ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

ଦ୍ବିତୀୟ ମଣ୍ଡଳ ଯୁଗ ଆଡକୁ ମୁହାଁଉଛେ କି? (୨)

0

ଭୁବନେଶ୍ବର: ଜାତିଭିତ୍ତିକ ଜନଗଣନା ଏବଂ ସଂରକ୍ଷଣ ସୀମା ୫୦ ପ୍ରତିଶତ କଟକଣା ଉଠାଇବା ପ୍ରସଙ୍ଗରେ ଭାରତବର୍ଷରେ ରାଜନୈତିକ ଦଳଗୁଡିକ ଯେଭଳି ସକ୍ରିୟତା ଦେଖାଇଲେଣି, ତାହା କେଉଁଠି ନା କେଉଁଠି ଜଣାଇ ଦେଉଛି ଯେ ‘ଦ୍ବିତୀୟ ମଣ୍ଡଳ ଯୁଗ’ ଆଡକୁ ସାରା ଦେଶ ମୁହାଁଉଛି। ଅବଶ୍ୟ ଏକଥା ଆମେ କେହି ଭୁଲିନାହାନ୍ତି ଯେ ୨୦୧୫ ମସିହାରେ ଲାଲୁ ପ୍ରସାଦ ଯାଦବ ବିହାର ନିର୍ବାଚନ ବେଳେ ଏ ସଂକ୍ରାନ୍ତରେ ପ୍ରଥମେ ଖୋଲାଖୋଲି ମତ ଦେଇଥିଲେ। ୨୦୧୪ ମସିହାରୁ ବିଜେପି ଓବିସି କାର୍ଡ ଖେଳିବା ପରଠାରୁ ଏଭଳି ଏକ ଆଶଙ୍କା ବୁଦ୍ଧିଜୀବୀମାନଙ୍କୁ ବି ଘାରିଛି। ଦୀର୍ଘ ତିନି ଦଶନ୍ଧି ପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଣ୍ଡଳ ଓ କମଣ୍ଡଳ କଥା ଉଠାଇଲେଣି।

ଅବଶ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ। ସମସ୍ତେ ଅବଗତ ଯେ ଏଠାରେ ଜାତିଭିତ୍ତିରେ ରାଜନୀତି ହେବା ସମ୍ଭାବନା କ୍ଷୀଣ। ବିଜୁ ପଟ୍ଟନାୟକ ମଧ୍ୟ ମଣ୍ଡଳ ବିରୋଧରେ ମତ ରଖି ଆସୁଥିଲେ। ତା ସତ୍ତ୍ବେ ବିଜେଡି ଏହି କାର୍ଡ ଧରି ଆଗକୁ ବଢୁଛି।

ଜାତି କାର୍ଡ ସଂପର୍କରେ ବୁଧବାର (ଗତକାଲି) ପ୍ରଥମ ପର୍ଯ୍ୟାୟ ଆଲେଖ୍ୟ (ଆରମ୍ଭ ହେଲା ମୋଦୀ ସରକାର ବିରୋଧରେ ଅସଲ ଖେଳ) ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ମୋଦୀ ସରକାର ବିରୋଧରେ ଦେଶର ଅଣବିଜେପି ରାଜନୈତିକ ଦଳ ଯେଉଁ ଗୋଟିଚାଳନା କରିଛନ୍ତି, କ୍ଷମତା ଚୌକିରୁ ବେଦଖଲ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି, ଜାତି କାର୍ଡ ସେ କୌଶଳର ଏକ ଅଂଶବିଶେଷ। ସେହିଭଳି ଏସପି, ବିଏସପି ଭଳି ରାଜନୈତିକ ଦଳ ଯେଉଁମାନେ ଜାତି କାର୍ଡ ଖେଳନ୍ତି, ସେମାନଙ୍କ ଭୋଟ ବ୍ୟାଙ୍କକୁ ଏହା ଆହୁରି ମଜବୁତ କରିବା ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଇପାରେ।

