ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଓଡିଶା ଭଲପାଇବା ଆଉ କେଉଁଠି ନାହିଁ…

0

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସର ଅନୁଭୂତି ବଖାଣିଲେ ଭାରତୀୟ ହକି ଦଳ। ଉଭୟ ପୁରୁଷ ଓ ମହିଳା ହକି ଦଳ ସାମ୍ବାଦିକ ସମ୍ମିଳନୀରେ ଖେଳ ସମୟର ନିଜର ଅନୁଭୂତି ବଖାଣିଛନ୍ତି । ଏହା ସହ ସାମ୍ବାଦିକମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଦେବା ସହ ଓଡିଶାରୁ ସେମାନଙ୍କୁ ମିଳୁଥିବା ଭଲ ପାଇବାକୁ ପ୍ରଶଂସା କରିଛନ୍ତି।

ଓଡିଶା ଯେଭଳି ସ୍ନେହ ଦେଇଛି, ତାହା ଉଦାହରଣ ଯୋଗ୍ୟ ବୋଲି କହିଛନ୍ତି। ଓଡିଶା ଲୋକଙ୍କ ହୃଦୟରେ ହକି ଅଛି। ଯାହା ଅନ୍ୟ ରାଜ୍ୟରେ ଦେଖିବାକୁ ପାଉନାହୁଁ ବୋଲି କହିଛନ୍ତି ମହିଳା ହକି ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ପାଇଁ ଅନେକ କାମ କରିଛନ୍ତି। ଭିତ୍ତିଭୂମି ସଜାଡିଛନ୍ତି। ଓଡିଶାରେ ହକି ଖେଳିଲା ବେଳେ ଏମିତି ଲାଗେ ଯେ, ଆମେ ହକି ଖେଳୁ ନାହୁଁ। ଆମ ସହ ଦର୍ଶକ ବି ଖେଳୁଛନ୍ତି।ମେଡାଲ ପାଇବାରୁ ବଞ୍ଚିତ ହୋଇଥିଲେ ବି ଆମେ ଯେଉଁ ଭଲ ପାଇବା ସମସ୍ତଙ୍କ ଠାରୁ ପାଇଛି ତାହା ଅଧିକ ଉତ୍ସାହିତ କରିଛି ବୋଲି ହକି ଟିମ୍ କ୍ୟାପଟେନ ରାନୀ ରାମପାଲ କହିଛନ୍ତି।

ପରବର୍ତ୍ତୀ ଟାର୍ଗେଟ ଏସିଆ କପ ବୋଲି ରାମପାଲ କହିଛନ୍ତି। ସେ କହିଛନ୍ତି, ଅଲିମ୍ପିକ୍ସ ପରେ ଘରକୁ ଯାଇଥିଲୁ। ଏହା ପରେ ଓଡିଶା ଆସିଛୁ। ଘରୁକୁ ଯିବା ପରେ ଯେମିତି ଖୁସି ଅନୁଭବ ହୋଇଥିଲା,ଓଡିଶା ଆସିଲା ପରେ ସେମିତି ଲାଗୁଛି ବୋଲି କହିଛନ୍ତି ମହିଳା ହକି ଖେଳାଳି।

ସେହିପରି ପୁରୁଷ ହକି ଦଳର ଖେଳାଳି ମଧ୍ୟ ଓଡିଶାରୁ ମିଳୁଥିବା ଭଲପାଇବା ପାଇଁ ପ୍ରଶଂସା କରିଥିଲେ। ଓଡିଶାର ସହଯୋଗରେ ବିଶ୍ୱ ରାଙ୍କିଙ୍ଗ୍‌ରେ ଭାରତର ସ୍ଥାନ ବଢୁଛି। ବିଶ୍ୱର ସବୁଠୁ ଭଲ ଟୁର୍ଣ୍ଣାମେଣ୍ଟ ଓଡିଶାରେ ହେଉଛି। ହକିର ହକ ଆଣିବାକୁ ଉଦ୍ୟମ ଜାରି ରହିଛି। ଓଡିଶା ଆଉ ୧୦ ବର୍ଷ ପ୍ରାୟୋଜକ ହେଉ।

୨୦୨୩ ବିଶ୍ୱକପ ହକି ପାଇଁ ପ୍ରସ୍ତୁତି କରିବୁ ବୋଲି କହିଛନ୍ତି ଭାରତୀୟ ପୁରୁଷ ହକି ଦଳ। ଅଲିମ୍ପିକ୍ସରେ ଇତିହାସ ରଚିବା ପରେ ଉଭୟ ମହିଳା ଓ ପୁରୁଷ ହକି ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ। ଆଜି ସକାଳୁ ଉଭୟ ଦଳର ଖେଳାଳି ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave A Reply

Your email address will not be published.