ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ!

0
  • ପୁଣି ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ମହଙ୍ଗା ପଡିଲେ ବୋହୂ, ରାଜନୀତି କ୍ୟାରିଅରକୁ ବିପଦ
  • ସାଂସଦ ଭର୍ତ୍ତୃହରିଙ୍କ ସମେତ ସ୍ବାମୀ ଏବଂ ଶାଶୁଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ
  • ଅଧିକ ଯୌତୁକ ଦାବି କରି ଜୀବନରେ ମାରିଦେବାକୁ ବି ଧମକ ଦେଉଥିଲେ ବୋଲି ଲେଖିଛନ୍ତି
  • ବୋହୂ ସାକ୍ଷୀଙ୍କ ଅଭିଯୋଗ ଆଧାରରେ ଭୋପାଳର ଏକ ଥାନାରେ ମାମଲା ରୁଜୁ କଲା ପୁଲିସ
  • ବିଜେଡିରେ ହଲଚଲ, ରଘୁନାଥଙ୍କ ଭଳି କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦଳରୁ ଚାପ ବଢିଲାଣି

ଭୁବନେଶ୍ବର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ତାଙ୍କ ବୋହୁ ସାକ୍ଷୀ ମହତାବ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କେବଳ ଭର୍ତ୍ତୃହରି ନୁହେଁ, ତାଙ୍କ ପୁଅ ଲୋକରଂଜନ ଏବଂ ମହେଶ୍ବତା ମହତାବଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ କରିଛନ୍ତି ସାକ୍ଷୀ। ଭୋପାଳର ଏକ ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହେବା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ଏପଟେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେଡି ସୁପ୍ରିମୋ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତି। ଭର୍ତ୍ତୃହରିଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଆଭାସ ମିଳିଲାଣି। ପୂର୍ବରୁ ନିଜର କ୍ୟାବିନେଟ୍ ସହଯୋଗୀ ରଘୁନାଥ ମହାନ୍ତିଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିଥିଲେ। ବର୍ଷା ସୋନି ମାମଲାରେ ତତ୍କାଳୀନ ଅତି କ୍ଷମତାଶାଳୀ ମନ୍ତ୍ରୀ ରଘୁନାଥଙ୍କୁ କେବଳ ଗିରଫ କରାଯାଇଥିଲା ତା ନୁହେଁ, ତାଙ୍କ ପଦ ମଧ୍ୟ ଯାଇଥିଲା। ନବୀନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଦଳର ବାହାର ଦରଜା ଦେଖାଇଥିଲେ। ଏବେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଭର୍ତ୍ତୃହରିଙ୍କ ବିରୋଧରେ ନିଆଯାଇପାରେ ବୋଲି ଅତି ଶୀର୍ଷସ୍ତରରୁ ସୂଚନା ମିଳୁଛି।

ଏମିତିରେ ବି ବିଜେଡି ସହିତ ଭର୍ତ୍ତୃହରିଙ୍କ ସମୀକରଣ ଠିକ୍ ଠାକ୍ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାର କାର୍ଯ୍ୟ ସଂପର୍କରେ ଭର୍ତ୍ତୃହରି ଗତ ଦୁଇ ବର୍ଷ ହେଲା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଗଣମାଧ୍ୟମରେ କହି ଆସୁଥିଲେ। ଏହାକୁ ବିଜେଡି ହଜମ କରିଥିଲା। ଅଳ୍ପ କିଛି ନେତା ପ୍ରତିକ୍ରିୟା ପ୍ରକାଶ କରିଥିଲେ ବି ନବୀନ କିନ୍ତୁ ନିରବ ଥିଲେ। ଏବେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦଳରୁ ଭୀଷଣ ଚାପ ପଡିଲାଣି। ବିଜେଡି ଯେହେତୁ ମହିଳା କାର୍ଡ ଖେଳୁଛି ସେବେ ଭର୍ତ୍ତୃହରିଙ୍କ ଭଳି ବୋହୂକୁ ନିର୍ଯାତନା ଦେଉଥିବା ନେତା ଦଳ ଭିତରେ ରହିବା ଉଚିତ୍ ନୁହେଁ ବୋଲି ଗୋଟିଏ ମତ ତିଆରି ହେଲାଣି। ଏଣୁ ଯେ କୌଣସି ମୁହୂର୍ତରେ ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି। ଏପରିକି ତାଙ୍କୁ ଦଳରୁ ବହିଷ୍କାର କରାଯାଇପାରେ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ଚାଲିଛି। ପୂର୍ବରୁ ସଂସଦୀୟ ଦଳ ନେତା ପଦରୁ ଭର୍ତ୍ତୃହରିଙ୍କୁ ବିଜେଡି କାଢି ଦେଇଥିଲା।

