ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଡ୍ରାଇଭର ରଚିଥିଲା ଅପହରଣ ନାଟକ

0

ଭୁବନେଶ୍ବର: ଅପହରଣ ପଛର ମାଷ୍ଟରମାଇଣ୍ଡ ଥିଲା ଡ୍ରାଇଭର। ଆସିକା ରୋଡରେ ଥିବା ଏକ୍ସିକ୍ସ ବ୍ୟାଙ୍କ ସାମନାରୁ ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୁଲିସ। ଅପହରଣ ଓ ଲୁଟ ପଛରେ ଆଉ କେହି ନୁହେଁ ନିଜେ ଭ୍ୟାନ ଡ୍ରାଇଭର ହିଁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି।

ଡ୍ରାଇଭର ହିଁ ରଚିଥିଲା ଅପହରଣ ନାଟକ । ଗତ ୧୮ ତାରିଖ ଦିନ ଏକ୍ସିକ୍ସ ବ୍ୟାଙ୍କ ସାମନାରୁ ୨୪ ଲକ୍ଷ ଟଙ୍କା ଥିବା ଏଟିଏମ ଭ୍ୟାନ ସହ ଡ୍ରାଇଭରକୁ ଅପହରଣ
କରାଯାଇଥିଲା। ୨ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଟଙ୍କା ଭର୍ତି ଗାଡି ସହ ଡ୍ରାଇଭରକୁ ନେଇଯାଇଥିଲେ । ଏହା ପରେ ଡ୍ରାଇଭର ଆଶିଷଙ୍କୁ ନିଶାଶକ୍ତ ଅବସ୍ଥାରେ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉଦ୍ଧାର କରିଥିଲା। ଭ୍ୟାନ ସହିତ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା ପୁଲିସ । ହେଲେ ଡ୍ରାଇଭର ଜଣକ ତାଙ୍କୁ ଦୃର୍ବୁତ ଅପହରଣ କରିନେଇ ଟଙ୍କା ସବୁ ନେଇଯାଇଥିବା ଅଭିଯୋଗ କରିଥିଲେ।

ପୁଲିସ ତାଙ୍କୁ ପଚରାଉଚରା ପରେ ତାଙ୍କ କଥାରେ ତାଳମେଳ ରହୁନଥିଲା। ଯାହାକୁ ନେଇ ପୁଲିସର ସନ୍ଦେହ ବଢିଥିଲା। ଏହା ପରେ ସିସିଟିଭି ଫୁଟେଜ ଓ
କଲ ଯାଞ୍ଚ କରିଥିଲା ପୁଲିସ। ଏଥିରୁ ଡ୍ରାଇଭର ହିଁ ଅପହରଣ ପଛର ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୁଲିସ ଡ୍ରାଇଭର ଆଶିଷ ସହ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ସହ ତାଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଆଜି ବ୍ରହ୍ମପୁର ଏସପି ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.