ପଶ୍ଚିଓ ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନକୁ ରେଳରେ ଯିବେ ଅଶ୍ୱିନୀ ବୈଷ୍ଣବ।

ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରେଳମନ୍ତ୍ରୀ ରାୟଗଡା, କୋରାପୁଟ, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି ଗସ୍ତ କରିବେ। ୧୯ ତାରିଖ ସନ୍ଧ୍ୟାରେ ସେ
ରେଳ ଯୋଗେ ରାୟଗଡା ଗସ୍ତରେ ବାହାରିବେ। ୨୦ ତାରିଖ ଦିନ ସକାଳୁ କେନ୍ଦ୍ର ମନ୍ତ୍ରୀ କୋରାପୁଟ ଗସ୍ତ କରି ସେଠାରେ ରାତ୍ରିଯାପନ କରିବେ। ୨୧
ତାରିଖରେ ଜୟପୁର, ନବରଙ୍ଗପୁର ଗସ୍ତ କରି ଭବାନୀପାଟଣାରେ ରାତି ବିତାଇବେ। ଏହା ପରେ ୨୨ ତାରିଖ ସକାଳୁ କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି,
ପାଟଣାଗଡ ଦେଇ ବଲାଙ୍ଗୀରରେ ପହଞ୍ଚିବେ। ୨୨ ତାରିଖ ସନ୍ଧ୍ୟାରେ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରକୁ ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୭ଟି ଜିଲ୍ଲା, ୬ଟି ଲୋକସଭା ଅଞ୍ଚଳ ୧୧୫ଟି ସ୍ଥାନରେ ଅନୁଷ୍ଠିତହେବାକୁ ଥିବା ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବେ।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ। ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ। ରାଜ୍ୟରେ ସମୁଦାୟ ୪୧୯ କିମି ଗସ୍ତ କରିବେ ଉଭୟ ମନ୍ତ୍ରୀ ଏବଂ ୧୧୫ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁ ଟିମ ଗଠନ କରିଛି ରାଜ୍ୟ ବିଜେପି।

Leave A Reply

Your email address will not be published.