ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି

0

ସାର ଅଭାବ ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କଲେ ନେତା ଓ କର୍ମୀ

ଭୁବନେଶ୍ବର: ବିରୋଧୀ ବିଜେପିକୁ ଜବାବ ଦେବା ଲାଗି ବିଧାନସଭା ଆରମ୍ଭରୁ ବିଜୁ ଜନତା ଦଳ ତାର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଶାଣିତ କରିଛି। ଆଜି ରାସ୍ତାକୁ ଓହ୍ଲାଇ ବଡ ପାଟିରେ ନେତାମାନେ ଚିତ୍କାର କରି କହିଛନ୍ତି ଯେ କେନ୍ଦ୍ର ସାର ଦେଉନାହିଁ। କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ରାଜ୍ୟକୁ ସାର ଯୋଗାଉନାହିଁ। ମୁଖ୍ୟମନ୍ତ୍ରୀ ଓ ବିଜେଡି ସାଂସଦ ଏନେଇ ଅବଗତ ପରେ ବି କେନ୍ଦ୍ର ଅବହେଳା କରୁଥିବା ଅଭିଯୋଗ କରିଛି ବିଜେଡି।

ସାର ଯୋଗାଣ ଅବହେଳା ଅଭିଯୋଗରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସାର ଯୋଗାଇବା ଦାବିରେ ରାଜଭବନ ଆଗରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା। ଚଳିତ ବର୍ଷ ରାଜ୍ୟରେ ଖରିଫ ଋତୁରେ ୬୧ ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଫସଲ(ଧାନ ଓ ଅଣଧାନ) ଚାଷ କରାଯାଇଛି। ଫସଲ ଅଭିବୃଦ୍ଧି ପାଇଁ ଖରିଫ ଋତୁରେ ଜୁଲାଇ ମଧ୍ୟଭାଗରୁ ସେପ୍ଟେମ୍ବର ମାସ ଶେଷ ହେଉଛି ସାର ପ୍ରୟୋଗର ପ୍ରକୃତ ସମୟ।

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ସାର ମନ୍ତ୍ରାଳୟ ଖରିଫ ଋତୁ ପାଇଁ ରାଜ୍ୟକୁ ୪ ଲକ୍ଷ ୫୦ ହଜାର ମେଟ୍ରିକ ଟନ ୟୁରିଆ, ୨ ଲକ୍ଷ ମେଟ୍ରିକ ଟନ ଡିଏପି, ୧ ଲକ୍ଷ ମେଟ୍ରିକ ଟନ ଏମଓପି ଓ ୨ ଲକ୍ଷ ଟନ କମ୍ପେ୍ଲକ୍ସ ସାର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ମାସିକ ସପ୍ଲାଇ ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ସେ ଅନୁଯାୟୀ ଏବେ ୩୦ ତାରିଖ ସୁଦ୍ଧା ରାଜ୍ୟକୁ ୩ ଲକ୍ଷ ୧୦ ହଜାର ମେଟ୍ରିକ ଟନ ୟୁରିଆ,୧ ଲକ୍ଷ ୮୫ ହଜାର ମେଟ୍ରିକ ଟନ ଡି.ଏ.ପି, ୮୫ ହଜାର ମେଟ୍ରିକ ଟନ ଏମ.ଓ.ପି ଓ ୧ ଲକ୍ଷ ୮୨ ହଜାର ମେଟ୍ରିକ ଟନ କମ୍ପେ୍ଲକ୍ସ ସାର ଯୋଗାଇଦେବା କଥା।

କିନ୍ତୁ ବାସ୍ତବତା ହେଲା, କେବଳ ୨ ଲକ୍ଷ ୧୭ ହଜାର ମେଟ୍ରିକ ଟନ ୟୁରିଆ, ୧ ଲକ୍ଷ ୪୦ ହଜାର ମେଟ୍ରିକ ଟନ ଡିଏ.ପି, ୫୦ ହଜାର ମେଟ୍ରିକ ଟନ ଏମଓପି, ୧ ଲକ୍ଷ ୫୦ ହଜାର ମେଟ୍ରିକ ଟନ କମ୍ପେ୍ଲକ୍ସ ସାର ଯୋଗାଇଛନ୍ତି । ଆବଶ୍ୟକ ଚାହିଦାଠୁ ଏହା ୟୁରିଆ ୯୩ ହଜାର ମେଟ୍ରିକ ଟନ, ଡି.ଏ.ପି ୪୫ ହଜାର ମେଟ୍ରିକ ଟନ, ଏମ.ଓ.ପି ୩୫ ହଜାର ମେଟ୍ରିକ ଟନ ଓ କମ୍ପେକ୍ସ ସାର ୩୨ ହଜାର ମେଟ୍ରିକ ଟନ କମ ଅଟେ।

ଏବେ ବିଭିନ୍ନ ଖରିଫ ଫସଲର ଚାହିଦା ମୁତାବକ ସାର ପ୍ରୟୋଗ ନକଲେ ରାଜ୍ୟରେ ଫସଲ ଉତ୍ପାଦନ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି କୁହାଯାଇଛି। ତେଣୁ କେନ୍ଦ୍ର ଆବଶ୍ୟକ ଅନୁଯାୟୀ ସାର ଯୋଗାଇଦେବାକୁ ବିଜେଡି କୃଷକ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ରାଜଭବନ ସମ୍ମୁଖରେ ବିକ୍ଷୋଭ ପରେ ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ରସାୟାନ ଓ ସାର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.