ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ପ୍ରତିଶୋଧ ନେଲା ଆମେରିକା

0

କାବୁଲ: ବିସ୍ଫୋରଣର ପ୍ରତିଶୋଧ ନେଇଛି ଆମେରିକା। ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ ଆମେରିକା ଏୟାରଷ୍ଟ୍ରାଇକ କରିଛି। ବିସ୍ଫୋରଣର ୪୮ ଘଣ୍ଟା ମଧ୍ୟରେ କାବୁଲ ବିସ୍ପୋରଣକାରୀଙ୍କୁ ଟାର୍ଗେଟ କରି ଆକାଶମାର୍ଗରୁ ଆକ୍ରମଣ କରିଛି ଆମେରିକା। ନାଙ୍ଗରାହର ଆଇଏସଆଇଏସ-କେ ଠିକଣାରେ ଆମେରିକା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିବା ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣରେ ବିସ୍ଫୋରଣ ଘଟାଇଥିବା ସଂସ୍ଥାର ମୁଖ୍ୟ ନିହତ ହୋଇଥିବା ଆମେରିକାର ଦାବି କରିଛି।

ଏୟାରଷ୍ଟ୍ରାଇକ ପରେ କାବୁଲ ବିମାନବନ୍ଦର ଗେଟ ଆଗରୁ ଲୋକଙ୍କୁ ହଟିଯିବାକୁ ଆମେରିକା ଅପିଲ କରିଛି। କାରଣ କାବୁଲ ବିମାନବନ୍ଦରରେ ପୁଣି ଥରେ ଆତଙ୍କବାଦ ଆକ୍ରମଣ ହୋଇପାରେ ବୋଲି ଆମେରିକାକୁ ଆଶଙ୍କା କରୁଛି। ଗୁରୁବାର କାବୁଲ ବିମାନବନ୍ଦରେ ଲୋକଙ୍କ ଭିଡ ଜମିଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଆଫଗାନିସ୍ତାନଙ୍କ ସମେତ ୧୩ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା।

ଏହା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ, ଆମେରିକା ସେନା ମୃତ୍ୟୁର ସେ ପ୍ରତିଶୋଧ ନେବେ । ଦୋଷୀଙ୍କୁ କେବେ କ୍ଷମା କରିବେ ନାହିଁ । ଖୋଜି ଖୋଜି ବିସ୍ଫୋରଣକାରୀଙ୍କୁ ମାରିବେ ବୋଲି କହିଥିଲେ ବାଇଡେନ୍।

ତାଲିବାନ ଅଗଷ୍ଟ ୩୧ ସୁଦ୍ଧା କାବୁଲ ବିମାନବନ୍ଦରରୁ ଆମେରିକାକୁ ତାର ସେନା ହଟାଇବାକୁ କହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କହିଛନ୍ତି, ୩୧ ଭିତରେ ଆଫଗାନିସ୍ତାନରୁ ସମସ୍ତ ଲୋକଙ୍କୁ ଉଦ୍ଧାର ପରେ ସେ ତାଙ୍କ ସେନା ହଟାଇନେବେ। ହେଲେ ଯଦି ଆବଶ୍ୟକ ପଡେ ତାହେଲେ ୩୧ ପରେ ମଧ୍ୟ
ଆମେରିକା ସୈନ୍ୟ କାବୁଲ ବିମାନମନ୍ଦରରେ ମହଜୁଦ ରହିପାରନ୍ତି ବୋଲି ବାଇଡେନ କହିଛନ୍ତି।

Leave A Reply

Your email address will not be published.