କାରଣ ଥରେ ବିରୋଧୀଙ୍କ ଦାବିକୁ କେନ୍ଦ୍ର ସରକାର ମାନିଗଲେ, ବିଜେପି ପାଇଁ ସଙ୍କଟ ବଢିଯିବ। ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର କେନ୍ଦ୍ରୀୟ ସହଯୋଗୀମାନେ ବୁଝନ୍ତି। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଜନସଂଖ୍ୟାର ୫୨ ରୁ ୫୫% ଯାଏ ଓବିସି ବୋଲି ଆକଳନ କରାଯାଇଛି। ଏଭଳିସ୍ଥଳେ ମୋଦୀ ସରକାର ଯଦି ଜାତିଭିତ୍ତିକ ଜନଗଣନା କରିବାର ଦାବିକୁ ଗ୍ରହଣ କରିନେଲେ, ତେବେ ଏହି ନେତାମାନେ ନିଶ୍ଚିତ ଭାବରେ ପରବର୍ତ୍ତୀ ଦାବିକୁ ଜୋରଦାର କରିବେ। ସରକାରୀ ଚାକିରିରେ ଓବିସି କୋଟାକୁ ବର୍ତ୍ତମାନର ୨୭%ରୁ ବୃଦ୍ଧି କରିବାକୁ ଏକ ଆନ୍ଦୋଳନ ଆରମ୍ଭ କରିବା ଲାଗି ସେମାନଙ୍କୁ ଆଉ ଗୋଟିଏ ପ୍ରସଙ୍ଗ ମିଳିଯିବ। ଅନ୍ୟପକ୍ଷରେ ଯଦି କେନ୍ଦ୍ର ସରକାର ଜାତି ସଂକ୍ରାନ୍ତ ଦାବି ଗ୍ରହଣ ନକରନ୍ତି, ତେବେ ଏହି ଦଳମାନେ ଗରିବ ଲୋକଙ୍କୁ ଚାକିରି ଏବଂ ଶାସନରେ ଭାଗ ଦେବାକୁ ଅସ୍ୱୀକାର କରୁଥିବା ଦର୍ଶାଇ ବିଜେପି ଉପରେ ଆକ୍ରମଣ କରିବାକୁ ବି ପଛାଇବେ ନାହିଁ, ଯାହାକୁ ମୁକାବିଲା କରିବା ବିଜେପି ପାଇଁ ବି କଷ୍ଟସାଧ୍ୟ ହେବ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା, ଯଦି ଥରେ ଜାତିଭିତ୍ତିକ ଗଣନା ହେବ, ତେବେ ଭାରତ ଜନସଂଖ୍ୟା ଆଧାରରେ ଅନେକ ଜାତିର ଅନୁପାତ ବଦଳିଯିବ। ପ୍ରତ୍ୟେକ ରାଜ୍ୟରେ ସଂରକ୍ଷଣ ସୂତ୍ରରେ ପରିବର୍ତ୍ତନ ଆଣିବାକୁ ହେବ। ଏହା ସବୁ ରାଜ୍ୟର ଆଭ୍ୟନ୍ତରୀଣ ରାଜନୀତିକୁ ଗୋଳମାଳ କରିଦେଇପାରେ। ଏଣୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଆଡେଇ ଚାଲିଛନ୍ତି।

୨୦୧୧ ମସିବାରେ ଲାଲୁ ପ୍ରସାଦ ଯାଦବ, ମୁଲାୟମ୍ ସିଂହ ଯାଦବ ପ୍ରମୁଖଙ୍କ ଚାପରେ ମନମୋହନ ସିଂହ ସରକାର ସର୍ବପ୍ରଥମ ସରକାର ଭାବେ ସାମାଜିକ-ଅର୍ଥନୈତିକ ଜାତି ଜନଗଣନା କରିଥିଲେ। ଏହି ରିପୋର୍ଟରୁ ଆଭାସ ମିଳୁଥିଲା, ସାରା ଦେଶରେ ୪ଲକ୍ଷ ୬୯ ହଜାର ଜାତି, ଉପଜାତି ଏବଂ ଗୋତ୍ର ଆଦି ରହିଛି। କୌତୂହଳ କଥା ହେଲା, ସେ ସମୟରେ କେନ୍ଦ୍ର ସରକାର ବୁଝିଗଲେ ଯେ ଏହି ରିପୋର୍ଟ ପ୍ରକାଶ ପାଇବା ଅର୍ଥ ବିରୁଡି ବସାରେ ହାତ ମାରିବା ଭଳି କଥା ହେବ। ଉପା ସରକାର ପରିବର୍ତ୍ତନ ହୋଇଗଲା ପଛେ ଏହି ରିପୋର୍ଟ ସାର୍ବଜନୀନ ହୋଇପାରିଲା ନାହିଁ।