ନିକଟରେ ଆରଏନଏ ପକ୍ଷରୁ ଗୋଟିଏ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଆସନ୍ତା ତିନି ବର୍ଷ ପାଇଁ ଭର୍ତ୍ତୃହରିଙ୍କ ସମ୍ଭାବ୍ୟ ରଣନୀତି ସଂପର୍କରେ କୁହାଯାଇଥିଲା। ବିଜୁ ଓ ମହତାବଙ୍କୁ ନେଇ କଟକ ରାଜନୀତି ପ୍ରୟୋଗ ଶାଳା ହେବ ବୋଲି ରାଜନୀତି ରଣନୀତିକାରମାନେ ପୂର୍ବାନୁମାନ କରିଥିଲେ। ଏମିତିରି ବି ଭର୍ତ୍ତୃହରିଙ୍କୁ ବିଜେପି ପୂରା ସହଯୋଗ ଯୋଗାଇ ଆସୁଥିଲା। ଏବେ ସାକ୍ଷୀ ମହତାବଙ୍କ ମାମଲା ସମୁଦାୟ ପ୍ରସଙ୍ଗକୁ ଗୋଳମାଳ କରିଦେଇଛି। ବିଜେଡିର ଏହି ବରିଷ୍ଠ ସାଂସଦ ଏବେ ଅକଳରେ ପଡିଯାଇଛନ୍ତି ଓ ତାଙ୍କ ଲମ୍ବା ରାଜନୈତିକ କ୍ୟାରିଅର ବାଜିରେ ଲାଗିଯାଇଛି।

ଉଲ୍ଲେଖଥାଉକି, ୧୭ ଅଗଷ୍ଟ ଅପରହ୍ନ ୪ଟା ୩୨ରେ ଭୋପାଳ ମହିଳା ଥାନାରେ ଯୌତୁକ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି ସାକ୍ଷୀ ମହତାବ। ଏଫଆଇଆର୍‌ରେ ସ୍ୱାମୀ ଲୋକରଂଜନ ମହତାବ, ଶାଶୁ ମହାଶ୍ୱେତା ମହତବା ଓ ଶ୍ୱଶୁର ଭର୍ତ୍ତୃହରି ମହତାବଙ୍କ ନାଁ ରହିଛି । ଆଇପିସିର ବିଭିନ୍ନ ଦଫା ଯେମିତି ୪୯୮ ଏ, ୪୦୬, ୫୦୬, ୩୪, ଯୌତୁକ ନିରୋଧ ଅଧିନିୟମ ଧାରା ୩ , ୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଫଆଇଆରରେ ସାକ୍ଷୀ କହିଛନ୍ତି , ତାଙ୍କ ବାରମ୍ବାର ଯୌତୁକୁ ଆଣିବାକୁ କୁହାଯାଉଥିଲା ଓ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଉଥିଲା । ଏପରିକି ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା।

ଗତ ୨୦୧୬ରେ ଭର୍ତୃହରି ମହତାବଙ୍କ ପୁଅ ଲୋକରଜଂନ ମହତାବଙ୍କ ସହ ସାକ୍ଷୀଙ୍କ ବିବାହ ହୋଇଥିଲା । ହେଲେ ଏହା ପରେ ତାଙ୍କ ବିରୋଧରେ ନିର୍ଯାତନା ବଢିଥିଲା । ଶେଷରେ ନିରାଶ ହୋଇ ଭୋପାଳ ସ୍ଥିତ ନିଜ ଘରକୁ ଚାଲିଆସିଥିବା କଥା ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ବିବାହ ସମୟରେ ଅଢେଇ କୋଟି ଟଙ୍କାର ସୁନା, ଗହଣା ଓ ଅନ୍ୟ ସାମଗ୍ରୀ ଦିଆଯାଇଥିଲା । ବାହାଘର ପରଠୁ ଶାଶୁଙ୍କ ଦ୍ୱାରା କିଭଳି ନିର୍ଯାତନାର ଶିକାର ହୋଇଛନ୍ତି ସାକ୍ଷୀ ସେ ନେଇ
ଏଫଆଇଆରରେ ଉଲ୍ଲେଖ ରହିଛି । ଘରର ଚାକରାଣୀ ଭଳି ବ୍ୟବହାର କରାଯାଉଥିବା କହିଛନ୍ତି ସାକ୍ଷୀ । ଏଭଳି ଅନେକ ଅଭିଯୋଗ ଏଫଆଇଆରରେ
ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସକୁ ଭର୍ତ୍ତୃହରି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପୁଅ ଓ ବୋହୂଙ୍କ ଭିତରେ ଦୁଇ ବର୍ଷ ହେଲା ବିବାହ ବିଚ୍ଛେଦ ମାମଲା ଚାଲିଛି। ଉଭୟଙ୍କ ମଧ୍ୟରେ ବୁଝାମଣା ବିଫଳ ହେବା ପରେ ଦିଲ୍ଲୀ କୋର୍ଟରେ ମାମଲା ଚାଲିଛି। ବୋହୂ ଚାରିବର୍ଷ ହେଲା ଭୋପାଳରେ। ଉଭୟ ଚାରି କି ପାଞ୍ଚ ଦିନ ହେବ ଏକାଠି ରହିଛନ୍ତି। ଯୌତୁକ ନିର୍ଯାତନା ଅଭିଯୋଗର କୌଣସି ସତ୍ୟତା ନାହିଁ।

Leave A Reply

Your email address will not be published.