ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବକ୍ସ ଅଫିସରେ ଧମାଲ କରିବ ‘ବେଲବଟମ୍‌’!

0


ମହାମାରୀ କରୋନା ପାଇଁ ଦେଶର ସବୁ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ସିନେମା ବା ମନୋରଂଜନ ମଧ୍ୟ ଏଥିରୁ ବାଦ ପଡିନଥିଲା। ସିନେମା ସୁଟିଂ ପାଇଁ ଅନୁମତି ନଥିବା ବେଳେ ସିନେମା ହଲଗୁଡିକ ମଧ୍ୟ ବନ୍ଦ ରହିଥିଲା । ଯାହା ଫଳରେ ନୂଆ ସିନେମା ରିଲିଜ ହୋଇପାରୁନଥିଲା।

ଏବେ ସିନେ ପ୍ରେମୀଙ୍କ ପାଇଁ ଆସୁଛି ଖୁସି ଖବର। ଆସୁଛି ଖିଲାଡି କୁମାରଙ୍କ ନୂଆ ଆକ୍ସନ ଫିଲ୍ମ ‘ବେଲବଟମ୍‌’। ଆସନ୍ତା ୧୯ରେ ଫିଲ୍ମଟି ରିଲିଜ ହେବାକୁ ଯାଉଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ଧମାଲ କରିବ ବୋଲି ଅନୁମାନ କରାଯାଉଛି। ଅକ୍ଷୟ କୁମାର ଓ ବେଫିକର ଗାର୍ଲ ବାଣୀ କପୁରଙ୍କ ନୂଆ ଫିଲ୍ମ ‘ବେଲବଟମ୍‌’କୁ ନେଇ ଏବେ ଚର୍ଚ୍ଚା।

କରୋନା ସମୟରେ ଏହା ହେଉଛି ଅକ୍ଷୟଙ୍କ ପ୍ରଥମ ଫିଲ୍ମ ଯାହା ହଲରେ ରିଲିଜ ହେବାକୁ ଯାଉଛି। ଲଗାତର ସୁପରହିଟ ସିନେମା ଦେଇଆସୁଥିବା ଅକ୍ଷୟଙ୍କର ଆଉ ଏକ ବ୍ଲକ ବ୍ଲାଷ୍ଟର ଫିଲ୍ମ ଅପେକ୍ଷାରେ ରହିଛନ୍ତି ଅକ୍ଷୟଙ୍କ ଫ୍ୟାନ। ସିନେମାଟିର ଟ୍ରେଲରଟି ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ
ଏଯାଏ ୪ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

ଏକ ପ୍ଲେନ ହାଇଜାକର ସତ୍ୟ ଘଟଣାକୁ ନେଇ ଫିଲ୍ମଟି ତିଆରି କରାଯାଇଛି । ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରହିଛି।

ଫିଲ୍ମ ‘ବେଲବଟମ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜିତ ଏମ ତିୱାରୀ। ଏହାର ଗୀତକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ଲୋକେ। ତେବେ ଏଥିରେ ଲାରା ଦତ୍ତଙ୍କୁ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମଟି ପ୍ରଥମେ ସାଧାରଣତନ୍ତ୍ର ଦିବସରେ ରିଲିଜ ହେବାର ଥିଲା କିନ୍ତୁ କୋଭିଡ ଯୋଗୁ ସୁଟିଂ ଶେଷ ହୋଇନପାରିବାରୁ ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଅକ୍ଷୟଙ୍କୁ ଏହା ପୂର୍ବରୁ ଶେଷ ଥର ପାଇଁ କମେଡି ହରର ଫିଲ୍ମ ଲକ୍ଷ୍ମୀରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.