ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଗୋଟିଏ ଦିନରେ କୋଟିଏ ଟିକା

0

ଭୁବନେଶ୍ବର: କର୍ଣ୍ଣାଟକରେ ୧୦ଲକ୍ଷ ୭୯ ହଜାର ୫୮୮। ଦ୍ବିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର। ଏଠାରେ ୯ଲକ୍ଷ ୮୪ ହଜାର ୧୧୭। ତୃତୀୟ ଲହର ଭୟ ବଢିଥିବା କେରଳରେ ଏହି ସଂଖ୍ୟା ୪ଲକ୍ଷ ୧୮୪ ହଜାର ୧୩୦ ରହିଛି। ଓଡ଼ିଶାରେ ୨ଲକ୍ଷ ୬୭ ହଜାର ୯୬୦।

ଏ ପରିସଂଖ୍ୟାନ ବୟାନ କରୁଛି ଅଗଷ୍ଟ ୨୭ ତାରିଖ ଅର୍ଥାତ୍ ଶୁକ୍ରବାର ଦେଶରେ କେଉଁଠି କେତେ ଲୋକ କୋଭିଡ୍ ଟିକା ନେଇଛନ୍ତି। ଏଥିସହିତ କୋଭିଡ୍ ଟିକା କ୍ଷେତ୍ରରେ ଭାରତ ଆଜି ଏକ ରେକର୍ଡ କରିଛି। ପୂର୍ବର ସବୁ ରେକର୍ଡକୁ ଆଜିର ଟିକାକରଣ ଭାଙ୍ଗିଦେଇଛି। ଗୋଟିଏ ଦିନରେ କୋଟିଏ ଲୋକ ଟିକା ନେଇଛନ୍ତି। ତୃତୀୟ ଲହର ନେଇ ଭୟ ବଢିବା ସହିତ ଟିକାକରଣ ବଢିଥିବା କୁହାଯାଉଛି।

ଆଜିର ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏହା ଏକ ବଡ ସଫଳତା ବୋଲି ଟ୍ବିଟ୍ କରି କହିଛନ୍ତି ମୋଦୀ। ଟିକାକରଣ ଅଭିଯାନରେ ସାମିଲ ଥିବା ବ୍ୟକ୍ତିଙ୍କୁ ମଧ୍ୟ ମୋଦୀ ପ୍ରଶଂସାରେ ପୋତି ପକାଇଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି।

ଦେଶରେ ଏବେ ସୁଦ୍ଧା ପ୍ରାୟ ୬୨କୋଟିରୁ ଅଧିକ ଲୋକ ଟିକା ନେଇ ସାରିଲେଣି। କେନ୍ଦ୍ର ସରକାର ଜୁଲାଇ ଶେଷ ସୁଦ୍ଧା ଦୈନିକ କୋଟିଏ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିଲେ ହେଁ, ଏହା ପାଖାପାଖି ମାସେ ବିଳମ୍ବରେ ହାସଲ ହୋଇଛି। କୋଭିଡ୍ ତୃତୀୟ ଲହର ମାଡି ଆସୁଥିବା ନେଇ ଆକଳନ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବାରୁ ଟିକାକରଣ ଅଭିଯାନ ଟିକେ ଜୋର ଧରିଛି ବୋଲି ଗୋଟିଏ ମତ ଆସୁଛି। ହେଲେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହୋଇନପାରିବା କାରଣରୁ ଟିକାଦାନ କ୍ଷେତ୍ରରେ ଅଯଥା ବିଳମ୍ବ ଘଟୁଛି ବୋଲି ମଧ୍ୟ ଅନ୍ୟ ଗୋଟିଏ ବର୍ଗ ମତ ରଖୁଛନ୍ତି।

Leave A Reply

Your email address will not be published.