ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବେଲବଟମ୍‌…ଆସୁ ଆସୁ ହିଟ୍‌

0


ରିଲିଜ ହୋଇଛି ଖିଲାଡି ବଏ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲବଟମ। ତେବେ ପ୍ରଥମ ଦିନରେ ଭଲ ଓପନିଂ କରିଛି ଫିଲ୍ମ। ଦର୍ଶକ ଫିଲ୍ମଟିକୁ ଖୁବ ପସନ୍ଦ କରିଛନ୍ତି। ଅକ୍ଷୟ କୁମାରଙ୍କ ଅନ୍ୟ ଚଳଚିତ୍ର ପରି ଏହା ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ।

ଫିଲ୍ମରେ ଅକ୍ଷୟ ଓ ବାଣୀ କପୁରଙ୍କ ଯୋଡି ଦେଖିବାକୁ ମିଳିଛି। ଫିଲ୍ମରେ ଅକ୍ଷୟଙ୍କ ଆକ୍ସନ ପ୍ୟାକ ସିନ ସହ ଏହାର କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିବାରେ
ସଫଳ ହୋଇପାରିଛି। କରୋନା ସମୟରେ ବଡ ପରଦାରେ ରିଲିଜ ହୋଇଥିବା ଏହା ହେଉଛି ପ୍ରଥମ ବିଗ୍‌ ବଜେଟ ଫିଲ୍ମ । ଅନଲକ ପରେ କରୋନା କଟକଣାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିଥିଲେ ମଧ୍ୟ ଭଲ ଫିଲ୍ମ କୌଣସି ରିଲିଜ ହୋଇନଥିବାରୁ ସିନେପ୍ରେମୀଙ୍କୁ ନିରାଶ ହେବାକୁ ପଡୁଥିଲା।

କିନ୍ତୁ ଏହି ଫିଲ୍ମଟି ଦର୍ଶକଙ୍କର ବେଶ ପସନ୍ଦ ଆସିଛି । ଫିଲ୍ମର ଗୀତୁଗଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁପାରିଛି । ପ୍ଲେନ ହାଇଜାକକୁ ନେଇ ସତ କାହାଣୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମରେ ଗୁପ୍ତଚର ଭାବେ ନଜର ଆସିଛନ୍ତି ଅକ୍ଷୟ କୁମାର। ଏବଂ ଗୁପ୍ତଚର ଭୂମିକାରେ ବେଶ ଭଲ ଭାବରେ ସେ ଫିଲ୍ମରେ ଅଭିନୟ କରିଥିବା ଦେଖାଦେଇଛି।

ଚଳଚ୍ଚିତ୍ରରେ ଲାରା ଦତ୍ତ ମଧ୍ୟ ଏକ ମୁଖ୍ୟ ଭୂମିକାରେ ନଜର ଆସିଛିନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ନେଇଛନ୍ତି ରଞ୍ଜିତ ଏମ ତିୱାରୀ । କ୍ରମାଗତ ହିଟ ସିନେମା
ଦେଇଆସୁଥିବା ଖିଲାଡି ବଏଙ୍କ ଏହି ବ୍ଲକ ବ୍ଲାଷ୍ଟର ଫିଲ୍ମ ଅପେକ୍ଷାରେ ଫ୍ୟାନ ରହିଥିବା ତାହା ଆଜି ରିଲିଜ ହୋଇଛି । ଫିଲ୍ମଟି ରିଲିଜ ହେବା ଆଗରୁ ତାର
ଟ୍ରେଲରକୁ ମଧ୍ୟ ଲୋକ ବେଶ ପସନ୍ଦ କରିଥିଲେ । ଏହା ପୂର୍ବରୁ ଅକ୍ଷୟଙ୍କୁ କମେଡି ହରର ଫିଲ୍ମ ଲକ୍ଷ୍ମୀବମ୍‌ରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.