ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ସାଙ୍ଗରେ କ’ଣ ଆଣି ଆସୁଛନ୍ତି ଧର୍ମେନ୍ଦ୍ର, ବୈଷ୍ଣବ?

0

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଲାଗି ବିଜେପି ଜୋରଦାର ପ୍ରସ୍ତୁତି କରୁଛି, ଅପେକ୍ଷା କରୁଛି ଓଡ଼ିଶା

ବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି ଅଶ୍ବିନୀ, କିଛି ପ୍ରତିଦାନ ରହିବ ନା ନାହିଁ?

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀ ସେମାନଙ୍କର ବହୁ ଦିନର ପ୍ରକଳ୍ପ କଥା ଜାଣିବାକୁ ଚାହିଁବେ

ହରିଦାସପୁର-ପାରାଦୀପ ରେଳଲାଇନରେ ପାସେଞ୍ଜର ଟ୍ରେନ୍ ଗଡ଼ିବ ନା ନାହିଁ ନିଷ୍ପତ୍ତି ହୋଇନି

ଗତବର୍ଷ ଗର୍ଜନ କରୁଥିଲେ, ଏବର୍ଷ କିନ୍ତୁ ଚୁପ୍ ବସିଛନ୍ତି ବୈଜୟନ୍ତ ଓ କେନ୍ଦ୍ରାପଡାର ବିଧାୟକମାନେ

ନୂଆଦିଲ୍ଲୀ ଛାଡିବା ଆଗରୁ ଧର୍ମେନ୍ଦ୍ର ମୁଣିରେ କଣ ଭର୍ତ୍ତି କରୁଛନ୍ତି; କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା କି?

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦ ଅଶ୍ବିନୀ ବୈଷ୍ଣବ। ଗୁରୁତ୍ବପୂର୍ଣ୍ଣ ରେଳ, ଆଇଟି ଭଳି ବିଭାଗର ସେ ମନ୍ତ୍ରୀ। ଅତ୍ୟନ୍ତ କ୍ଷମତାଶାଳୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଶିକ୍ଷା ବିଭାଗ। କେନ୍ଦ୍ର ସରକାରଙ୍କର ଉଭୟ ଟାଣୁଆ ମନ୍ତ୍ରୀ ନୂଆ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ୧୯ ତାରିଖରେ ଓଡ଼ିଶା ଆସୁଛନ୍ତି। ବିଜେପି ଧୁମଧାମରେ ସେମାନଙ୍କୁ ସ୍ବାଗତ କରିବା ଲାଗି ଅଣ୍ଟାଭିଡିଛି। ହେଲେ ରାଜ୍ୟବାସୀ ଅପେକ୍ଷା କରିଛନ୍ତି, ନୂଆଦିଲ୍ଲୀରୁ ସେମାନଙ୍କ ପାଇଁ କଣ ଆଣିକି ଆସୁଛନ୍ତି କେନ୍ଦ୍ର ରେଳବାଇ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ନା ଖାଲିହାତରେ ଆସିବେ?

ଉତ୍କଳ ବିଶ୍ବବିଦ୍ୟାଳୟ କିମ୍ବା ରେଭେନସା ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂପର୍କରେ ଧର୍ମେନ୍ଦ୍ର କିଛି କହିବେ କି? ନିଜେ ଧର୍ମେନ୍ଦ୍ର ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କଥା କହିଥିଲେ। ସେପଟେ ରେଭେନ୍ସା କଥା ଉଠାଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଏପରିକି ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟ ଥରେ ଆଲୋଚନା କରିଥିବା ଜଣାଯାଏ। ସତ୍ୟବାଦୀ ବକୁଳ ବନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ ଅଞ୍ଚଳ ବୁଲି ଏହାକୁ ଶାନ୍ତିନିକେତନଠାରୁ ଅଧିକ ଉନ୍ନତ ସଂସ୍ଥାନ ଭାବେ ଗଢିତୋଳିବାରେ ଧର୍ମେନ୍ଦ୍ରଙ୍କ ଶିକ୍ଷା ବିଭାଗର କିଛି ଭୂମିକା ରହିବ କି? ସତ୍ୟବାଦୀ ବନ ବିଦ୍ୟାଳୟ ସଂପର୍କରେ କିଛି? ରାଜ୍ୟ ସରକାର ଯେବେ ୮ହଜାର ହାଇସ୍କୁଲକୁ ରୂପାନ୍ତରଣ ଲାଗି ଅଣ୍ଟାଭିଡିଛନ୍ତି, କେନ୍ଦ୍ର ସରକାର ପ୍ରାଥମିକ ବିଦ୍ୟାଳୟ ପାଇଁ ଠୋସ୍ ଭାବେ କିଛି ଏଭଳି ପଦକ୍ଷେପ ନେବେ କି?

