ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଡ୍ରାଇଭର ରଚିଥିଲା ଅପହରଣ ନାଟକ

0

ଭୁବନେଶ୍ବର: ଅପହରଣ ପଛର ମାଷ୍ଟରମାଇଣ୍ଡ ଥିଲା ଡ୍ରାଇଭର। ଆସିକା ରୋଡରେ ଥିବା ଏକ୍ସିକ୍ସ ବ୍ୟାଙ୍କ ସାମନାରୁ ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୁଲିସ। ଅପହରଣ ଓ ଲୁଟ ପଛରେ ଆଉ କେହି ନୁହେଁ ନିଜେ ଭ୍ୟାନ ଡ୍ରାଇଭର ହିଁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି।

ଡ୍ରାଇଭର ହିଁ ରଚିଥିଲା ଅପହରଣ ନାଟକ । ଗତ ୧୮ ତାରିଖ ଦିନ ଏକ୍ସିକ୍ସ ବ୍ୟାଙ୍କ ସାମନାରୁ ୨୪ ଲକ୍ଷ ଟଙ୍କା ଥିବା ଏଟିଏମ ଭ୍ୟାନ ସହ ଡ୍ରାଇଭରକୁ ଅପହରଣ
କରାଯାଇଥିଲା। ୨ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଟଙ୍କା ଭର୍ତି ଗାଡି ସହ ଡ୍ରାଇଭରକୁ ନେଇଯାଇଥିଲେ । ଏହା ପରେ ଡ୍ରାଇଭର ଆଶିଷଙ୍କୁ ନିଶାଶକ୍ତ ଅବସ୍ଥାରେ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉଦ୍ଧାର କରିଥିଲା। ଭ୍ୟାନ ସହିତ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା ପୁଲିସ । ହେଲେ ଡ୍ରାଇଭର ଜଣକ ତାଙ୍କୁ ଦୃର୍ବୁତ ଅପହରଣ କରିନେଇ ଟଙ୍କା ସବୁ ନେଇଯାଇଥିବା ଅଭିଯୋଗ କରିଥିଲେ।

ପୁଲିସ ତାଙ୍କୁ ପଚରାଉଚରା ପରେ ତାଙ୍କ କଥାରେ ତାଳମେଳ ରହୁନଥିଲା। ଯାହାକୁ ନେଇ ପୁଲିସର ସନ୍ଦେହ ବଢିଥିଲା। ଏହା ପରେ ସିସିଟିଭି ଫୁଟେଜ ଓ
କଲ ଯାଞ୍ଚ କରିଥିଲା ପୁଲିସ। ଏଥିରୁ ଡ୍ରାଇଭର ହିଁ ଅପହରଣ ପଛର ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୁଲିସ ଡ୍ରାଇଭର ଆଶିଷ ସହ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ସହ ତାଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଆଜି ବ୍ରହ୍ମପୁର ଏସପି ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.