ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ନିଜ ପାଇଁ ବି ଏକାଠି ହୋଇପାରୁନାହାନ୍ତି ପଶ୍ଚିମ ଓଡ଼ିଶା ନେତା

0

ଭୁବନେଶ୍ବର: ଆରମ୍ଭ (୧୯୯୯ ଜୁଲାଇ)ରୁ ୨୦୦୦ ଡିସେମ୍ବର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ତତ୍କାଳୀନ ଜନତା ଦଳ ନେତା ତଥା ଆଜିର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପରବର୍ତୀ ସମୟରେ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ବ ପଶ୍ଚିମ ଓଡ଼ିଶାର ଅନେକ ନେତା ନିଭାଇଛନ୍ତି। ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ବି। ସଂଯୋଗବଶତଃ ସୋନପୁର ଜିଲ୍ଲାର ବୀର ମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏବେ ଏହି ବିଭାଗର ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠାରୁ ପ୍ରାୟ ପଶ୍ଚିମ ଓଡ଼ିଶାର ନେତାଙ୍କୁ ହିଁ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଉଛନ୍ତି।

କିନ୍ତୁ ଆଜିର ବାସ୍ତବିକତା ହେଲା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ କେଉଁଠି ହେବ, ତାହାକୁ ନେଇ ପଶ୍ଚିମ ଓଡ଼ିଶାର ନେତାମାନଙ୍କ ମଧ୍ୟରେ ସହମତି ହୋଇପାରିଲା ନାହିଁ। ପଶ୍ଚିମ ଓଡ଼ିଶାର ବିଜେପି ନେତାମାନେ ଏବେ ଏହି ପ୍ରସଙ୍ଗକୁ ନେଇ ଭୁବନେଶ୍ବର ଯାଏ ଆସି ତମ୍ବିତୋଫାନ୍ କରୁଛନ୍ତି। ଅଥଚ ସ୍ଥାନୀୟ ନେତାମାନେ ଏକାଠି ବସି ଗୋଟିଏ ସଂକଳ୍ପ ନେଇପାରିଲେ ନାହିଁ ଯେ କେଉଁଠି ପରିଷଦର ମୁଖ୍ୟାଳୟ ହେଲେ, ପଶ୍ଚିମ ଓଡ଼ିଶାର ସବୁ ଲୋକ ଉପକୃତ ହେବେ।

ସୋମବାର (ଗତକାଲି) ଯେବେ କୋଟିଆ ପ୍ରସଙ୍ଗରେ କୋରାପୁଟରେ ବିଜେଡି-ବିଜେପି-କଂଗ୍ରେସ ସମସ୍ବରରେ ଆନ୍ଧ୍ର ବିରୋଧରେ ପାଗ ଭିଡିଲେ, ସେବେ ପଶ୍ଚିମ ଓଡ଼ିଶାର ନେତାମାନେ ନିଜ ମୂଲକରୁ ବିକାଶ ପରିଷଦ କାର୍ଯ୍ୟାଳୟ ନେବା ଲାଗି ଏକାଠି ହୋଇପାରୁନାହାନ୍ତି କାହିଁକି? ପଶ୍ଚିମ ଓଡ଼ିଶାର ଦୁଇ ବିରୋଧୀ ଟାଣୁଆ ନେତା ଅର୍ଥାତ୍ ନରସିଂହ ମିଶ୍ର, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏହାର ନେତୃତ୍ବ ନେଉନାହାନ୍ତି କାହିଁକି? ଅସୁବିଧା କେଉଁଠି ଅଛି?

ରାଜ୍ୟର ପଶ୍ଚିମ ଭାଗର ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର,ସୋନପୁର, ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ନେଇ ବିକାଶ ପରିଷଦ ଗଠନ ହୋଇଛି। ଏସବୁ ଅବହେଳିତ ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦେବା ପାଇଁ କଂଗ୍ରେସ ସରକାର ସେ ସମୟରେ ଏହାର ପରିକଳ୍ପନା କରିଥିଲେ। ବିଜେଡି ସରକାର କ୍ଷମତାକୁ ଆସିବା ପରେ ଏହାକୁ ଆହୁରି ଅଧିକ ଗୁରୁତ୍ବ ଦିଆଯାଉଛିି।

