ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

କୋଲକାତା ନିର୍ବାଚନୀ ହିଂସା ନେଇ ବଡ ରାୟ ଆସିଲା

0

କୋଲାକାତା: କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ବିଚାରପତି ଗୁରୁବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ବଳାତ୍କାର ଏବଂ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗର କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରିବ।

ସେହିଭଳି ନିର୍ବାଚନ ପରବର୍ତ୍ତୀ ହିଂସା ସଂପର୍କିତ ଅନ୍ୟ ମାମଲା ନେଇ ବି କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପଶ୍ଚିମବଙ୍ଗର ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ଯାଞ୍ଚ କରାଯିବ। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ରାଜେଶ ବିନ୍ଦଲଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଖଣ୍ଡପୀଠ ପୀଡିତଙ୍କ କ୍ଷତିପୂରଣ ଆବେଦନ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଛଅ ସପ୍ତାହ ମଧ୍ୟରେ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସିବିଆଇ ଏବଂ ଏସଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ ହାଇକୋର୍ଟ ଜୁନ୍ ୨୦୨୧ରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) କୁ ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନୁସନ୍ଧାନ ସିବିଆଇକୁ ହସ୍ତାନ୍ତର କରିବାକୁ ଆୟୋଗ ଜୁଲାଇ ୧୩ରେ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲା। ଗୁରୁବାର ଦିନ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ ଆୟୋଗ ବିରୋଧରେ ପଶ୍ଚିମବଙ୍ଗ ସରକାର ଉଠାଇଥିବା ପକ୍ଷପାତିତା ଅଭିଯୋଗ ଠିକ ନୁହେଁ।

ଅକ୍ଟୋବର ୪ରେ ଏହି ମାମଲାର ଶୁଣାଣି ପାଇଁ ଆସିବ |

Leave A Reply

Your email address will not be published.