ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଫଗାନକୁ କବ୍‌ଜାକୁ ନେଇଗଲେ ତାଲିବାନ୍, ବରଦାର ହେବେ ରାଷ୍ଟ୍ରପତି

0

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍‌। ୨୦ ବର୍ଷ ପରେ ପୁଣି ତାଲିବାନ କବଜାରେ ଆଫଗାନିସ୍ତାନ ରାଜଧାନୀ କାବୁଲ। ତାଲିବାନ ବିଦ୍ରୋହୀ ଏବେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇଛନ୍ତି। ରାଷ୍ଟ୍ରପତି ଭବନ ଦଖଲ ନେଇ ଦାବି କରିଛନ୍ତି ତାଲିବାନ କମାଣ୍ଡର।

ସେପଟେ ରାଷ୍ଟ୍ରପତି ଅସରଫ ଘନି ଗାଦି ଛାଡିବା ପରେ ଦେଶ ବି ଛାଡିଦେଇଛନ୍ତି। ନିଜ ସହଯୋଗୀଙ୍କ ସହ ସେ ତାଜକିସ୍ତାନ ପଳାଇଥିବା ସୂଚନା ରହିଛି। ରକ୍ତପାତକୁ ଏଡାଇବାପାଇଁ ଅସରଫ ଘନି ଗାଦି ଛାଡିଥିବା କହିଛନ୍ତି। ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି କମାଣ୍ଡର ଅବଦୁଲ୍ ଗନି ବରଦାର ହେବେ ବୋଲି କୁହାଯାଉଛି।

ଅନ୍ୟ ଏକ ଘଟଣା କ୍ରମରେ ଆଫଗାନିସ୍ତାନ ଛାଡି ନଯିବାକୁ ଲୋକଙ୍କୁ ଅପିଲ କରିଛନ୍ତି ତାଲିବାନୀ ଆତଙ୍କବାଦୀ। ଦେଶରେ ଶାନ୍ତି ଚାହୁଁଛୁ ବୋଲି ସେମାନେ କହିଛନ୍ତି। ଏହା ସତ୍ତ୍ବେ ଲୋକେ ଘର ଛାଡି ସାରିଲେଣି। କାବୁଲରେ ତାଲିବାନ ପଶିବା ପରଠାରୁ କାବୁଲବାସୀ ଭୟଭୀତ ହୋଇପଡିଛନ୍ତି। ସାଧାରଣ ଲୋକଙ୍କ ଜୀବନ ପ୍ରତି କୌଣସି ବିପଦ ନଥିବା କୁହାଯାଉଥିଲେ ବି ଏହାକୁ କେହି ଗ୍ରହଣ କରିପାରୁନାହାନ୍ତି। ପୂର୍ବରୁ ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ତାଲିବାନ ଘଟାଇଥିବା ବର୍ବରତାକୁ ସେମାନେ ଏବେ ମଧ୍ୟ ଭୁଲିନାହାନ୍ତି। ଏଣୁ ରାତି ସାରା କାବୁଲ ବିମାନ ବନ୍ଦରରେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି।

ଏଥିସହିତ ଆଫଗାନିସ୍ତାନରେ ୨୦ ବର୍ଷ ଧରି କ୍ଷମତା ବାହାରେ ଥିବା ତାଲିବାନ ପୁଣି ଥର ବଳପୂର୍ବକ କ୍ଷମତା ହାସଲ କରିଛି। ୧୦୩ ଦିନର ଲଢେଇ ପରେ
ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେଇଛି। କାବୁଲରେ ଥିବା ବିଭିନ୍ନ ଦେଶର ଦୂତାବାସ କର୍ମଚାରୀ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି। ସେମାନେ ଦେଶ ଛାଡିବା ଆରମ୍ଭ କରିସାରିଲେଣି। କାବୁଲ ବିମାନ ବନ୍ଦରକୁ ଆମେରିକା ସେନା ଘେରି ରହିଛନ୍ତି। ପାଶ୍ଚାତ୍ୟ ଦେଶର ଦୂତାବାସ ଖାଲି ପ୍ରକ୍ରିୟା ଜାରି ରହିଛି।

ଏହାରି ଭିତରେ ୧୨୯ ଭାରତୀୟ ଦେଶକୁ ଫେରିଆସିଛନ୍ତି। ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ବିପଜ୍ନନକ ଥିବାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିଛନ୍ତି। ଭାରତୀୟ ଦୂତବାସରୁ କର୍ମଚାରୀଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ଆମେରିକୀୟଙ୍କୁ ଉଦ୍ଧାର କରିବା ପାଇଁ ୫ ହଜାର ସୈନ୍ୟ ପଠାଇବା ସହ ମିସନରେ ବାଧାଦେଲେ ପରିଣାମ ଭୋଗ କରିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ୍। ବିଟ୍ରେନ୍, ଜର୍ମାନ, କାନାଡାର ସେନା ମଧ୍ୟ ସେମାନଙ୍କ ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ଜାତିସଂଘର ଗୁରୁତ୍ବପୂର୍ଣ୍ଣ ଜରୁରୀ ବୈଠକ ବସୁଥିବା ମଧ୍ୟ ସୂଚନା ମିଳିଛି।

ଉଲ୍ଲେଖଥାଉକି, ଆଫଗାନ ଦଖଲ ଯୁଦ୍ଧ ଶେଷ ହୋଇଥିବା ତାଲିବାନର ମୁଖପାତ୍ର ଘୋଷଣା କରିଛନ୍ତି। କିନ୍ତୁ ଏହା ଉପରେ ଅବଶିଷ୍ଟ ବିଶ୍ବ ନଜର ରଖିଛନ୍ତି। ଇତିମଧ୍ୟରେ ବ୍ରିଟେନ୍ ସାମ୍ନାକୁ ଆସି କହିଛି ଯେ ତାଲିବାନକୁ ଆଫଗାନ ସରକାର ବୋଲି ମାନି ନିଆଯାଇପାରିବ ନାହିଁ।

Leave A Reply

Your email address will not be published.