ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କୋଲକାତା ନିର୍ବାଚନୀ ହିଂସା ନେଇ ବଡ ରାୟ ଆସିଲା

0

କୋଲାକାତା: କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ବିଚାରପତି ଗୁରୁବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ବଳାତ୍କାର ଏବଂ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗର କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରିବ।

ସେହିଭଳି ନିର୍ବାଚନ ପରବର୍ତ୍ତୀ ହିଂସା ସଂପର୍କିତ ଅନ୍ୟ ମାମଲା ନେଇ ବି କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପଶ୍ଚିମବଙ୍ଗର ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ଯାଞ୍ଚ କରାଯିବ। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ରାଜେଶ ବିନ୍ଦଲଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଖଣ୍ଡପୀଠ ପୀଡିତଙ୍କ କ୍ଷତିପୂରଣ ଆବେଦନ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଛଅ ସପ୍ତାହ ମଧ୍ୟରେ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସିବିଆଇ ଏବଂ ଏସଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ ହାଇକୋର୍ଟ ଜୁନ୍ ୨୦୨୧ରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) କୁ ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନୁସନ୍ଧାନ ସିବିଆଇକୁ ହସ୍ତାନ୍ତର କରିବାକୁ ଆୟୋଗ ଜୁଲାଇ ୧୩ରେ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲା। ଗୁରୁବାର ଦିନ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ ଆୟୋଗ ବିରୋଧରେ ପଶ୍ଚିମବଙ୍ଗ ସରକାର ଉଠାଇଥିବା ପକ୍ଷପାତିତା ଅଭିଯୋଗ ଠିକ ନୁହେଁ।

ଅକ୍ଟୋବର ୪ରେ ଏହି ମାମଲାର ଶୁଣାଣି ପାଇଁ ଆସିବ |

Leave A Reply

Your email address will not be published.