ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ମାଟି ମାଆ ପାଇଁ ମମତା: ୟୁଟ୍ୟୁବ ଟଙ୍କାରେ ଗାଁ ରାସ୍ତା

0

ଦିନେ ଭୋକରେ ଥିଲେ, ଏବେ ଇସାକ୍ ତିଆରି କରିବେ ନିଜ ଗାଁ ରାସ୍ତା

ଭୁବନେଶ୍ବର: ଇସାକ୍ ମୁଣ୍ଡା । ଏହି ନାଁଟିର ଆଉ ପରିଚୟ ଦେବା ଦରକାର ନାହିଁ । କାରଣ ଖୁବ କମ ଦିନ ଭିତରେ ୟୁଟ୍ୟୁବର ଇସାକ ମୁଣ୍ଡା ଘରେ ଘରେ ପରିଚିତ ହୋଇସାରିଛନ୍ତି। ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଇସାକ । ୟୁଟ୍ୟୁବର ଇସାକ୍ ଏବେ ନିଜ ୟୁଟ୍ୟୁବରୁ ମିଳିଥିବା ପଇସାରେ ନିଜ ଗାଁ ପାଇଁ ରାସ୍ତା ତିଆରି କରିବେ। ଜଙ୍ଗଲ ପାହାଡ ଘେରା ମଧ୍ୟରେ ଥିବା ସମ୍ବଲପୁର ବାବୁପାଲି ଗାଁକୁ କଂକ୍ରିଟ ରାସ୍ତା କରିବେ ଇସାକ।

ଆଦିବାସୀ ଶୈଳୀରେ ନିଜ ଖାଉଥିବା ଖାଦ୍ୟକୁ ଲକଡାଉନ ସମୟରେ ୟୁଟ୍ୟୁବରେ ପୋଷ୍ଟ କରି ରାତାରାତି ଲୋକପ୍ରିୟ ହୋଇଯାଇଥିଲେ ଇସାକ୍।ଏହା
ପରେ ବଦଳିଗଲା ତାଙ୍କ ଜୀବନଶୈଳୀ । ବଦଳିଗଲା ଜୀବନ ଜୀବିକା । ଝାଟି ମାଟି ଘରେ ରହୁ ଇସାକ୍‌ଙ୍କ ଘର କୋଠାଘରରେ ପରିଣତ ହେଲା । ଦିନ ମଜୁରିଆର ଲକ୍ଷପତି ବନିଗଲେ ଇସାକ୍। ହେଲେ ଏବେ ୟ୍ୟୁଟୁବରୁ ପାଉଥିବା ଟଙ୍କାରେ ଇସାକ ନିଜ ଗାଁ ପାଇଁ କିଛି କରିବାକୁ ମନବଳାଇଛନ୍ତି।

ବାବୁପାଲି ଗାଁକୁ ଅଧାବାଟ କଂକ୍ରିଟ ହୋଇଥିବା ବେଳେ ଅଧାବାଟ ମାଟି ରହିଛି । ଫଳରେ ବର୍ଷା ହେଲେ ଯିବାଆସିବା କରିବା କଷ୍ଟକର ହେଉଛି । ମାଟି ଧୋଇହୋଇଯାଇ କାଦୁଅ ପଚପଚ ହୋଇଯାଉଛି । ଆଉ ଏହି ରାସ୍ତାକୁ ଏବେ ନିଜ ଟଙ୍କାରେ କଂକ୍ରିଟ କରିବାକୁ ଅଣ୍ଟା ଭିଡିଛନ୍ତି ଇସାକ୍।

ଇସାକ୍‌ଙ୍କ ଏଭଳି ଉଦ୍ୟମକୁ ଏବେ ସାଧାରଣରରେ ପ୍ରଶଂସା କରାଯାଇଛି । ଗାଁ ଲୋକଙ୍କ ମଧ୍ୟ ଇସାକ୍‌ଙ୍କୁ ବାଃ ବାଃ କରିଛନ୍ତି । ହେଲେ ଏହି ରାସ୍ତାର ସ୍ଥାୟୀ
ସମାଧାନ କରିବାକୁ ଇସାକ୍ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଇସାକ୍ ମୁଣ୍ଡା ଯିଏ ଦିନେ ନିଜେ କିପରି ଚଳିବେ ଓ ନିଜର ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ଥିଲେ, ସେ ଆଜି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ବେଶ ହସଖୁସିରେ ଦିନ କାଟୁଛନ୍ତି। ମନ୍‌ କି ବାତ୍‌ରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଶଂସା କରିବା ସହ ଅନ୍ୟମାନଙ୍କ ଏକ ଉଦାହରଣ ବୋଲି କହିଥିଲେ। ତେବେ ଆଦିବାସୀ ସଂସ୍କୃତି, ରହଣୀ ସହଣୀ ପ୍ରତି ଦୁର୍ବଳତା ରଖୁଥିବା ଇସାକ୍‌ଙ୍କ ଏହି କାର୍ଯ୍ୟଶୈଳୀକୁ ଦେଖି ଚାରିଆଡୁ ପ୍ରଶଂସାର ସୁଅ ଛୁଟିବା ସହ ଗାଁଲୋକଙ୍କ ଗେହ୍ଲା ପୁଅ।

Leave A Reply

Your email address will not be published.