ଏମିତି ଅନେକ ପ୍ରଶ୍ନ ଉପରେ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବହୁତ ପଛରେ ଅଛି। ସ୍ବାଧୀନତା ପରିବର୍ତ୍ତୀ ଓଡ଼ିଶାରେ କେବେ କୌଣସି ନେତା ଶିକ୍ଷା ବିଭାଗର ମନ୍ତ୍ରୀ ଭାବେ କେନ୍ଦ୍ରରେ ଦାୟିତ୍ବ ନିର୍ବାହ କରିନାହାନ୍ତି। ଅନ୍ୟପକ୍ଷରେ ଯେହେତୁ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଓଡ଼ିଶା ପାଇଁ ଶ୍ରୀ ପ୍ରଧାନ ଅନେକ କିଛି କରିବାକୁ ଉଦ୍ୟମ କରିଛନ୍ତି, ଏଣୁ ବର୍ତ୍ତମାନ ଶିକ୍ଷାମନ୍ତ୍ରୀ ଭାବେ ସେ ନୂଆଦିଲ୍ଲୀ ଛାଡିବା ପୂର୍ବରୁ ତାଙ୍କ ମୁଣିରେ କିଛି ଭର୍ତ୍ତି କରିଥିବେ ବୋଲି ରାଜ୍ୟବାସୀ ଯଦି ଆଶା କରନ୍ତି ,ସେଥିରେ ଅସ୍ବାଭାବିକତା କିଛି ନାହିଁ ବୋଲି ବୁଦ୍ଧିଜୀବୀ ମହଲ ମତ ରଖୁଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ଅଶ୍ବିନୀଙ୍କ ଠାରୁ ଓଡ଼ିଶା ଅନେକ ଅପେକ୍ଷା ରହୁଛି। ରେଳ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଗତ ଦୁଇ ଦଶନ୍ଧି ବଡ଼ ପ୍ରସଙ୍ଗ ହୋଇ ରହିଛି। ଯେହେତୁ ବିଜେଡି ସହଯୋଗରେ ଅଶ୍ବିନୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି, ବିଜେଡି ନେତୃତ୍ବାଧୀନ ସରକାର ପ୍ରତି ତାଙ୍କର କିଛି ପ୍ରତିଦାନ ରହିବା କଥା। ପୁଣି ସେ ନିଜେ ରେଳରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବୁଲିବେ। ଏହା ଏକ ଭଲ କଥା ଓ ଅନେକ ସତ ସେ ଜାଣିପାରିବେ। କିନ୍ତୁ ଏହା କେବଳ ପ୍ରଚାରରେ ରହିଗଲେ, କେନ୍ଦ୍ର ସରକାର ସମାଲୋଚିତ ହେବେ, ଅଶ୍ବିନୀଙ୍କ ପତିଆରା ବି କମିପାରେ।