ବିଜେପି କ୍ଷମତାକୁ ଆସିବା ପରେ ବି ଏଥିରେ କିଛି ପରିବର୍ତ୍ତନ ଘଟିନାହିଁ। ବରଂ କେନ୍ଦ୍ର ସରକାର ୨୦୧୫ରେ ଏହି ତଥ୍ୟ ତ୍ରୁଟିପୂର୍ଣ୍ଣ ବୋଲି କହି ତତ୍କାଳୀନ ନିତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ନେତୃତ୍ବରେ ଗୋଟିଏ କମିଟି ଗଠନ କରିଥିଲେ। ଏହି କମିଟି ୨୦୧୭ରେ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ ହେଁ, ଏହା ମଧ୍ୟ ସାର୍ବଜନୀନ ହୋଇନାହିଁ। ସଂସଦରେ ଏହି ପ୍ରସଙ୍ଗ ଏକାଧିକ ବାର ଉଠିଛି। ଥରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରତିଶ୍ରୁତି ଦେଇଥିଲେ, ୨୦୧୧ ଜନଗଣନା ରିପୋର୍ଟ ପ୍ରକାଶ କରାଯିବ। ହେଲେ ସେମିତି କିଛି ବି ହେଲାନି।

ଏବେ ରାଜନୈତିକ ଦଳମାନଙ୍କର କହିବା କଥା, ଯାହାର (ଓବିସି) ଅଧିକ ଭୋଟ ପାଇ ମୋଦୀ ସରକାର କେନ୍ଦ୍ରରେ କ୍ଷମତାକୁ ଆସିଛନ୍ତି, ସେହି ପଛୁଆ ବର୍ଗର ଜନଗଣନା ପାଇଁ କେନ୍ଦ୍ର ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି? ଅନ୍ତତଃପକ୍ଷେ କିଛି ନ ହେଲେ ନାହିଁ, ଆଗ ୨୦୧୧ ଜନଗଣନା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରାଯାଉ। ଏ ପ୍ରସଙ୍ଗଟି ବି ମୋଦୀ ସରକାରଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି।

ଏଠାରେ ଉଲ୍ଲେଖଥାଉକି, ଉତ୍ତର ପ୍ରଦେଶ ନିର୍ବାଚନ ସବୁବେଳେ ଜାତୀୟ ନିର୍ବାଚନ ଉପରେ ବଡ ପ୍ରଭାବ ରଖିଆସିଛି। ସ୍ବାଭାବିକ ଭାବେ ୨୦୨୪ ସାଧାରଣ ନିର୍ବାଚନକୁ ଅନେକାଂଶରେ ୨୦୨୨ର ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ପ୍ରଭାବିତ କରିଥାଏ। ଯେହେତୁ ଜାତି କାର୍ଡ ବିଜେପିର ନିଜସ୍ବ ସାମାଜିକ ଭୋଟ ବ୍ୟାଙ୍କ ପ୍ରତି ବିପଦ ଆଣିବ ବୋଲି ମନେ କରାଯାଉଛି, ଏଣୁ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗଟିକୁ ରାଜନୈତିକ ଦଳମାନେ ଠିକ୍ ସମୟରେ ଉଠାଇଛନ୍ତି ବୋଲି କୁହାଯାଇପାରେ।

ଏମିତିରେ ବି ଇଣ୍ଡିଆ ଟୁଡେ ଦ୍ୱାରା ହୋଇଥିବା ସର୍ବଶେଷ ସର୍ଭେରୁ ଜଣାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ୬୬% ରୁ ୨୪% କୁ ହ୍ରାସ ପାଇଥିବା କୁହାଯାଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମଧ୍ୟ ଗରିବଙ୍କ ମଧ୍ୟରେ ଗ୍ରହଣୀୟତା ଅଭାବ ହେତୁ ଯନ୍ତ୍ରଣା ଭୋଗୁଛନ୍ତି।

