ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ପୁତୁରା ସହ ନଜର ଆସିଲେ ସଲମାନ…ଲୋକେ କହିଲେ..

0

ବଲିଉଡ ଷ୍ଟାର ସଲମାନ ଖାନ ନିଜ ପ୍ରୋଫେସନାଲ ଲାଇଫକୁ ଯେମିତି ଭଲ ପାଆନ୍ତି ନିଜର ପରିବାରକୁ ମଧ୍ୟ । ସଲମାନ ତାଙ୍କ ପରିବାର ଲୋକଙ୍କୁ ଯେ ବହୁତ ଭଲ ପାଆନ୍ତି ଏଥିରେ ସନ୍ଦେହ ନାହିଁ । କାରଣ ଅନେକ ସମୟରେ ସେ ନିଜ ପରିବାର ସହ ଫଟୋ ମଧ୍ୟ ସେୟାର କରିବାର ଦେଖିବାକୁ ମିଳେ । ସଲମାନ ଏବେ ଟାଇଗର-ଥ୍ରୀ ଫିଲ୍ମର ସୁଟିଂ ପାଇଁ ଋଷରେ ଅଛନ୍ତି । କିନ୍ତୁ ନିଜର ବ୍ୟସ୍ତତା ଭିତରୁ ସେ ସମୟ ବାହାର କରି ନିଜର ପୁତୁରା ନିର୍ବାଣ ସହ ବୁଲୁଥିବାର ଦେଖିବାକୁ ମିଳିଛି । ଏହାର ଫଟୋ ମଧ୍ୟ ସେ ଇନଷ୍ଟାରେ ସେୟାର କରିଛନ୍ତି । ଯାହାକୁ ଫ୍ୟାନ ବହୁତ ପସନ୍ଦ କରିଛନ୍ତି।

ସଲମାନ ଖାନ ଓ ପୁତୁରା ନିର୍ବାଣ ଦାଦା ପୁତୁରାକୁ ଯୋଡି ଲୋକେ ବହୁତ ପସନ୍ଦ କରିଛନ୍ତି । ସଲମାନ ନିର୍ବାଣ ସହ ଫଟୋ ସେୟାର କରି ଲେଖିଛନ୍ତି ‘ଚାଚାଭତିଜେ’ । ଆଉ ଏହି ଫଟୋର ମଜା କଥା ହେଉଛି ଏଥିରେ ଫ୍ୟାନ ସଲମାନଙ୍କୁ ନିର୍ବାଣଙ୍କଠୁ ଅଧିକ ହ୍ୟାଣ୍ଡସମ ଦେଖାଯାଉଥିବା କହିଛନ୍ତି । କିଛି ଜଣ ସଲମାନଙ୍କର ଏହା ପରିବାର ପ୍ରତି ଭଲପାଇବା ବି କହିଛନ୍ତି ।

ଫଟୋରେ ସଲମାନ କାଜୁଆଲ ଡେନିମ ଜିନ୍ସ ଓ ଧଳା ରଂଗର ପ୍ରିଟେଂଡ ଟି ସାର୍ଟ ସହ ଜ୍ୟାକେଟ ପିନ୍ଧିଥିବା ନଜର ଆସିଛନ୍ତି । ଏହା ସହ ସଲମାନ ନିଜର ସିଗନେଚର ଟୋପି ମଧ୍ୟ ପିନ୍ଧିଛନ୍ତି । ସେହିପରି ନିର୍ବାଣ ଏକ ଲେଦର ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ନିର୍ବାଣ ବି ଋଷରୁ ନିଜ ଫଟୋ ସେୟାର କରିଛନ୍ତି । ଏକ ମିରର ସାମନାରେ ଛିଡା ହୋଇ ସେ ନିଜର ସେଲଫି ନେଇଛନ୍ତି । ଏହି ଫଟୋ ସେୟାର କରି ନିର୍ବାଣ ଲେଖିଛନ୍ତି ଯେ, ଋଷରେ ଥଣ୍ଡା ପବନର ଏହା ପ୍ରଭାବ ।

ନିର୍ବାଣ ଖାନ ହେଉଛନ୍ତି ସଲମାନଙ୍କ ଭାଇ ସୋହେଲ ଖାନ ଓ ସୀମା ଖାନ୍‌ଙ୍କ ପୁଅ । ନିର୍ବାଣ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପାଇ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେ ଟାଇଗର ଥ୍ରୀ ଫିଲ୍ମର ଆସିଷ୍ଟା ଡାଇରେକ୍ଟର ଭାବେ କାମ କରିବାର ଏକ୍ସିପ୍ରିଏନ୍ସ ପାଇଁ ଅଭିନେତାଙ୍କ ସହ ଋଷ ଯାଇଛନ୍ତି ।

Leave A Reply

Your email address will not be published.