ରାଜ୍ୟ ସରକାରଙ୍କ ତଥ୍ୟକୁ ବିଶ୍ବାସ କରାଗଲେ, ପରିଷଦ ଗଠନ ହେବା ଦିନଠାରୁ ଏଯାଏ ୧୬୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ କିଛି ପ୍ରକଳ୍ପକୁ ନିରେଖି ଦେଖିବା ପରେ ଯେଉଁ ବଡ଼ ପ୍ରସଙ୍ଗଟି ସାମ୍ନାକୁ ଆସୁଛି, ସେ ନେଇ କିନ୍ତୁ ପଶ୍ଚିମ ଓଡ଼ିଶାର ନେତାମାନେ କେହି କେବେ ତମ୍ବିତୋଫାନ କରୁନାହାନ୍ତି। ରାଜ୍ୟ ସରକାର ଯେଉଁ ସବୁ ପ୍ରକଳ୍ପରେ ଟଙ୍କା ବର୍ଷା କରୁଛନ୍ତି, ଅଧିକାଂଶ ତାର ଅନ୍ତର୍ଗତ ପ୍ରକଳ୍ପକୁ ପରିଷଦରେ ଗୁରୁତ୍ବ ଦିଆଯାଉଛି। ପଶ୍ଚିମ ଓଡ଼ିଶା ଯେଉଁ ସବୁ କ୍ଷେତ୍ରରେ ପଛୁଆ, ଅର୍ଥାତ୍ ଯେଉଁ ପ୍ରକଳ୍ପ ପାଇଁ ଅର୍ଥ ବରାଦ କଲେ, ସ୍ଥାନୀୟ ଅଞ୍ଚଳ ମୁଖ୍ୟ ସ୍ରୋତକୁ ଉଠିପାରିବ, ସେଭଳି କାଁ ଭାଁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଅର୍ଥାତ୍ ସେହି ପାଣି, ଶିକ୍ଷା, ବିଦ୍ୟୁତକରଣ, ରାସ୍ତା, ଯୋଗାଯୋଗ ସଂକ୍ରାନ୍ତ ପ୍ରକଳ୍ପରେ ଅଧିକ ଖର୍ଚ୍ଚ ହେଉଛି।

ଅର୍ଥନୀତି ବିଶେଷଜ୍ଞମାନଙ୍କ ଯୁକ୍ତି ହେଉଛି, ଥରେ ଟଙ୍କା ଦେଇଦେବା ପରେ ଯୋଜନ ଓ ସଂଯୋଜନ ବିଭାଗ ତଦାରଖ କରୁଥିବା ମନେ ହେଉନି। ଦିଆଯାଇଥିବା ଟଙ୍କା ସ୍ଥାନୀୟ ଅଞ୍ଚଳରେ କେଉଁ ଦିଗରେ ଖର୍ଚ୍ଚ ହେଲା, ଏହା ଲୋକଙ୍କ ଜୀବନ ଧାରଣର ମାନକୁ କେଉଁଠିରୁ କେଉଁଠିକୁ ପହଞ୍ଚାଇବାରେ ସାହାଯ୍ୟ କଲା, ଏସବୁ ସରକାରୀସ୍ତରରେ ସମୀକ୍ଷା ହେବା ଦରକାର। ନିଜେ ମନ୍ତ୍ରୀ ଏହା କରିବା କଥା, ଅନ୍ୟଥା ମୁଖ୍ୟଶାସନ ସଚିବ କିମ୍ବା ଉନ୍ନୟନ କମିସନର। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଯୋଜନ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଉଭୟ ପଶ୍ଚିମ ଓଡ଼ିଶାର। ଏହା ପରେ ଯଦି ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦିଆନଯିବ, ତେବେ ଆଉ କିଏ କରିବ? ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଯିଏ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭୂମିକାରେ ବି ସିଏ। ଉଭୟ କ୍ଷେତ୍ରରେ ସମନ୍ବୟ ପାଇଁ ଏହାଠାରୁ ଆଉ ବଡ଼ ସୁଯୋଗ କେବେ ଆସିବ?

ଏହି ମହଲର କହିବା କଥା ହେଉଛି, ଏକଦା ରାଜ୍ୟ ସରକାରଙ୍କ ନିର୍ଦେଶରେ ଆଞ୍ଚଳିକ ବୈଷମ୍ୟ କମିସନ ଗଠନ ହୋଇଥିଲା। ଏହି ରିପୋର୍ଟର ରୂପରେଖ କଣ ତାହା କେହି ଜାଣିପାରିଲେ ନାହିଁ। ଏହା ସତ୍ତ୍ବେ ରାଜ୍ୟ ସରକାର ଜଳସେଚନ ଠାରୁ ଆରମ୍ଭ କରି ପିଇବା ପାଣି, ରାସ୍ତାଘାଟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଶହ ଶହ କୋଟି ଟଙ୍କା ଅଯାଚିତ ଭାବେ ପ୍ରଦାନ କରୁଛନ୍ତି। ତଥାପି ଅପବାଦରୁ ଏସବୁ ଅଞ୍ଚଳ ମୁକ୍ତି ପାଇପାରୁନାହିଁ। କେଉଁ ଜିଲ୍ଲାର କି କି ପ୍ରକଳ୍ପ କାର୍ଯ୍ୟ କରିବ ତାହା ଚିହ୍ନଟ କରାଯିବା ସହିତ ଏହା କେବେ ସୁଦ୍ଧା ଶେଷ ହେବ, ଏଥିଲାଗି କେତେ ଅର୍ଥ ଦରକାର, ଏସବୁ ନେଇ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବା ଉଚିତ୍। ପଶ୍ଚିମ ଓଡ଼ିଶା ପାଇଁ ଏଭଳି ଏକ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇ ନିର୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରାଯିବାର ସମୟ ଆସିଯାଇଛି।

Leave A Reply

Your email address will not be published.