ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପୁତୁରା ସହ ନଜର ଆସିଲେ ସଲମାନ…ଲୋକେ କହିଲେ..

0

ବଲିଉଡ ଷ୍ଟାର ସଲମାନ ଖାନ ନିଜ ପ୍ରୋଫେସନାଲ ଲାଇଫକୁ ଯେମିତି ଭଲ ପାଆନ୍ତି ନିଜର ପରିବାରକୁ ମଧ୍ୟ । ସଲମାନ ତାଙ୍କ ପରିବାର ଲୋକଙ୍କୁ ଯେ ବହୁତ ଭଲ ପାଆନ୍ତି ଏଥିରେ ସନ୍ଦେହ ନାହିଁ । କାରଣ ଅନେକ ସମୟରେ ସେ ନିଜ ପରିବାର ସହ ଫଟୋ ମଧ୍ୟ ସେୟାର କରିବାର ଦେଖିବାକୁ ମିଳେ । ସଲମାନ ଏବେ ଟାଇଗର-ଥ୍ରୀ ଫିଲ୍ମର ସୁଟିଂ ପାଇଁ ଋଷରେ ଅଛନ୍ତି । କିନ୍ତୁ ନିଜର ବ୍ୟସ୍ତତା ଭିତରୁ ସେ ସମୟ ବାହାର କରି ନିଜର ପୁତୁରା ନିର୍ବାଣ ସହ ବୁଲୁଥିବାର ଦେଖିବାକୁ ମିଳିଛି । ଏହାର ଫଟୋ ମଧ୍ୟ ସେ ଇନଷ୍ଟାରେ ସେୟାର କରିଛନ୍ତି । ଯାହାକୁ ଫ୍ୟାନ ବହୁତ ପସନ୍ଦ କରିଛନ୍ତି।

ସଲମାନ ଖାନ ଓ ପୁତୁରା ନିର୍ବାଣ ଦାଦା ପୁତୁରାକୁ ଯୋଡି ଲୋକେ ବହୁତ ପସନ୍ଦ କରିଛନ୍ତି । ସଲମାନ ନିର୍ବାଣ ସହ ଫଟୋ ସେୟାର କରି ଲେଖିଛନ୍ତି ‘ଚାଚାଭତିଜେ’ । ଆଉ ଏହି ଫଟୋର ମଜା କଥା ହେଉଛି ଏଥିରେ ଫ୍ୟାନ ସଲମାନଙ୍କୁ ନିର୍ବାଣଙ୍କଠୁ ଅଧିକ ହ୍ୟାଣ୍ଡସମ ଦେଖାଯାଉଥିବା କହିଛନ୍ତି । କିଛି ଜଣ ସଲମାନଙ୍କର ଏହା ପରିବାର ପ୍ରତି ଭଲପାଇବା ବି କହିଛନ୍ତି ।

ଫଟୋରେ ସଲମାନ କାଜୁଆଲ ଡେନିମ ଜିନ୍ସ ଓ ଧଳା ରଂଗର ପ୍ରିଟେଂଡ ଟି ସାର୍ଟ ସହ ଜ୍ୟାକେଟ ପିନ୍ଧିଥିବା ନଜର ଆସିଛନ୍ତି । ଏହା ସହ ସଲମାନ ନିଜର ସିଗନେଚର ଟୋପି ମଧ୍ୟ ପିନ୍ଧିଛନ୍ତି । ସେହିପରି ନିର୍ବାଣ ଏକ ଲେଦର ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ନିର୍ବାଣ ବି ଋଷରୁ ନିଜ ଫଟୋ ସେୟାର କରିଛନ୍ତି । ଏକ ମିରର ସାମନାରେ ଛିଡା ହୋଇ ସେ ନିଜର ସେଲଫି ନେଇଛନ୍ତି । ଏହି ଫଟୋ ସେୟାର କରି ନିର୍ବାଣ ଲେଖିଛନ୍ତି ଯେ, ଋଷରେ ଥଣ୍ଡା ପବନର ଏହା ପ୍ରଭାବ ।

ନିର୍ବାଣ ଖାନ ହେଉଛନ୍ତି ସଲମାନଙ୍କ ଭାଇ ସୋହେଲ ଖାନ ଓ ସୀମା ଖାନ୍‌ଙ୍କ ପୁଅ । ନିର୍ବାଣ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପାଇ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେ ଟାଇଗର ଥ୍ରୀ ଫିଲ୍ମର ଆସିଷ୍ଟା ଡାଇରେକ୍ଟର ଭାବେ କାମ କରିବାର ଏକ୍ସିପ୍ରିଏନ୍ସ ପାଇଁ ଅଭିନେତାଙ୍କ ସହ ଋଷ ଯାଇଛନ୍ତି ।

Leave A Reply

Your email address will not be published.