ପ୍ରମୁଖ ଖବର

ସିକ୍କିମ୍‌ରେ ପୁଣି ପ୍ରେମ୍‌ ସରକାର, ମୋଟ ୩୨ଟି ଆସନରୁ ୩୧ଟି ଆସନ ଦଖଲ କରିଛି ଏସକେଏମ୍‌
ପଞ୍ଜାବରେ ଟ୍ରେନ ଦୁର୍ଘଟଣା, ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା
ନିମାପଡା ରଟିଲୋ ପଞ୍ଚାୟତରେ ସ୍କୁଟିରେ ଯାଉଥିବା ବେଳେ ନଡିଆ ଗଛ ପଡି ୨ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି
ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ

ଗୋଟିଏ ଦିନରେ କୋଟିଏ ଟିକା

0

ଭୁବନେଶ୍ବର: କର୍ଣ୍ଣାଟକରେ ୧୦ଲକ୍ଷ ୭୯ ହଜାର ୫୮୮। ଦ୍ବିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର। ଏଠାରେ ୯ଲକ୍ଷ ୮୪ ହଜାର ୧୧୭। ତୃତୀୟ ଲହର ଭୟ ବଢିଥିବା କେରଳରେ ଏହି ସଂଖ୍ୟା ୪ଲକ୍ଷ ୧୮୪ ହଜାର ୧୩୦ ରହିଛି। ଓଡ଼ିଶାରେ ୨ଲକ୍ଷ ୬୭ ହଜାର ୯୬୦।

ଏ ପରିସଂଖ୍ୟାନ ବୟାନ କରୁଛି ଅଗଷ୍ଟ ୨୭ ତାରିଖ ଅର୍ଥାତ୍ ଶୁକ୍ରବାର ଦେଶରେ କେଉଁଠି କେତେ ଲୋକ କୋଭିଡ୍ ଟିକା ନେଇଛନ୍ତି। ଏଥିସହିତ କୋଭିଡ୍ ଟିକା କ୍ଷେତ୍ରରେ ଭାରତ ଆଜି ଏକ ରେକର୍ଡ କରିଛି। ପୂର୍ବର ସବୁ ରେକର୍ଡକୁ ଆଜିର ଟିକାକରଣ ଭାଙ୍ଗିଦେଇଛି। ଗୋଟିଏ ଦିନରେ କୋଟିଏ ଲୋକ ଟିକା ନେଇଛନ୍ତି। ତୃତୀୟ ଲହର ନେଇ ଭୟ ବଢିବା ସହିତ ଟିକାକରଣ ବଢିଥିବା କୁହାଯାଉଛି।

ଆଜିର ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏହା ଏକ ବଡ ସଫଳତା ବୋଲି ଟ୍ବିଟ୍ କରି କହିଛନ୍ତି ମୋଦୀ। ଟିକାକରଣ ଅଭିଯାନରେ ସାମିଲ ଥିବା ବ୍ୟକ୍ତିଙ୍କୁ ମଧ୍ୟ ମୋଦୀ ପ୍ରଶଂସାରେ ପୋତି ପକାଇଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି।

ଦେଶରେ ଏବେ ସୁଦ୍ଧା ପ୍ରାୟ ୬୨କୋଟିରୁ ଅଧିକ ଲୋକ ଟିକା ନେଇ ସାରିଲେଣି। କେନ୍ଦ୍ର ସରକାର ଜୁଲାଇ ଶେଷ ସୁଦ୍ଧା ଦୈନିକ କୋଟିଏ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିଲେ ହେଁ, ଏହା ପାଖାପାଖି ମାସେ ବିଳମ୍ବରେ ହାସଲ ହୋଇଛି। କୋଭିଡ୍ ତୃତୀୟ ଲହର ମାଡି ଆସୁଥିବା ନେଇ ଆକଳନ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବାରୁ ଟିକାକରଣ ଅଭିଯାନ ଟିକେ ଜୋର ଧରିଛି ବୋଲି ଗୋଟିଏ ମତ ଆସୁଛି। ହେଲେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହୋଇନପାରିବା କାରଣରୁ ଟିକାଦାନ କ୍ଷେତ୍ରରେ ଅଯଥା ବିଳମ୍ବ ଘଟୁଛି ବୋଲି ମଧ୍ୟ ଅନ୍ୟ ଗୋଟିଏ ବର୍ଗ ମତ ରଖୁଛନ୍ତି।

Leave A Reply

Your email address will not be published.