ପଛୁଆ ଶ୍ରେଣୀର ଆନ୍ଦୋଳନର ପୁରାତନ ଯୋଦ୍ଧାଙ୍କ ମଧ୍ୟରେ ଶ୍ରେଷ୍ଠ ନୀତୀଶ କୁମାର ରାଜନୈତିକ ଗଣିତ ପ୍ରୟୋଗରେ ମାହିର। ଏଣୁ ବର୍ତ୍ତମାନ ସମୟକୁ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇବାର ଉପଯୁକ୍ତ ସମୟ ବୋଲି ସେ ଧରି ନେଇଛନ୍ତି। ସେ ଆହୁରି ଜାଣିଛନ୍ତି, ଯଦି ବିଜେପି ଏହି ଦାବିକୁ ଅଣଦେଖା କରେ ତେବେ ନିଶ୍ଚିତ ଭାବରେ ଗରିବ ଶ୍ରେଣୀର ଓବିସିମାନଙ୍କ ମନରେ ଏହା ସନ୍ଦେହ ସୃଷ୍ଟି କରିବ। ଏମିତିରେ ବି ସେମାନେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଜୀବିକା ସୁଯୋଗ ହରାଇବା କାରଣରୁ ବହୁ କଷ୍ଟ ଭୋଗୁଛନ୍ତି। ଏଣୁ ବିଜେପି ସହିତ ଆଗକୁ ବଢିବା ପୂର୍ବରୁ ଏହି ବର୍ଗର ଲୋକମାନେ ଆଉଥରେ ଚିନ୍ତା କରିବେ।

ଗୋଟିଏ ମହଲ କହୁଛନ୍ତି, ବିହାର ଏବଂ ଉତ୍ତରପ୍ରଦେଶର ଜାତି ରାଜନୀତି ଦୃଷ୍ଟିରୁ ଶକ୍ତିଶାଳୀ। ୧୯୯୧ ମସିହାରେ ମଣ୍ଡଳ ଆୟୋଗ ରିପୋର୍ଟ କାର୍ଯ୍ୟକାରୀ ହେବା ପରଠାରୁ ଏଠାରେ ଆଞ୍ଚଳିକ ଦଳମାନଙ୍କର ଶକ୍ତି ବୃଦ୍ଧି ପାଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉତ୍ତର ଭାରତର ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିବା ମୁଲାୟମ ସିଂ, ଲାଲୁ ପ୍ରସାଦ, ଦେବୀ ଲାଲ ଏବଂ ତାଙ୍କ ପୁଅ ଓମ ପ୍ରକାଶ ଚୌତାଲା ପ୍ରମୁଖ ଜାତି ଭିତ୍ତିକ କାର୍ଡ ଖେଳି ଆସିଛନ୍ତି। ଏବେ ଯଦି ଜାତିଭିତ୍ତିକ ଗଣନା ଆରମ୍ଭ ହୋଇଯିବ, ନୀତିଶଙ୍କ ସହିତ ସ୍ବର ମିଳାଉଥିବା ରାଜନୈତିକ ଦଳ ପାଇଁ ଏହା ସଂଜୀବନୀ ହେବ।

ଅନ୍ୟ ଗୋଟିଏ ମହଲର ମତ ହେଉଛି, ୨୦୧୪ ପରଠାରୁ ବିଜେପି ଓବିସି ଭୋଟ୍ ରାଜନୀତିକୁ ପ୍ରସଙ୍ଗ କରିସାରିଲେଣି। ଏକ ତଥ୍ୟ ଅନୁସାରେ, ୨୦୦୯ ନିର୍ବାଚନରେ​​ ଆଞ୍ଚଳିକ ଦଳଗୁଡିକୁ ୪୨ ପ୍ରତିଶତ ଓବିସି ଭୋଟ ମିଳିଥିଲା। ବିଜେପି ସେବେ ଓବିସିର ୨୨% ଭୋଟ୍ ହାସଲ କରିଥିଲା। କିନ୍ତୁ ଓବିସି ମଧ୍ୟରେ ବିଜେପିର ସମର୍ଥନ ଆଧାର ଏହି ଦଶନ୍ଧିରେ ନାଟକୀୟ ଢଙ୍ଗରେ ବୃଦ୍ଧି ପାଇଛି। ୨୦୧୯ ନିର୍ବାଚନରେ ​​ଆଞ୍ଚଳିକ ଦଳଗୁଡିକ ଆସିବା ପରେ ବିଜେପି ୪୨% ଭୋଟ ପାଇଥିବା ବେଳେ ଆଞ୍ଚଳିକ ଦଳ ୨୭% ଭୋଟ୍ ହାସଲ କରିଥିଲେ। ଏହି ସମୟ ମଧ୍ୟରେ ଓବିସି ମଧ୍ୟରେ ବିଜେପିର ସମର୍ଥନ ଆଧାର ବୃଦ୍ଧି ପାଇଛି ବୋଲି ଏହା ଠାରୁ ଆଉ ସ୍ପଷ୍ଟ ପ୍ରମାଣ କଣ ହୋଇପାରେ? ଏଣୁ ଯେଉଁ କାର୍ଡ ଧରି ବିଜେପି ବଢୁଛି, ସେହି କାର୍ଡ ସାମ୍ନାକୁ ଆଣି ଅଣବିଜେପି ଦଳ ଘେରୁଛନ୍ତି। ଏହା ମୋଦୀଙ୍କ ସଫଳତାକୁ କ୍ଷତବିକ୍ଷତ କରିବା ଲାଗିଏକ ବଡ ଚାଲ୍।

