ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

‘ହକି’କୁ ହାଇଜାକ୍ କରିନେଲେ ନବୀନ

0

ଅନାହାରକୁ ନେଇ ପରିଚିତ ଥିଲା ଓଡ଼ିଶା, ପରିଚୟ ବଦଳାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତର ଜାତୀୟ ଖେଳର ପୃଷ୍ଠପୋଷକତା କରି ଓଡ଼ିଶା କେନ୍ଦ୍ର ସରକାରକୁ ବି ଛୋଟ କରିଦେଲା

ହକିର ଉତ୍ତରଣ ସହିତ କାଳ କାଳ ପାଇଁ ଯୋଡି ହୋଇଗଲେ ନବୀନ, ସବୁଦିନ ପାଇଁ ଚର୍ଚ୍ଚାରେ ରହିବେ

ରାଜନୀତିରେ ଖେଳ ବି ଏକ ବଡ଼ ପ୍ରସଙ୍ଗ ହୋଇପାରେ, ମୁଖ୍ୟମନ୍ତ୍ରୀ ଅବଶିଷ୍ଟ ଭାରତକୁ ଜଣାଇଦେଲେ

ଭୁବନେଶ୍ବର: ଭାଷଣ ଦେବା ବେଳେ ଓଡ଼ିଶାର ନେତାମାନେ ଗୋଟିଏ କଥା ସବୁବେଳେ କହିବାକୁ ଚେଷ୍ଟା କରନ୍ତି ଯେ ଓଡ଼ିଶା ବାହାରେ, ବିଶେଷକରି ଭାରତ ବାହାରେ ରାଜ୍ଯର ପରିଚୟ କିଛି ନାହିଁ। ଅନ୍ୟ କେହି ଯେବେ କେଉଁଠାର ନାଗରିକ ବୋଲି ପରିଚୟ ମାଗନ୍ତି, ସେମାନେ କୁଆଡେ କହନ୍ତି କୋଲକାତା ପାଖରେ ଓଡ଼ିଶା ତାଙ୍କର ରାଜ୍ୟ। ଶ୍ରୀଜଗନ୍ନାଥଙ୍କ ରାଜ୍ୟର ସେମାନେ ବାସିନ୍ଦା। ଅର୍ଥାତ୍ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ କେଉଁଠି ନା କେଉଁଠି ନିଜର ରାଜ୍ୟର ପରିଚୟ ନେଇ ଗୋଟିଏ ଛୋଟପଣ ଲୁଚି ରହିଥିଲା। ଏକଦା ଭୋକର ଭୁଗୋଳ ଓଡ଼ିଶା ଅନାହାର ମୃତ୍ୟୁ, ଦାଦନ ଆଦି ପ୍ରସଙ୍ଗକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲା।

ଅଲମ୍ଫିକ୍ସ ଫେରନ୍ତା ଖେଳାଳିଙ୍କୁ ସମ୍ବର୍ଧନା ଦେବା ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳର ଆଉ ୧୦ବର୍ଷ ପ୍ରାୟୋଜକ ଓଡ଼ିଶା ରହିବ ବୋଲି ଘୋଷଣା କରିବା ପରେ ସମଗ୍ର ଭାରତବର୍ଷରେ ଓଡ଼ିଶାର ଉଚ୍ଚତା ଢେର୍ ବୃଦ୍ଧି ପାଇଛି। ରାଜନୈତିକ ଦଳ ଠାରୁ ଆରମ୍ଭ କରି କ୍ରୀଡା ଜଗତରେ ସବୁଠି ଏବେ ଓଡ଼ିଶାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କେହି କେହି ଏହାକୁ ସାମାନ୍ୟ ଘଟଣା ବୋଲି ଭାବିଥାଇପାରନ୍ତି। ହକି ଭଳି ବିଶେଷ ଲୋକପ୍ରିୟ ରଖୁନଥିବା ଏଭଳି ଖେଳର ଦାୟିତ୍ବ ଘଟଣାଟି ଅର୍ଥସର୍ବସ୍ବ ଓ ଭୋଟ ରାଜନୀତିରେ ବିଶେଷ ପ୍ରଭାବ ରଖିନପାରେ ବୋଲି ମଧ୍ୟ ଅନେକ ମତ ରଖିପାରନ୍ତି। କିନ୍ତୁ ଏହା ପଛରେ ଯେଉଁ ଅସଲ ରହସ୍ୟ ଲୁଚି ରହିଛି, ତାହା ହେଲା ଭାରତର ଜାତୀୟ ଖେଳ ହକିକୁ ଓଡ଼ିଶା ବର୍ଷେ କି ଦୁଇ ବର୍ଷ ନୁହେଁ, ପୂରା ୨୦୩୩ ଯାଏ ହାଇଜାକ୍ କରିନେଲା।

