ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଜୀବନ ପାଇଁ ଭିଡ଼…

0

କାବୁଲ: ସମ୍ଭବତଃ ଏ ଦୃଶ୍ୟ ଆଗରୁ କେବେ ଦେଖିବାକୁ ମିଳିନଥିବ। ଟ୍ରେନ ଓ ବସରେ ଭିଡ ହେବା ଭଳି ବିମାନ ମଧ୍ୟରେ ଅସମ୍ଭାଳ ଭିଡର ଦୃଶ୍ୟ । ବିମାନର ସିଟ ସଂଖ୍ୟା ହେଉଛି ୧୩୦। କିନ୍ତୁ ବିମାନ ଭିତରକୁ ପଶିଛନ୍ତି ୬୪୦ ଅଧିକ ଲୋକ। ଜଣକ ଉପରେ ଜଣେ ଲଦାଲଦି। ଗୋଡ ବୁଲାଇବାକୁ ମଧ୍ୟ ବିମାନ ମଧ୍ୟରେ ଜାଗା ନାହିଁ।ସୋସିଆଲ ମିଡିଆରେ ଏଭଳି ଭିଡର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

ତାଳିବାନ ବିଦ୍ରୋହୀ କାବୁଲ କବକା କରିବା ପରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଲୋକ ଜୀବନ ବଞ୍ଚାଇବାକୁ ଭୟରେ ପଳାୟନ କରୁଛନ୍ତି । ତାଲିବାନ ଶାସନରୁ ବର୍ତିବା ପାଇଁ ଯିଏ ଯେମିତି ପାଉଛି ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଛନ୍ତି। ଆମେରିକାର ସ୍ୱତନ୍ତ୍ର ବିମାନରେ କାବୁଲରୁ କତାର ଯାଇଛନ୍ତି ୬୪୦ ଆଫଗାନ ନାଗରିକ।

ଆମେରିକାର ଏହି କାର୍ଗୋ ବିମାନ ଭିତରେ ଏଭଳି ଭିଡ ହୋଇଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ଦେଖାଦେଇଥିଲା। ଆଉ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଥିଲେ ମହିଳା ଓ ଶିଶୁ। ଲୋକମାନେ ସାମରିକ ବିମାନ ଉପରେ ଟ୍ରେନ କି ବସରେ ଠେଲାପେଲା ହୋଇ ଚଢୁଥିବା ନଜରକୁ ଆସିଥିଲା।

ଗତକାଲି ମଧ୍ୟ ତାଲିବାନ ନାଗରିକ ମାନେ ବିମାନବନ୍ଦରରେ ଭିଡ ଜମାଇଥିଲେ। ବିମାନରେ ଦଳାଚକଟା ପରିସ୍ଥିତିରୁ ୫ ଜଣଙ୍କ ଜୀବନ ମଧ୍ୟ ଯାଇଥିଲା। ଏଭଳି ଉଡନ୍ତା ବିମାନରୁ ଆକାଶ ମାର୍ଗରୁ ଲୋକ ଖସିପଡିଥିବାର ମଧ୍ୟ ଭୟଙ୍କର ଚିତ୍ର ଦେଖିବାକୁ ମିଳିଥିଲା । ଅସମ୍ଭାଳ ଭିଡ ପାଇଁ କାବୁଲ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା।

Leave A Reply

Your email address will not be published.