ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆଫଗାନକୁ କବ୍‌ଜାକୁ ନେଇଗଲେ ତାଲିବାନ୍, ବରଦାର ହେବେ ରାଷ୍ଟ୍ରପତି

0

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍‌। ୨୦ ବର୍ଷ ପରେ ପୁଣି ତାଲିବାନ କବଜାରେ ଆଫଗାନିସ୍ତାନ ରାଜଧାନୀ କାବୁଲ। ତାଲିବାନ ବିଦ୍ରୋହୀ ଏବେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇଛନ୍ତି। ରାଷ୍ଟ୍ରପତି ଭବନ ଦଖଲ ନେଇ ଦାବି କରିଛନ୍ତି ତାଲିବାନ କମାଣ୍ଡର।

ସେପଟେ ରାଷ୍ଟ୍ରପତି ଅସରଫ ଘନି ଗାଦି ଛାଡିବା ପରେ ଦେଶ ବି ଛାଡିଦେଇଛନ୍ତି। ନିଜ ସହଯୋଗୀଙ୍କ ସହ ସେ ତାଜକିସ୍ତାନ ପଳାଇଥିବା ସୂଚନା ରହିଛି। ରକ୍ତପାତକୁ ଏଡାଇବାପାଇଁ ଅସରଫ ଘନି ଗାଦି ଛାଡିଥିବା କହିଛନ୍ତି। ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି କମାଣ୍ଡର ଅବଦୁଲ୍ ଗନି ବରଦାର ହେବେ ବୋଲି କୁହାଯାଉଛି।

ଅନ୍ୟ ଏକ ଘଟଣା କ୍ରମରେ ଆଫଗାନିସ୍ତାନ ଛାଡି ନଯିବାକୁ ଲୋକଙ୍କୁ ଅପିଲ କରିଛନ୍ତି ତାଲିବାନୀ ଆତଙ୍କବାଦୀ। ଦେଶରେ ଶାନ୍ତି ଚାହୁଁଛୁ ବୋଲି ସେମାନେ କହିଛନ୍ତି। ଏହା ସତ୍ତ୍ବେ ଲୋକେ ଘର ଛାଡି ସାରିଲେଣି। କାବୁଲରେ ତାଲିବାନ ପଶିବା ପରଠାରୁ କାବୁଲବାସୀ ଭୟଭୀତ ହୋଇପଡିଛନ୍ତି। ସାଧାରଣ ଲୋକଙ୍କ ଜୀବନ ପ୍ରତି କୌଣସି ବିପଦ ନଥିବା କୁହାଯାଉଥିଲେ ବି ଏହାକୁ କେହି ଗ୍ରହଣ କରିପାରୁନାହାନ୍ତି। ପୂର୍ବରୁ ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ତାଲିବାନ ଘଟାଇଥିବା ବର୍ବରତାକୁ ସେମାନେ ଏବେ ମଧ୍ୟ ଭୁଲିନାହାନ୍ତି। ଏଣୁ ରାତି ସାରା କାବୁଲ ବିମାନ ବନ୍ଦରରେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି।

ଏଥିସହିତ ଆଫଗାନିସ୍ତାନରେ ୨୦ ବର୍ଷ ଧରି କ୍ଷମତା ବାହାରେ ଥିବା ତାଲିବାନ ପୁଣି ଥର ବଳପୂର୍ବକ କ୍ଷମତା ହାସଲ କରିଛି। ୧୦୩ ଦିନର ଲଢେଇ ପରେ
ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେଇଛି। କାବୁଲରେ ଥିବା ବିଭିନ୍ନ ଦେଶର ଦୂତାବାସ କର୍ମଚାରୀ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି। ସେମାନେ ଦେଶ ଛାଡିବା ଆରମ୍ଭ କରିସାରିଲେଣି। କାବୁଲ ବିମାନ ବନ୍ଦରକୁ ଆମେରିକା ସେନା ଘେରି ରହିଛନ୍ତି। ପାଶ୍ଚାତ୍ୟ ଦେଶର ଦୂତାବାସ ଖାଲି ପ୍ରକ୍ରିୟା ଜାରି ରହିଛି।

ଏହାରି ଭିତରେ ୧୨୯ ଭାରତୀୟ ଦେଶକୁ ଫେରିଆସିଛନ୍ତି। ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ବିପଜ୍ନନକ ଥିବାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିଛନ୍ତି। ଭାରତୀୟ ଦୂତବାସରୁ କର୍ମଚାରୀଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ଆମେରିକୀୟଙ୍କୁ ଉଦ୍ଧାର କରିବା ପାଇଁ ୫ ହଜାର ସୈନ୍ୟ ପଠାଇବା ସହ ମିସନରେ ବାଧାଦେଲେ ପରିଣାମ ଭୋଗ କରିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ୍। ବିଟ୍ରେନ୍, ଜର୍ମାନ, କାନାଡାର ସେନା ମଧ୍ୟ ସେମାନଙ୍କ ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ଜାତିସଂଘର ଗୁରୁତ୍ବପୂର୍ଣ୍ଣ ଜରୁରୀ ବୈଠକ ବସୁଥିବା ମଧ୍ୟ ସୂଚନା ମିଳିଛି।

ଉଲ୍ଲେଖଥାଉକି, ଆଫଗାନ ଦଖଲ ଯୁଦ୍ଧ ଶେଷ ହୋଇଥିବା ତାଲିବାନର ମୁଖପାତ୍ର ଘୋଷଣା କରିଛନ୍ତି। କିନ୍ତୁ ଏହା ଉପରେ ଅବଶିଷ୍ଟ ବିଶ୍ବ ନଜର ରଖିଛନ୍ତି। ଇତିମଧ୍ୟରେ ବ୍ରିଟେନ୍ ସାମ୍ନାକୁ ଆସି କହିଛି ଯେ ତାଲିବାନକୁ ଆଫଗାନ ସରକାର ବୋଲି ମାନି ନିଆଯାଇପାରିବ ନାହିଁ।

Leave A Reply

Your email address will not be published.