ନିଜ ସହିତ ଯୋଡି ରଖିବାରେ ସମର୍ଥ ହେଲା। ଏହି ଅବଧି ମଧ୍ୟରେ ହେବାକୁ ଥିବା ବିଶ୍ବକପ୍‌ ,ଅଲମ୍ଫିକ୍ସ ଠାରୁ ଆରମ୍ଭ କରି ଯେତେ ଯେତେ ଖେଳ ହେବ, ସେଥିରେ ଓଡ଼ିଶାର ବ୍ରାଣ୍ଡିଂ ବିଶ୍ବ ସମୁଦାୟରେ ହେବ। ଓଡ଼ିଶା ଆଉ ଅନାହାରରେ ନାହିଁ। ଅର୍ଥନୀତି ଆଦୌ ଦେବାଳିଆ ସ୍ଥିତିରେ ବି ନାହିଁ। ବରଂ ନିଜର ଦେଶର ଅସ୍ମିତାକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ଜାତୀୟ ଖେଳର ପୃଷ୍ଠପୋଷକତା ଯାହା କେନ୍ଦ୍ରୀୟ ସରକାର କରିବା କଥା ତାହା ଗୋଟିଏ ପ୍ରାଦେଶିକ ସରକାର କରିବାକୁ ସମର୍ଥ ଏକଥା ନବୀନ ଦେଶ ସାମ୍ନାରେ ବାର୍ତ୍ତା ରଖିଦେଲେ। ହକି ନେଇ ଏବେଠୁ ଯେଉଁଠି ଯେବେ ଚର୍ଚ୍ଚା ହେବ, ସେବେ ଶ୍ରେୟ ସବୁବେଳେ ନବୀନ ପଟ୍ଟନାୟକଙ୍କୁ ଯିବ। ଓଡ଼ିଶା ଗଣମାଧ୍ୟମ ହୁଏତ ଏହି ହକି ଖେଳକୁ ବିଶେଷ ଗୁରୁତ୍ବ ଦେଇନପାରନ୍ତି, ବିରୋଧୀ ରାଜନୈତିକ ଦଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାରେ କୁନ୍ଥ କୁନ୍ଥ ହେବା ବିଚିତ୍ର ନୁହେଁ। କିନ୍ତୁ ଜାତୀୟ ଗଣମାଧ୍ୟମରେ ନବୀନଙ୍କ ପତିଆରା ଅବଶ୍ୟ ବଢିବ। ବିଦେଶରେ ଓଡ଼ିଶାର ପରିଚୟ ସଙ୍କଟ କମିବ, ଏଥିରେ ସନ୍ଦେହ ନାହିଁ।

ରାଜନୈତିକ ମହଲ ଯେଉଁ ଭିନ୍ନ ସଙ୍କେତ ଦେଉଛନ୍ତି, ତାହାର ଆଉ ଏକ ଦିଗ ହେଲା, ନବୀନଙ୍କ ରାଜନୀତିରେ ଖେଳ ବି ଏକ ପ୍ରସଙ୍ଗ ହୋଇପାରେ, ଖେଳକୁ ନେଇ ସରକାର ନିଜର ଓ ରାଜ୍ୟର ସଫଳ ବ୍ରାଣ୍ଡିଂ କରିପାରନ୍ତି, ଏକଥା ସେ ଦେଶ ସାମ୍ନାକୁ ଜଣାଇଲେ। ଭାରତବର୍ଷର ସବୁଠାରୁ ବଡ଼ ହକି ଷ୍ଟାଡିୟମ ରାଉରକେଲାରେ ହେବ ଓ ୨୦୨୩ ବିଶ୍ବକପ୍ ବି ଏଠାରେ ଖେଳାଯିବ। ୨୦୨୧ରୁ ୨୦୨୩ ଯାଏ ଓଡ଼ିଶାରୁ ହକି ଚର୍ଚ୍ଚା ଥମିବାର ପ୍ରଶ୍ନ ଉଠୁନି, ଭାରତରୁ ବି ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ଯେବେ ଭାରତର ଅଲମ୍ଫିକ୍ସ ଆସୋସିଏସନ୍ ସଭାପତିଙ୍କ ଠାରୁ ଆରମ୍ଭ କରି ପୁରୁଷ ଓ ମହିଳା ହକି ଟିମ୍ ନବୀନ ଏବଂ ଓଡ଼ିଶା ପ୍ରଶଂସାରେ ଶତମୁଖ ଥିଲେ, ସେବେ ଭାରତର କୋଣ ଅନୁକୋଣରେ କ୍ରୀଡା ପ୍ରତି ସାମାନ୍ୟ ରୁଚି ରଖୁଥିବା ଯେ କୌଣସି ବ୍ୟକ୍ତି, ସେମାନଙ୍କ ପରିବାର ନିକଟରେ ଟେଲିଭିଜନର ଏହି ଚିତ୍ର ଅବଶ୍ୟ ପହଞ୍ଚିଥିବ, ତାଙ୍କୁ ସନ୍ତୁଷ୍ଟ କରିଥିବ। ସେମାନେ ସମସ୍ତେ ଖୁସି ହୋଇଥିବେ।