ଏଣୁ ନବରଙ୍ଗପୁର, ମାଲକାନଗିରି ରେଳ ପ୍ରକଳ୍ପ ଠାରୁ ଆରମ୍ଭ କରି ଖୋର୍ଧା-ବଲାଙ୍ଗୀର ଅଞ୍ଚଳରେ ରେଳ ବିକାଶ ନେଇ କେନ୍ଦ୍ରମନ୍ତ୍ରୀ ଠୋସ୍ ଭାବେ କଣ କହିବେ, ତାହା ଉପରେ ଏବେ ସମୁଦାୟ ରାଜ୍ୟର ନଜର। ଖୋର୍ଧା-ବଲାଙ୍ଗୀର ରେଳପଥ କେବଳ ଓଡ଼ିଶାର ପୂର୍ବ-ପଶ୍ଚିମକୁ ଯୋଡିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ତା ନୁହେଁ, ଏହାଠାରୁ ଆହୁରି ବଡ କଥା ହେଲା, ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଭଳିସ୍ଥଳେ ଅଶ୍ବିନୀଙ୍କର ଠୋସ୍ ପ୍ରସ୍ତାବ, ମତ, ଆଭିମୁଖ୍ୟ ଏ କ୍ଷେତ୍ରରେ ନିର୍ଣ୍ଣାୟକ ହୋଇପାରେ।

ସେହିଭଳି ଆଉ ଏକ ଉଲ୍ଲେଖନୀୟ କଥା ହେଉଛି, ଭୁବନେଶ୍ବର ରେଳଷ୍ଟେସନ୍ ବିକାଶକୁ କେବଳ ନକ୍ସାରେ ଦେଖିଆସୁଛନ୍ତି ରାଜ୍ୟବାସୀ। ରେଳ କର୍ତ୍ତୃପକ୍ଷଙ୍କ ନଭଶ୍ଚୁମ୍ବୀ ଯୋଜନା କାଗଜପତ୍ର, ସମୀକ୍ଷାରେ ରହିଆସିଛି। ଏ ସଂପର୍କରେ ଅଶ୍ବିନୀ କିଛି ଠୋସ୍ କଥା କହିବେ ବୋଲି ସମସ୍ତେ ଚାହିଁ ବସିଛନ୍ତି। କେନ୍ଦ୍ର ସରକାର ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ପାଇଁ ପାଗ ଭିଡିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ପ୍ରସ୍ତାବ ପାଇଁ କେନ୍ଦ୍ର ସରକାର କାହିଁକି ଚୁପ୍ ବସିଛନ୍ତି? ଏ ପ୍ରଶ୍ନର ଉତ୍ତର କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ୍ ବୋଲି ମତ ଉଠିଲାଣି।

ଯେଉଁ ପ୍ରସଙ୍ଗଟି ସବୁଠାରୁ ଚର୍ଚ୍ଚାର ବିଷୟ ହେବ, ତାହା ହେଉଛି ହରିଦାସପୁର-ପାରାଦୀପ ରେଳମାର୍ଗ। ଓଡ଼ିଶାର ରାଜନୀତି କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ କେନ୍ଦ୍ରାପଡା ଜିଲ୍ଲା ଦେଇ ଏହି ରେଳପଥ ଯାଇଛି। କେନ୍ଦ୍ରାପଡାକୁ କ’ଣ ପାସେଞ୍ଜର ଟ୍ରେନ୍ ଗଡିବନି? ଉପକୂଳର ଏହି ଜିଲ୍ଲାର ଲୋକଙ୍କ ପାଖକୁ ଟ୍ରେନ୍ ସୁବିଧା ସ୍ବାଧୀନତାର ୭୫ବର୍ଷ ପରେ ବି ପହଞ୍ଚିବନି? ଏବେ କେନ୍ଦ୍ରରେ ବିଜେପିର ଉପାଧ୍ୟକ୍ଷ ଅଛନ୍ତି ବୈଜୟନ୍ତ ପଣ୍ଡା। ସେ ତ ଅନ୍ତତଃ କେନ୍ଦ୍ରମନ୍ତ୍ରୀ ଆସିବା ପୂର୍ବରୁ ଏ ସଂପର୍କରେ ଗୋଟିଏ ଦାବି କରିବା କଥା। ସେହିଭଳି କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲାର ବିଜେଡି ବିଧାୟକମାନେ କେବେ ପାସେଞ୍ଜର ଟ୍ରେନ୍ ଗଡିବ,ସେ ନେଇ ଗଣମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ? ସେମାନଙ୍କୁ କଣ ଉତ୍ତର ମିଳିଯାଇଛି ଯେ ଚୁପ୍ ବସିଗଲେ?

