ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ସୋମନାଥଙ୍କୁ ଦଣ୍ଡ ନୁହେଁ ପ୍ରଶଂସା ମିଳିଛି

0

ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇଥିବା ସିଆଇଏସଏଫ ଯବାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ବରଂ ତାଙ୍କ ଡ୍ୟୁଟି ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି। ସିଆଇଏସଏଫ ପକ୍ଷରୁ ଟୁଇଟ କରି ଏଭଳି ସ୍ପଷ୍ଟୀକରଣ ରଖାଯାଇଛି। ସିଆଇଏସଏଫ୍ ଯବାନଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଖବର ସମ୍ପୂର୍ଣ୍ଣ ମିଛି ବୋଲି କୁହାଯାଇଛି।

ବିମାନବନ୍ଦରରେ ପ୍ରବେଶ ବେଳେ ସଲମାନଙ୍କୁ ଅଟକାଇଥିବା ଓଡିଆ ସିଆଇଏସଏଫ ଯବାନ ସୋମନାଥ ମହାନ୍ତିଙ୍କ ମୋବାଇଲ ଜବତ କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। କୁହାଯାଇଥିଲା ଯେ ସେ ଗଣମାଧ୍ୟମରେ ଘଟଣା ସଂପର୍କରେ ଆଲୋଚନା କରିବାରୁ ଏହା ପ୍ରୋଟୋକଲ ଉଂଲଘନ ହୋଇଛି। ତେଣୁ ସେ ଆଉ ଯେପରି ଗଣମାଧ୍ୟମ ସହ କଥା ହୋଇନପାରିବେ ସେଥିପାଇଁ ତାଙ୍କ ମୋବାଇଲ ସିଆଇଏସଏଫ ପକ୍ଷରୁ ଜବତ କରାଯାଇଥିବା ଜାତୀୟ ଗଣମାଧ୍ୟମରେ
ଖବର ମଧ୍ୟ ଆସିଥିଲା।

ହେଲେ ଏହା ମିଛ ଖବର । ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସିଆଇଏସଏଫ ପକ୍ଷରୁ କୁହାଯାଇଛି। ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଯବାନ ଜଣକ ତାଙ୍କ ଡ୍ୟୁଟି କରିଛନ୍ତି ବୋଲି କୁହାଯାଇଛି।

କିଛି ଦିନ ତଳେ ଟାଇଗର ଥ୍ରୀ ଫିଲ୍ମର ସୁଟିଂ ପାଇଁ ସଲମାନ ଖାନ ଓ କ୍ୟାଟ୍ରିନା କେଫ ବିମାନବନ୍ଦରରେ ପ୍ରବେଶ ବେଳେ ସିଆଇଏସଏଫ ଯବାନ ତଥା ନୟାଗଡର ଓଡିଆ ପୁଅ ସୋମନାଥ ମହାନ୍ତି ତାଙ୍କୁ ଅଟକାଇଦେଇଥିଲେ । ପାସପୋର୍ଟ ଯାଞ୍ଚ ପରେ ତାଙ୍କୁ ଭିତରକୁ ଛାଡିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ସେମାନାଥଙ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.