ଏମାନଙ୍କର ଯୁକ୍ତି ହେଉଛି, ଲାଲୁ, ମୁଲାୟମ, ତେଜସ୍ୱୀ, ଅଖିଳେଶ ଯାଦବ ଏବଂ ନୀତୀଶ କୁମାର ପ୍ରମୁଖ ସେମାନଙ୍କର ପାରମ୍ପରିକ ‘ଭୋଟ୍ ଆଧାର’ର କ୍ଷତିକୁ ସ୍ପଷ୍ଟ ଅନୁଭବ କରିଛନ୍ତି। ସେମାନେ ଜାଣନ୍ତି ଯେ ବିମୁଦ୍ରୀକରଣ ହେତୁ ‘ନିମ୍ନ’ ଓବିସି ଏବଂ ଦଳିତମାନେ ଅଧିକ କଷ୍ଟ ପାଇଥିଲେ। କୋଭିଡ୍-୧୯ ଦୀର୍ଘ ଏବଂ ଅପ୍ରତ୍ୟାଶିତ ମନ୍ତ୍ର ଗରିବ ଲୋକଙ୍କୁ ଜୀବିକା ନିର୍ବାହ ଲାଗି ବିପଦ ଭିତରକୁ ଠେଲି ଦେଇଛି। ସେମାନେ ଏହା ମଧ୍ୟ ସଚେତନ ଯେ ବିଜେପି ଯେଉଁ ରାସ୍ତାରେ ଯାଉଛି, ସେଥିରୁ ଜଣାପଡୁଛି କି ଏହାର କାର୍ଯ୍ୟର ମୂଳରେ କର୍ପୋରେଟ୍ ଏବଂ ‘ଉଚ୍ଚ’ ଜାତି ପ୍ରତି ନମନୀୟତା ରହିଛି। ଏହା ସତ୍ତ୍ବେ ଉପରକୁ ଦେଖାଇବା ଲାଗି ଏକ ସ୍ଥାୟୀ ଗରିବ-ଏଜେଣ୍ଡା ପ୍ରସ୍ତୁତ କରି ଆଗକୁ ବଢିବା ଲାଗି ବିଜେପି ନେତାମାନେ ଉଦ୍ୟମ ଚଳାଇଛନ୍ତି।

ଏଣୁ ଗରିବଙ୍କ ପାଇଁ କଲ୍ୟାଣ ନୀତି ପ୍ରସ୍ତୁତ କରିବାକୁ ସରକାରଙ୍କର ପରୀକ୍ଷାମୂଳକ ତଥ୍ୟ ଥିବା ଆବଶ୍ୟକ ବୋଲି କହି ଅଣବିଜେପି ରାଜନୈତିକ ଦଳ ସରକାରଙ୍କୁ କାଠଗଡାକୁ ଟାଣିବାକୁ ଉଦ୍ୟମ କରିବା ଏକ ଭଲ ଯୁକ୍ତି ବୋଲି ବିବେଚନା କରାଯାଇପାରେ। ଜାତି ଭିତ୍ତିକ ଜନଗଣନା ହେଉଛି ସରକାରଙ୍କ ପାଇଁ ଏହି ପରୀକ୍ଷାମୂଳକ ତଥ୍ୟ ପାଇବା ଲାଗି ଏକମାତ୍ର ଉପାୟ ବୋଲି ଏମାନେ ଦାବି କରିବାରେ ଅସ୍ବାଭାବିକତା କିଛିନାହିଁ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ଏବେ ୨୦୨୧ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏବେ ଯଦି କେନ୍ଦ୍ର ସରକାର ଏବେ ଜାତିଭିତ୍ତିକ ଗଣନା ନ କରିବେ, ତେବେ କେବେ କରିବେ? ଏହାର ଉତ୍ତର ତ କେନ୍ଦ୍ର ସରକାର ଦେବା ଦରକାର। ଅନ୍ୟଥା…।

Leave A Reply

Your email address will not be published.