ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସେପ୍ଟେମ୍ବର ୫ ବେଳକୁ ଆଉ ଏକ ଲଘୁଚାପ ସୂଚନା

0

ଭୁବନେଶ୍ବର: ଆଜି ସକାଳେ ଓଡ଼ିଶା ଉପକୂଳ ଦୂରରେ ସୃଷ୍ଟି ହୋଇଥିବା ଲଘୁଚାପର କେନ୍ଦ୍ର ରହିଥିଲା। ଏହା କ୍ରମଶଃ ବିସ୍ତୃତ ହେବା ସହିତ ଦକ୍ଷିଣ ଆଡକୁ ଯାଇ ୩୦ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ରହିବ। ଏହା ପରେ ନାଗପୁର ଦେଇ ରାଜସ୍ଥାନ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି।

ପାଣିପାଗ ବିଜ୍ଞାନୀ ତଥା ଓୟୁଏଟିର ପ୍ରାକ୍ତନ କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି, ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ବା ଆଂଶିକ ମେଘୁଆ ରହିବ। ୨୯ ତାରିଖ ଦିନ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ଓ ୩୦ ତାରିଖରେ ଉପକୂଳ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ (୨୫ମିମି) ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୩୧ ତାରିଖରେ କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାରେ ହାଲକା (୫ମିମି) ବର୍ଷା ସମ୍ଭାବନା ରହିଛି। ଅନ୍ୟାନ୍ୟ ଅଞ୍ଚଳରେ ସ୍ବଳ୍ପ ବର୍ଷା (୧୫ମିମି) ହେବ।

ସେହିପରି ସେପ୍ଟେମ୍ବର ପହିଲାରେ ଉପକୂଳରେ ସ୍ବଳ୍ପ ବର୍ଷା ହୋଇପାରେ। ଏହି ସମୟରେ ଅନ୍ୟ ସ୍ଥାନରେ ହାଲକା ବର୍ଷା ହେବ। ୨ତାରିଖରେ ପ୍ରାୟତଃ ସାରା ରାଜ୍ୟରେ ହାଲକା ବର୍ଷା ହେବ। ୩ରେ ଅଳ୍ପ କେତେକ ସ୍ଥାନ ବିଶେଷ କରି ଦକ୍ଷିଣ ଓଡ଼ିଶା ଛାଡିଦେଲେ ଅନ୍ୟାନ୍ୟ ଅଞ୍ଚଳରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହ ଭିତରେ ରାଜ୍ୟରେ ହାରାହାରି ୫୦ରୁ ୭୦ ମିମି ବର୍ଷା ହେବ। ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତରରେ ଅପେକ୍ଷାକୃତ କମ୍ ବର୍ଷା ହୋଇପାରେ।

ବିଭିନ୍ନ ମଡେଲ୍ ଆକଳନ କରି ଡ, ପଶୁପାଳକ ପୂର୍ବାନୁମାନ କରୁଛନ୍ତି ଯେ ସେପ୍ଟେମ୍ବର ୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପରେ ପରିଣତ ହେବ। ପ୍ରାଥମିକ ଆକଳନ ଅନୁସାରେ, ଏହି ସମ୍ଭାବ୍ୟ ଲଘୁଚାପ ବର୍ତ୍ତମାନ ଚାଲୁ ରହିଥିବା ଲଘୁଚାପ ଭଳି ବର୍ଷା କରାଇବ। ହାରାହାରି ୬୦ରୁ ୭୦ ମିମି ବର୍ଷା ୫ ତାରିଖରୁ ୧୦ ତାରିଖ ଭିତରେ ହୋଇପାରେ। ଓଡ଼ିଶା ଅପେକ୍ଷା ଆନ୍ଧ୍ର ଓ ତେଲେଙ୍ଗାନାରେ ଏହା ଅଧିକ ବର୍ଷା କରାଇବ। ଓଡ଼ିଶା ଉପକୂଳ ଏବଂ ଦକ୍ଷିଣରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ସୁଦ୍ଧା ଧାନରୁଆ ଓ ବେଉସା କାମ ସାରିବା ଦରକାର। ସେପ୍ଟେମ୍ବରରେ ଭଲ ବର୍ଷା ସମ୍ଭାବନା ରହିଛି। ଏଣୁ ଅଣଧାନ ଫସଲକୁ ପ୍ରାକ୍ ରବି ହିସାବରେ ବୁଣାବୁଣି ଆରମ୍ଭ କରିବା ଲାଗି ସେ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.