ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆସୁଛି ‘ବଡେ ଅଛେ ଲଗତେ ହେଁ’…ହେଲେ ନୂଆ ରୂପରେ..

0

‘ବଡେ ଅଛେ ଲଗତେ ହେଁ’। ଏହି ଟେଲି ଧାରାବାହିକଟି ଯେତିକି ଲୋକପ୍ରିୟ ହୋଇନଥିଲା ତାହା ଟାଇଟେଲ ସଙ୍ଗୀତ ତା’ଠୁ ଅଧିକ ଲୋକ ମୁଖରେ ଥିଲା। ‘ବଡେ ଅଛେ ଲଗତେ ହେଁ’ର ଗୀତକୁ ଆଜି ବି ଲୋକ ମନେ ମନେ ଗୁଣୁ ଗୁଣୁ ହୋଇ ବୋଲନ୍ତି। ଖୁସି ଖବର ହେଉଛି ପୁଣି ପରଦାକୁ ଫେରୁଛି ବିଗତ ଦିନର ଚର୍ଚ୍ଚିତଏହି ଧାରାବାହିକ। ଖୁବଶୀଘ୍ର ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଛି ଏହାର ସିଜିନ ଟୁ।

ପ୍ରାୟ ୧୦ ବର୍ଷ ପରେ ଦର୍ଶକଙ୍କ ମନକୁ ଛୁଇଁଥିବା ଏହି ଧାରାବାହିକଟି ଟିଭି ପରଦାକୁ ଫେରୁଛି। ଏହି ଧାରାବାହିକର ନାମ ସମାନ ରହିଥିଲେ ମଧ୍ୟ ଏହାର କାହାଣୀ ଏବଂ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ନାୟକ ଏବଂ ନାୟିକା ଭିନ୍ନ ରହିଛନ୍ତି। ଏହି ଧାରାବାହିକର ବହୁଚର୍ଚ୍ଚିତ ଯୋଡି ରାମ- ପ୍ରିୟାଙ୍କ (ରାମ କପୁର-ସାକ୍ଷସୀ ତନବର) କେମେଷ୍ଟ୍ରିକୁ ଦର୍ଶକ ସିଜିନ ଟୁରୁ ଦେଖିବାରୁ ବଞ୍ଚିତ ହେବେ। କାରଣ ଏଥର ମୁଖ୍ୟ ଭୂମିକାରେ ନଜରରେ ଆସିବେ ଦୁଇଟି ନୂଆ ଚେହେରା ନକୁଳ ମେହେଟା ଓ ଦିଶା ପରମାର ରାମ ଓ ସାକ୍ସି ଭୂମିକାରେ। ନକୁଲ ଓ ଦିଶାଙ୍କୁ ଏଥିରେ ଦ୍ୱିତୀୟ ଥର ପାଇଁ ଏକାଠି ଦେଖିବାକୁ ମିଳିବ। ନକୁଲ ଓ ଦିଶା ଏହା ପୂର୍ବରୁ ପ୍ୟାର କା ଦର୍ଦ୍ ହେ ମିଠା ମିଠା ପ୍ୟାରା ପ୍ୟାରା ସିରିଅଲରେ ଏକାଠି କାମ କରି ସାରିଛନ୍ତି । ଏହି ଯୋଡିର କମ୍ ବ୍ଯାକ୍‌କୁ ନେଇ ଏମାନଙ୍କ ଫ୍ୟାନ ଉତ୍ସାହିତ ଅଛନ୍ତି।

ଧାରାବାହିକର ନିର୍ମାତା ଏକତା କପୁର ଏ ନେଇ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ଇଂଷ୍ଟ୍ରାଗାମ୍‌ରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ କି ଏହି ଧାରାବାହିକର ପ୍ରଥମ ପ୍ରମୋ ରହିଛି। ପ୍ରଥମ ସିଜିନରେ ଏହି ଧାରାବାହିକର କାହାଣୀ ସହ ଏହାର ମୁଖ୍ୟ ଗୀତଟିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏହି ଗୀତଟିକୁ ଶ୍ରେୟା ଘୋଷାଲ ଗାଇଥିଲେ ଯାହାକି ଆଜି ମଧ୍ୟ ବହୁ ଲୋକଙ୍କ ପସନ୍ଦର ଗୀତ ହୋଇ ରହିଛି। ଦର୍ଶକଙ୍କ ଆଶା ରହିଛି କି ପ୍ରଥମ ସିଜିନ ଭଳି ଏହି ଥର ମଧ୍ୟ ସେମାନଙ୍କୁ କିଛି ନୂଆ ଏବଂ ଭିନ୍ନ ଦେଖିବାକୁ ମିଳିବ।

ଏବେ ଦେଖିବାର ବିଷୟ ଯେ ରାମ ଓ ସାକ୍ସିଙ୍କ ଲୋକପ୍ରିୟତାକୁ ନକୁଳ ଓ ଦିଶାଙ୍କ ଯୋଡି ବଜାୟ ରଖି ପାରୁଛନ୍ତି କି ନାହିଁ।

Leave A Reply

Your email address will not be published.