ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବେଲବଟମ୍‌…ଆସୁ ଆସୁ ହିଟ୍‌

0


ରିଲିଜ ହୋଇଛି ଖିଲାଡି ବଏ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲବଟମ। ତେବେ ପ୍ରଥମ ଦିନରେ ଭଲ ଓପନିଂ କରିଛି ଫିଲ୍ମ। ଦର୍ଶକ ଫିଲ୍ମଟିକୁ ଖୁବ ପସନ୍ଦ କରିଛନ୍ତି। ଅକ୍ଷୟ କୁମାରଙ୍କ ଅନ୍ୟ ଚଳଚିତ୍ର ପରି ଏହା ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ।

ଫିଲ୍ମରେ ଅକ୍ଷୟ ଓ ବାଣୀ କପୁରଙ୍କ ଯୋଡି ଦେଖିବାକୁ ମିଳିଛି। ଫିଲ୍ମରେ ଅକ୍ଷୟଙ୍କ ଆକ୍ସନ ପ୍ୟାକ ସିନ ସହ ଏହାର କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିବାରେ
ସଫଳ ହୋଇପାରିଛି। କରୋନା ସମୟରେ ବଡ ପରଦାରେ ରିଲିଜ ହୋଇଥିବା ଏହା ହେଉଛି ପ୍ରଥମ ବିଗ୍‌ ବଜେଟ ଫିଲ୍ମ । ଅନଲକ ପରେ କରୋନା କଟକଣାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିଥିଲେ ମଧ୍ୟ ଭଲ ଫିଲ୍ମ କୌଣସି ରିଲିଜ ହୋଇନଥିବାରୁ ସିନେପ୍ରେମୀଙ୍କୁ ନିରାଶ ହେବାକୁ ପଡୁଥିଲା।

କିନ୍ତୁ ଏହି ଫିଲ୍ମଟି ଦର୍ଶକଙ୍କର ବେଶ ପସନ୍ଦ ଆସିଛି । ଫିଲ୍ମର ଗୀତୁଗଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁପାରିଛି । ପ୍ଲେନ ହାଇଜାକକୁ ନେଇ ସତ କାହାଣୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମରେ ଗୁପ୍ତଚର ଭାବେ ନଜର ଆସିଛନ୍ତି ଅକ୍ଷୟ କୁମାର। ଏବଂ ଗୁପ୍ତଚର ଭୂମିକାରେ ବେଶ ଭଲ ଭାବରେ ସେ ଫିଲ୍ମରେ ଅଭିନୟ କରିଥିବା ଦେଖାଦେଇଛି।

ଚଳଚ୍ଚିତ୍ରରେ ଲାରା ଦତ୍ତ ମଧ୍ୟ ଏକ ମୁଖ୍ୟ ଭୂମିକାରେ ନଜର ଆସିଛିନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ନେଇଛନ୍ତି ରଞ୍ଜିତ ଏମ ତିୱାରୀ । କ୍ରମାଗତ ହିଟ ସିନେମା
ଦେଇଆସୁଥିବା ଖିଲାଡି ବଏଙ୍କ ଏହି ବ୍ଲକ ବ୍ଲାଷ୍ଟର ଫିଲ୍ମ ଅପେକ୍ଷାରେ ଫ୍ୟାନ ରହିଥିବା ତାହା ଆଜି ରିଲିଜ ହୋଇଛି । ଫିଲ୍ମଟି ରିଲିଜ ହେବା ଆଗରୁ ତାର
ଟ୍ରେଲରକୁ ମଧ୍ୟ ଲୋକ ବେଶ ପସନ୍ଦ କରିଥିଲେ । ଏହା ପୂର୍ବରୁ ଅକ୍ଷୟଙ୍କୁ କମେଡି ହରର ଫିଲ୍ମ ଲକ୍ଷ୍ମୀବମ୍‌ରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.