ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

‘ମନି ହାଇଷ୍ଟ୍’ ପାଇଁ ଅଫିସ ଛୁଟି

0

ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ମନି ହାଇଷ୍ଟର ଶେଷ ସିଜିନ ‘ମନି ହାଇଷ୍ଟ୍’କୁ ନେଇ ସବୁଆଡେ କ୍ରେଜ । ଏହି ଲୋକପ୍ରିୟ ୱେବସିରିଜର ଶେଷ ସିଜିନ ପାଇଁ ଲୋକେ କେବେଠୁ ଅପେକ୍ଷା କରି ରହିଥିବା ବେଳେ ଏହା ଆସନ୍ତା ୩ ତାରିଖରେ ରିଲିଜ ହେଉଛି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି , ଏହି ୱେବସିରିଜ ଦେଖିବାକୁ ଗୋଟେ କମ୍ପାନି ତା କର୍ମଚାରୀଙ୍କୁ ଗୋଟେ ଦିନ ପାଇଁ ଛୁଟି ବି ଦେଇ ଦେଇଛି।

ରାଜସ୍ଥାନ ଜୟପୁରର ଏକ କମ୍ପାନି ତାର କର୍ମଚାରୀଙ୍କୁ ଗୋଟେ ଦିନ ପାଇଁ ଛୁଟି ଘୋଷଣା କରିଛି। ଆସନ୍ତା ୩ ତାରିଖ ଦିନ କମ୍ପାନିର ତାର କର୍ମଚାରୀଙ୍କ ପାଇଁ ନେଟ ଫ୍ଲିକ୍ସ ଏବଂ ଚିଲ ହଲି ଡେ ଛୁଟି ରୂପେ ଘୋଷଣା କରିଛି। କମ୍ପାନିର ସିଇଓ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କର୍ମଚାରଙ୍କ ପାଇଁ ଦିନଟିଏ ଛୁଟି ଘୋଷଣା କରିଥିବା କହିଛନ୍ତି।

‘ମନି ହାଇଷ୍ଟ୍’ ଶେଷ ସିଜିନର ଦୁଇଟି ପାର୍ଟ ଓଟିଟି ଫ୍ଲାଟପର୍ମ ନେଟଫ୍ଲିକ୍ସରେ ଉପଲବ୍ଧ ହେବ। ପ୍ରଥମଟି ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଥିବା ବେଳେ ଦ୍ୱିତୀୟଟି ଡିସେମ୍ବର ୩ରେ ଆସିବ। ମନି ହାଇଷ୍ଟ ୱେବ ସିରିଜର କ୍ରେଜ କେବେଳ ଭାରତରେ ନୁହେଁ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ୱେବ ସିରିଜଟି ଡକାୟତି କାହାଣୀ ଉପରେ ଆଧାରିତ।

ପ୍ରଫେସର ଓ ତାଙ୍କ ଗ୍ୟାଙ୍ଗ କିଭଳି ଚାଲାକି ସହ ଡକାୟତି କରୁଛନ୍ତି ତାକୁ ନେଇ ତିଆରି ହୋଇଛି ୱେବସିରିଜ୍ । ପ୍ରଫେସର ଓ ବର୍ଲିନଙ୍କ ଅଭିନୟକୁ ବେଶ ପସନ୍ଦ କରୁଥିଲେ । ପୂର୍ବରୁ ଏହାର ୪ଟି ସିଜିନ ଆସିସାରିଥିବା ବେଳେ ଏହା ଶେଷ ସିଜିନ।

Leave A Reply

Your email address will not be published.