ଆମେ କେବଳ ମନେ ପକାଇ ଦେବାକୁ ଚାହୁଁ ଯେ ଗତବର୍ଷ କେନ୍ଦ୍ରାପଡା ଜିଲ୍ଲାର ତିନି ବିଧାୟକ ବିଧାୟକ ଶଶିଭୂଷଣ ବେହେରା, ଅତନୁ ସବ୍ୟସାଚୀ ନାୟକ ଓ ଧ୍ରୁବଚରଣ ସାହୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘବର୍ଷର ଆଶା, ଆକାଂକ୍ଷା ଓ ସହଯୋଗ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଜିଲ୍ଲା ଏବେ ରେଳ ମାନଚିତ୍ରରେ ଯୋଡ଼ି ହୋଇପାରିଛି। ନବନିର୍ମିତ ହରିଦାସପୁର-ପାରାଦୀପ ରେଳମାର୍ଗରେ ଅଗଷ୍ଟ ୩୧ତାରିଖରୁ ବିଧିବଦ୍ଧ ଭାବେ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିସାରିଛି। ମାଲବାହୀ ଟ୍ରେନ ସହ ପାସେଞ୍ଜର ଟ୍ରେନ ଚାଲିବ ବୋଲି ଜିଲ୍ଲାବାସୀ ଆଶା କରିଥିଲେ।

ବିଧାୟକମାନେ କହିଥିଲେ, ଏହି ମାର୍ଗରେ ତରବରିଆ ଭାବେ ସମସ୍ତଙ୍କ ଅଗୋଚରରେ ରେଳବାଇ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ମାଲବାହୀ ଟ୍ରେନ ଚଳାଚଳ କରିବାର ନିଷ୍ପତ୍ତିକୁ କେନ୍ଦ୍ରାପଡ଼ାବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଏହି ମାର୍ଗରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦୀର୍ଘବର୍ଷ ଧରି ସ୍ୱପ୍ନ ଦେଖି ଆସୁଛନ୍ତି। ଯେଉଁଥିପାଇଁ କେବଳ ମାଲବାହୀ ଟ୍ରେନ ଚଳାଚଳକୁ ବିରୋଧ ହେବା ସ୍ୱାଭାବିକ।

ବିଜେଡି ବିଧାୟକମାନେ ଅସନ୍ତୋଷ ଝାଡ଼ିବା ସହିତ ପଚାରିଥିଲେ ଯେ ଏହି ରେଳପଥରେ ପାସେଞ୍ଜର ଟ୍ରେନ୍ କେବେ ଗଡ଼ିବ, ସେ ନେଇ ଜବାବ ଦିଅ। କେବଳ ସେତିକି ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ତ୍ୟାଗ, ଭାବାବେଗ ସହ ନ ଖେଳି ଓଲଟା ସମ୍ମାନ ଦିଆଯାଉ ବୋଲି ରୋକ୍‌ଠୋକ୍ ଜଣାଇଥିଲେ। ଏବେ କିନ୍ତୁ ସମସ୍ତେ ଚୁପ୍ ପଡିଗଲେ।

ଉଲ୍ଲେଖଥାଉକି, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ପୂର୍ବତନ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଏହି ମାର୍ଗରେ ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ମାର୍ଗରେ ପାସେଞ୍ଜର ଟ୍ରେନ ଚଳାଚଳର ଉଦଘାଟନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ଚିଠି ଲେଖିଥିଲେ। ଏପଟେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ ଇଷ୍ଟକୋଷ୍ଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ଭେଟି କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଦେଇଥିଲେ।



Leave A Reply

Your email address will not be published.