ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଖେ​ଳ ଆରମ୍ଭ ହେବ ନା ଡେରି ଅଛି?

0
  • ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧରି ବିଜେପି ବଜାଇବ ନିର୍ବାଚନୀ ବିଗୁଲ୍
  • ନବୀନ ବି ବାହାରୁଛନ୍ତି ଜିଲ୍ଲା ଗସ୍ତରେ, ପଞ୍ଚାୟତ ନିର୍ବାଚନକୁ ଆଖି
  • କଂଗ୍ରେସର କୌଣସି ଯୋଜନା ନାହିଁ କି ପ୍ରସ୍ତୁତି ପାଇଁ ତନାଘନା

ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏକାଠି ଓହ୍ଲାଇବେ ମଇଦାନକୁ। ଜନ ଆଶୀର୍ବାଦ ଯାତ୍ରା ନାଁରେ ବିଜେପି ଆଜିଠାରୁ ପଞ୍ଚାୟତ ନିର୍ବାଚନ କ୍ୟାମ୍ପେନ୍ ଆରମ୍ଭ କଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟ ବିଜେପି ଉତ୍ସାହିତ। ସଭାପତି ସମୀର ମହାନ୍ତି ବିଶାଳ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ସେପଟେ ବିଜେଡି ବି ପଛରେ ନାହିଁ। ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାଗସ୍ତ ଆରମ୍ଭ କରିବେ। ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହେବାକୁ ଥିବା ଏହି ଗସ୍ତ ବେଶ୍ କିଛି ମାସ ଚାଲିବ। ଯାହା ସୂଚନା ମିଳୁଛି, ନଭେମ୍ବର ମାସ ଶେଷ ସୁଦ୍ଧା ୩୦ ଜିଲ୍ଲା ବୁଲିଯିବେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ୧୫ ତାରିଖ ଦିନ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ସ୍ବାସ୍ଥ୍ୟ କାର୍ଡ ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ। ପଞ୍ଚାୟତ ନିର୍ବାଚନ କ୍ଷେତ୍ରରେ ଏହା ବିଜେଡିର ମାଷ୍ଟର ଷ୍ଟ୍ରୋକ୍ ହେବ।

ରାଜ୍ୟ କଂଗ୍ରେସ ଏଯାଏ ସେମିତି କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିନାହିଁ। ଦଳ ପୂର୍ବାପେକ୍ଷା ସରକାର ବିରୋଧରେ ସ୍ବର ଟିକିଏ ଶାଣିତ କରିଛି ସତ, ହେଲେ ସାଂଗଠନିକ ଶକ୍ତି ବୃଦ୍ଧି କ୍ଷେତ୍ରରେ କୌଣସି ଉଦ୍ୟମ ହୋଇଥିବା ମନେ ହେଉନାହିଁ।

ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ନିଜେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ କହିସାରିଛନ୍ତି। ମନ୍ତ୍ରୀଙ୍କ କଥା ସତ ହେଲେ, ଜାନୁଆରି-ଫେବ୍ରୁଆରିରେ ନିର୍ବାଚନ ହେବ। ଅର୍ଥାତ୍ ରାଜନୈତିକ ଦଳମାନଙ୍କ ପାଖରେ ସର୍ବାଧିକ ୫ମାସ ଯାଏ ସମୟ ଅଛି। ଏଣୁ ପଞ୍ଚାୟତ ନିର୍ବାଚନ ତାତି ଏବେଠାରୁ ବଢିବ ବୋଲି ଆଶା କରିବା ସ୍ବାଭାବିକ। ରାଜନୈତିକ ଦଳମାନେ ତୃଣମୂଳସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବିଜୁ ଜନତା ଦଳ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ କାର୍ଯ୍ୟକାରିଣୀ ବୈଠକ କରୁଛି। ଦଳର ପର୍ଯ୍ୟବେକ୍ଷକମାନେ କର୍ମୀଙ୍କ ମାର୍ଗଦର୍ଶନ କରୁଛନ୍ତି। ଏ ଦୃଷ୍ଟିରୁ ବିଜେଡି ଟିକେ ଆଗରେ।