ରାଜନୈତିକ ମହଲର କହିବା କଥା, କ୍ରିକେଟ୍‌ ନେଇ ଭାରତରେ ଉତ୍ସୁକତା ଟିକେ ଅଧିକ। ପ୍ରତି ଘରେ କ୍ରିକେଟ୍ କଣ ନିଶ୍ଚିତ ଜଣେ କିଏ ବୁଝୁଥିବ। ଜାତୀୟ ଖେଳ ହେଲେ ବି ହକି ଏତେ ଲୋକପ୍ରିୟ ନୁହେଁ କି ହକି ସଂପର୍କରେ ସାଧାରଣରେ ଏତେ ବେଶୀ ଚର୍ଚ୍ଚା ଆଲୋଚନା ହୋଇନାହିଁ। କିନ୍ତୁ ଦୀର୍ଘ ଚାରିଦଶନ୍ଧି ପରେ ଅଲମ୍ଫିକ୍ସରେ ହକିର ପ୍ରଭାବ ପ୍ରତ୍ୟାବର୍ତ୍ତନ ଝଲକ ଏବଂ ବ୍ରୋଞ୍ଚ ଆଣି ଆସିବା ଘଟଣା ନୀରଜଙ୍କ ସ୍ବର୍ଣ୍ମ ପ୍ରାପ୍ତି ଚର୍ଚ୍ଚା ଠାରୁ ମଧ୍ୟ ଅଧିକ ରହିଛି। କେଉଁଠି ନା କେଉଁଠି ସଙ୍କେତ ମିଳୁଛି ଯେ ହକି ପ୍ରତି ଆଦର ବଢିବ। ଜାତୀୟ ଗଣମାଧ୍ୟମମାନେ ହକି ପ୍ରଦର୍ଶନରେ ଭାରତର ସଫଳତା ପରଠାରୁ ଯେଭଳି ଚର୍ଚ୍ଚା କରୁଛନ୍ତି, ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରା ଅବଶ୍ୟ ବଢିଛି।

ବିଜେଡିର ଜଣେ ସାଂସଦ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଏଥର ସଂସଦରେ ମଧ୍ୟ ନବୀନଙ୍କ ପାଇଁ ଦେଶର ଅତ୍ୟନ୍ତ ପ୍ରଭାବଶାଳୀ ନେତାମାନେ ସେମାନଙ୍କୁ ବଧାଇ ଜଣାଇଥିଲେ। ଯଦିଓ ଓଡ଼ିଶାର ସାଂସଦମାନେ ଏଭଳି ଏକ ସଫଳତାର ଶ୍ରେୟ ବାଣ୍ଟିବାରେ କାର୍ପଣ୍ୟ ଦେଖାଇଛନ୍ତି, ଦେଶ କିନ୍ତୁ ନବୀନଙ୍କ ସ୍ବୀକୃତି ଓ ଦୂରଦୃଷ୍ଟିକୁ ଅଜସ୍ର ସମ୍ମାନ ଦେଇସାରିଲାଣି। ଏବେ ପୁଣି ଦଶବର୍ଷ ପାଇଁ ନବୀନଙ୍କ ଯାତ୍ରା ଗୋଟିଏ ପଟେ ହକିକୁ ଓଡ଼ିଶାର ମାଟିର ପରିଚୟ ସହିତ ଯୋଡି ଦେଇଥିବା ବେଳେ ରାଜ୍ୟର ପତିଆରା ଦେଶ ସାମ୍ନାରେ ବୃଦ୍ଧି କରିବାରେ ସହାୟକ ହେବ।

ରଣନୀତିକାରମାନେ ବର୍ଣ୍ଣନା କରୁଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏତିକି ସମୟ ଅବଧି ବା କାଳଖଣ୍ଡ କିଛି କମ୍ ନୁହେଁ। ଏହି ସମୟ ମଧ୍ୟରେ ନବୀନ ଯଦି ସବୁ ଜିଲ୍ଲାର ଶ୍ରେଷ୍ଠ ଖେଳକୁ ଚିହ୍ନଟ କରି ପ୍ରସ୍ତାବିତ ଇଣ୍ଡୋର ଷ୍ଟାଡିୟମ୍ ଯାଏ ଟାଣିଆଣିପାରିଲେ, ତେବେ ୨୦୨୪ ବେଳକୁ ଓଡ଼ିଶା ଆଉ ଗୋଟିଏ ସ୍ତରକୁ ଉଠିଯିବ, ଏଥିରେ ସନ୍ଦେହ ନାହିଁ। ଏବଂ ଏକଥା କହିବା ଆଦୌ ଅଧିକ ହେବ ନାହିଁ ଯେ ଖେଳକୁ ନେଇ ଯଦି ଓଡ଼ିଶାର ପରିଚୟ ବଢିଲା, ତେବେ ସମୁଦାୟ ଶ୍ରେୟ ବିଜେଡି ନେତୃତ୍ବାଧୀନ ସରକାର ନେଇଯିବ। କାରଣ କେନ୍ଦ୍ରରେ ଥିବା ବିଜେପି ନେତୃତ୍ବାଧୀନ ସରକାର ଏହି ସୁଯୋଗ ହାତଛଡ଼ା କରିଦେଲେ।

Leave A Reply

Your email address will not be published.