ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପ୍ରତିଶୋଧ ନେଲା ଆମେରିକା

0

କାବୁଲ: ବିସ୍ଫୋରଣର ପ୍ରତିଶୋଧ ନେଇଛି ଆମେରିକା। ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ ଆମେରିକା ଏୟାରଷ୍ଟ୍ରାଇକ କରିଛି। ବିସ୍ଫୋରଣର ୪୮ ଘଣ୍ଟା ମଧ୍ୟରେ କାବୁଲ ବିସ୍ପୋରଣକାରୀଙ୍କୁ ଟାର୍ଗେଟ କରି ଆକାଶମାର୍ଗରୁ ଆକ୍ରମଣ କରିଛି ଆମେରିକା। ନାଙ୍ଗରାହର ଆଇଏସଆଇଏସ-କେ ଠିକଣାରେ ଆମେରିକା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିବା ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣରେ ବିସ୍ଫୋରଣ ଘଟାଇଥିବା ସଂସ୍ଥାର ମୁଖ୍ୟ ନିହତ ହୋଇଥିବା ଆମେରିକାର ଦାବି କରିଛି।

ଏୟାରଷ୍ଟ୍ରାଇକ ପରେ କାବୁଲ ବିମାନବନ୍ଦର ଗେଟ ଆଗରୁ ଲୋକଙ୍କୁ ହଟିଯିବାକୁ ଆମେରିକା ଅପିଲ କରିଛି। କାରଣ କାବୁଲ ବିମାନବନ୍ଦରରେ ପୁଣି ଥରେ ଆତଙ୍କବାଦ ଆକ୍ରମଣ ହୋଇପାରେ ବୋଲି ଆମେରିକାକୁ ଆଶଙ୍କା କରୁଛି। ଗୁରୁବାର କାବୁଲ ବିମାନବନ୍ଦରେ ଲୋକଙ୍କ ଭିଡ ଜମିଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଆଫଗାନିସ୍ତାନଙ୍କ ସମେତ ୧୩ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା।

ଏହା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ, ଆମେରିକା ସେନା ମୃତ୍ୟୁର ସେ ପ୍ରତିଶୋଧ ନେବେ । ଦୋଷୀଙ୍କୁ କେବେ କ୍ଷମା କରିବେ ନାହିଁ । ଖୋଜି ଖୋଜି ବିସ୍ଫୋରଣକାରୀଙ୍କୁ ମାରିବେ ବୋଲି କହିଥିଲେ ବାଇଡେନ୍।

ତାଲିବାନ ଅଗଷ୍ଟ ୩୧ ସୁଦ୍ଧା କାବୁଲ ବିମାନବନ୍ଦରରୁ ଆମେରିକାକୁ ତାର ସେନା ହଟାଇବାକୁ କହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କହିଛନ୍ତି, ୩୧ ଭିତରେ ଆଫଗାନିସ୍ତାନରୁ ସମସ୍ତ ଲୋକଙ୍କୁ ଉଦ୍ଧାର ପରେ ସେ ତାଙ୍କ ସେନା ହଟାଇନେବେ। ହେଲେ ଯଦି ଆବଶ୍ୟକ ପଡେ ତାହେଲେ ୩୧ ପରେ ମଧ୍ୟ
ଆମେରିକା ସୈନ୍ୟ କାବୁଲ ବିମାନମନ୍ଦରରେ ମହଜୁଦ ରହିପାରନ୍ତି ବୋଲି ବାଇଡେନ କହିଛନ୍ତି।

Leave A Reply

Your email address will not be published.