ରାଜନୀତି ରଣନୀତିକାରମାନେ କିନ୍ତୁ ଦୁଇଟି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ପ୍ରଥମତଃ ରାଜ୍ୟ ସରକାରଙ୍କ ହେଲ୍‌ଥ କାର୍ଡ ନିର୍ବାଚନରେ ମାଷ୍ଟର କାର୍ଡ ହେବ। ୩କୋଟି ୨୫ଲକ୍ଷ ଲୋକଙ୍କ ଘରେ ସରକାର ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ବିଜେପିର ଦ୍ବିତୀୟ ଧାଡିର ନେତା ଏ ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି। ହେଲେ କେନ୍ଦ୍ରମନ୍ତ୍ରୀମାନେ କେବଳ ବିକାଶକୁ ଧରି ବୁଲିବେ ନା ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିବେ, ତାହା ଲକ୍ଷ୍ୟ କରିବା କଥା। ଧର୍ମେନ୍ଦ୍ର ପ୍ରଧାନଙ୍କ ଅପେକ୍ଷା ଅଶ୍ବିନୀ କିଭଳି ଆଭିମୁଖ୍ୟ ରଖୁଛନ୍ତି, ସେ ରାଜ୍ୟ ସରକାରଙ୍କ ବିରୋଧରେ ମତ ରଖିବେ ନା ନାହିଁ, ତାହା ଉପରେ ଅନେକ କଥା ନିର୍ଭର କରେ। ସମାନ୍ତରାଳ ଭାବେ ଦଳୀୟ ନେତାମାନେ ବି ଦେଖିବେ ଯେ ଆଗକୁ ବିଜେପିର ଗତି କିଭଳି ରହିବ। ଦଳ ଧୀରେ ଚାଲିବ ନା ଆକ୍ରମଣାତ୍ମକ ଢଙ୍ଗରେ।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡିର ପ୍ରତିପକ୍ଷ ବୋଲି ଏବେ ବିଜେପି କିମ୍ବା କଂଗ୍ରେସକୁ କୁହାଯାଇପାରିବ ନାହିଁ। ବରଂ ପଞ୍ଚାୟତ ନିର୍ବାଚନ ହେଲେ ବିଜେଡି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜେଡି ବିରୋଧରେ ଲଢିବ। ଦଳରେ ମାଳ ମାଳ ନେତା ସାମ୍ନାକୁ ଆସି ନିର୍ବାଚନ ଭୋଟ ଗଣିତକୁ ଅଡୁଆ ଭିତରକୁ ଠେଲିଦେଇପାରନ୍ତି, ଠିକ୍ ଗତ ଥର ଭଳି। ଏକଥା ଏବେଠାରୁ ଜଳ ଜଳ ହୋଇ ଦିଶୁଛି। ଏବେ ବିଜେଡି ପାଇଁ ଚ୍ୟାଲେଞ୍ଜ ହେଲା, ସବୁ ନେତାଙ୍କୁ ସାଙ୍ଗରେ ରଖି କିଭଳି ଆଗକୁ ବଢିବ। ଏହାକୁ ଯଦି ସଫଳତାର ସହିତ ଦଳ କରିପାରିଲା, ତେବେ ନିର୍ବାଚନରେ ଦବଦବା ରହିବ। ଅନ୍ୟଥା ସ୍ବାସ୍ଥ୍ୟ ବୀମା ଏବଂ ଓବିସି କାର୍ଡ ଭଳି ବଡ ଅସ୍ତ୍ର ବି ଠିକ୍ ବେଳେ ଅକାମୀ ହୋଇଯିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ଅତି ସଂକ୍ଷେପରେ କହିଲେ, ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ପରିକ୍ରମା ଏବଂ ଓଡ଼ିଶା ଗସ୍ତ ବେଳେ କେନ୍ଦ୍ରୀୟ ନେତାଙ୍କ ସ୍ବର ସୂଚନା ଦେବ ଯେ ଉଭୟ ଦଳ ଆଗକୁ କିଭଳି ବଢିବେ। ହାତ ମିଳାଇ ଚାଲିବେ ନା ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ ହୋଇଯିବ?

Leave A Reply

Your email address will not be published.