ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ଓଡ଼ିଶା ଶିକ୍ଷା ବିକାଶରେ ଯୋଡି ହେଲେ ଧର୍ମେନ୍ଦ୍ର

0

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
ରାଜ୍ୟର ୫୦ ହଜାର ସରକାରୀ ସ୍କୁଲରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ଯୋଗାଣ କରାଯିବ
ବିଦ୍ୟାଳୟରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପାଇଁ ୧୫୦ ସ୍କୁଲକୁ ନେଇ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ


ଭୁବନେଶ୍ୱର: ରାଜ୍ୟ ସରକାର ଯେଉଁଦିନ ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟା (ହିଞ୍ଜିଳିକାଟୁରେ ସ୍ମାର୍ଟ କ୍ଲାସ୍ ଉଦ୍‌ଘାଟନ) ଆରମ୍ଭ କରିଛନ୍ତି, ଠିକ୍ ସେହିଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜକୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସହିତ ଯୋଡି ଦେଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସହିତ ଆଲୋଚନା କରି ନୂଆ ଜାତୀୟ ନୀତି-୨୦୨୦ କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବା ବେଳେ ଏହାର ଆଭାସ ମିଳିଛି। ମନ୍ତ୍ରୀ କହିଛନ୍ତି, ଆଗାମୀ ୨ ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ରାଜ୍ୟର ୫୦ ହଜାର ସରକାରୀ ବିଦ୍ୟାଳୟରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଓଡିଶାରେ ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷା ଭିତିଭୂମିର ବିକାଶ ପାଇଁ ରୁସାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବା ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା
ସମ୍ପର୍କରେ ବୁଝିଥିଲେ। ଏହାସହ ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ମଜବୁତ୍ କରିବା, ଗବେଷଣା ପରିସଂସ୍ଥାନର ବିକାଶ ଏବଂ ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ବିସ୍ତୁତ ଭାବେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ।

ସେହିପରି ଶିକ୍ଷକ ଶିକ୍ଷୟିତ୍ରୀ, ୧୮ ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ଓ କଲେଜର କର୍ମଚାରୀଙ୍କ ଟିକାକରଣକୁ ଶତପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଆସନ୍ତା ସେପ୍ଟେମ୍ବରରେ ଏକ ଅଭିଯାନ ଆରମ୍ଭ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟରେ ଶିକ୍ଷାର ଅଭିବୃଦ୍ଧି ପାଇଁ ସମଗ୍ର ଶିକ୍ଷା ଅଧୀନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶାର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା। ବିଦ୍ୟାଳୟ ସ୍ତରରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ଏକାଠି କରି ପ୍ରଥମ ପର୍ଯ୍ୟାୟରେ ୧୫୦ ସ୍କୁଲକୁ ନେଇ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିବା ଉପରେ ଆଲୋଚନା କରାଯାଇଛି।

ଆଗାମୀ ୨ ବର୍ଷ ମଧ୍ୟରେ ୫୦ ହଜାର ସରକାରୀ ବିଦ୍ୟାଳୟରେ ମୋଦୀ ସରକାରଙ୍କର ସ୍ୱଜଲଧାରା ଯୋଜନାରେ ପାନୀୟ ଜଳ, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଭାରତ ନେଟ୍ ଯୋଜନାରେ ଇଂଟରନେଟ୍ ସଂଯୋଗ ଓ ଆନୁଷଙ୍ଗିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ଶିକ୍ଷାର ବିକାଶ କରିବା ଉଭୟ ଭାରତ ଓ ରାଜ୍ୟ ସରକାରଙ୍କର ମିଳିତ ଦାୟିତ୍ୱ । କେନ୍ଦ୍ର ଓ ରାଜ୍ୟ ସମନ୍ୱୟରେ ନୂଆ ଶିକ୍ଷା ନୀତିରେ ବିଶେଷ ଭାବରେ ଗରିବ ଘରର ପିଲା ତଥା ସ୍କୁଲ ମାଡ଼ୁ ନଥିବା ପିଲାଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ସ୍ୱରୋଜଗାରର ବାଟ ଦେଖାଇବା ଆମର ଲକ୍ଷ୍ୟ ଏବଂ ଦାୟିତ୍ୱ। ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.