ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

0

ଭୁବନେଶ୍ବର: ଆଉ ନାହାନ୍ତି ପୂର୍ବତନ ଯୁବ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନା। ସଂଗ୍ରାମ ଜେନା ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ। କୋଭିଡରେ ଆକ୍ରାନ୍ତ ହେବା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମାତ୍ର ୪୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘ ୨ରୁ ଅଢେଇ ମାସ ହେବ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଜି ଆଖିବୁଜିଛନ୍ତି।

କୋଭିଡରୁ ସୁସ୍ଥ ହେବା ପରେ ସଂଗ୍ରାମ ଜେନାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ହାଇଦ୍ରାବାଦରେ ଏକ ହସ୍ପିଟାଲରେ ୮୪ ଦିନ ଇକମୋ ଚିକିତ୍ସା ପରେ ସେ ଆଜି ଆଖିବୁଜିଛନ୍ତି । ସଂଗ୍ରାମ ଜେନା ୨୦୧୪ରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ସଂଗ୍ରାମଙ୍କ ସାନ ଭାଇ ମନୋଜ ଜେନା ଦେହାନ୍ତ ଖବର ଦେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ନିକଟରେ ସଂଗ୍ରାମଙ୍କ ଜନ୍ମଦିନ ମଧ୍ୟ ଯାଇଥିଲା । ଯୁବ କଂଗ୍ରେସର ଛାତ୍ର ମାନେ ଜୟଦେବ ଜେନାଙ୍କ ଘରେ ପହଞ୍ଚି ଭୋ ଭୋ ହୋଇ କାନ୍ଦୁଛନ୍ତି । ବିଧାୟକ ସୁର ରାଉତରାୟଙ୍କ ମଧ୍ୟ ସଂଗ୍ରାମଙ୍କ ମୃତ୍ୟୁ ଖବର ପାଇବା ପରେ କାନ୍ଦୁଥିବାର ଦେଖିବାକୁ ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ଏତେ କମ ବୟସରେ ସଂଗ୍ରାମଙ୍କୁ ହରାଇବା ପରେ ପରିବାର ଲୋକ ଭାଙ୍ଗିପଡିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ସଂଗ୍ରାମଙ୍କ ମରଶରୀର ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଞ୍ଚିବ ।

Leave A Reply

Your email address will not be published.