ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

0

ଭୁବନେଶ୍ବର: ଆଉ ନାହାନ୍ତି ପୂର୍ବତନ ଯୁବ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନା। ସଂଗ୍ରାମ ଜେନା ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ। କୋଭିଡରେ ଆକ୍ରାନ୍ତ ହେବା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମାତ୍ର ୪୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘ ୨ରୁ ଅଢେଇ ମାସ ହେବ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଜି ଆଖିବୁଜିଛନ୍ତି।

କୋଭିଡରୁ ସୁସ୍ଥ ହେବା ପରେ ସଂଗ୍ରାମ ଜେନାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ହାଇଦ୍ରାବାଦରେ ଏକ ହସ୍ପିଟାଲରେ ୮୪ ଦିନ ଇକମୋ ଚିକିତ୍ସା ପରେ ସେ ଆଜି ଆଖିବୁଜିଛନ୍ତି । ସଂଗ୍ରାମ ଜେନା ୨୦୧୪ରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ସଂଗ୍ରାମଙ୍କ ସାନ ଭାଇ ମନୋଜ ଜେନା ଦେହାନ୍ତ ଖବର ଦେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ନିକଟରେ ସଂଗ୍ରାମଙ୍କ ଜନ୍ମଦିନ ମଧ୍ୟ ଯାଇଥିଲା । ଯୁବ କଂଗ୍ରେସର ଛାତ୍ର ମାନେ ଜୟଦେବ ଜେନାଙ୍କ ଘରେ ପହଞ୍ଚି ଭୋ ଭୋ ହୋଇ କାନ୍ଦୁଛନ୍ତି । ବିଧାୟକ ସୁର ରାଉତରାୟଙ୍କ ମଧ୍ୟ ସଂଗ୍ରାମଙ୍କ ମୃତ୍ୟୁ ଖବର ପାଇବା ପରେ କାନ୍ଦୁଥିବାର ଦେଖିବାକୁ ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ଏତେ କମ ବୟସରେ ସଂଗ୍ରାମଙ୍କୁ ହରାଇବା ପରେ ପରିବାର ଲୋକ ଭାଙ୍ଗିପଡିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ସଂଗ୍ରାମଙ୍କ ମରଶରୀର ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଞ୍ଚିବ ।

Leave A Reply

Your email address will not be published.