ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଆଇଆଇଟିକୁ କାହିଁକି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

0

ବକୁଳ ବନ ବିଦ୍ୟାଳୟ ସହିତ ଆଇଆଇଟିକୁ ଯୋଡିବାକୁ ପରାମର୍ଶ ଦେଲେ

ଭୁବନେଶ୍ବର: ଭୁବନେଶ୍ୱର ଆଇଆଇଟିରେ ଦୁଇଟି ବିଲ୍ଡିଂର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଥିବା ଋଷିକୁଲ୍ୟା ଆବାସିକ ହଲ ଓ ପୁଷ୍ପଗିରି ଲେକଚର୍ସ ହଲ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି। ୮୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ଅନ୍ତର୍ଜାତୀୟ ସ୍ତରର
ଲେକଚର୍ସ ହଲ୍‌କୁ ଉଦଘାଟନ କରି ବେଶ ଖୁସିଥିବା କହିଛନ୍ତି।

ଶ୍ରୀ ପ୍ରଧାନ କହିଥିଲେ, ଶିକ୍ଷା ବିଭାଗର ଦାୟିତ୍ୱ ନେବା ପରେ ଏହା ତାଙ୍କ ପାଇଁ ଏକ ଗୌରବର ମୃହୁର୍ତ ଥିଲା। କୋଭିଡ ସ୍ଥିତି ସୁଧୁରିବା ପରେ ଏହା ତାଙ୍କର ପ୍ରଥମ ଖୋଲା କାର୍ଯ୍ୟକ୍ରମ। କେବଳ ଇଂଜିନିୟରିଂ ପାଠ ପଢାଇବା ବ୍ୟତୀତ ବହୁମୂଖୀ ଶିକ୍ଷାଦାନ ଭୁବନେଶ୍ୱର ଆଇଆଇଟିର ଉଦ୍ଦେଶ୍ୟ ହେବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ସେହିପରି ଜାତୀୟ ଶିକ୍ଷାନୀତିରେ ବିଭିନ୍ନ ଭାରତୀୟ ଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଉଛି ।ତେଣୁ ଓଡିଆ ଭାଷାରେ କିଭଳି ଭୁବନେଶ୍ୱର ଆଇଆଇଟିକୁ ଯୋଡାଯାଇପାରିବ ସେଥପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଭାରତବର୍ଷରେ ଆଇଆଇଟି ଗୋଟେ ବଡ଼ ଅନୁଷ୍ଠାନ। କିଛି ବର୍ଷ ଧରି ଭାରତ ସରକାରଙ୍କ ଦ୍ୱାରା ଭୂବନେଶ୍ୱରରେ ଆଇଆଇଟି ସ୍ଥାପନ ହୋଇଛି । ଏହାକୁ
ବିଗତ ବର୍ଷରେ ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ସମର୍ପିତ କରିଛନ୍ତି। କନଭୋକେସନକୁ ଭାରତର ରାଷ୍ଟ୍ରପତିମାନେ ମଧ୍ୟ ଆଗମନ
କରିଛନ୍ତି। ପ୍ରଣବ ମୁଖାର୍ଜୀ, ରାମନାଥ କୋବିନ୍ଦ ଆସିଛନ୍ତି । ଏହା ଦ୍ୱାରା ଆଇଆଇଟିର ସାମାଜିକ ମର୍ଯ୍ୟାଦା ସହ ଆଇଆଇଟି ଭୁବନେଶ୍ୱରର ଗୁଣାତ୍ମକ
ମର୍ଯ୍ୟାଦା ଆଜି ସମାଜରେ ରହିଛ ବୋଲି ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.