ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଆଜି ଆଫଗାନରେ ତାଲିବାନ ସରକାର

0

କାବୁଲ: ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଏବେ ଆଫଗାନିସ୍ତାନ ସଂପୂର୍ଣ୍ଣ ତାଲିବାନ କବଜାରେ। ଆଜିଠୁ ଦେଶରେ ନୂଆ ସରକାର ଗଠନ କରିବ ତାଲିବାନ। ଏନେଇ ଆନୁଷ୍ଠାନିକ ଭାବେ ଆଜି ଘୋଷଣା ହେବ। ତାଲିବାନ ଆଫଗାନିସ୍ତାନରେ ଇସଲାମିକ ସରକାରକୁ ପୂର୍ଣ୍ଣ ସ୍ବରୂପ ଦେଇପାରେ।

ସୂଚନା ଅନୁସାରେ ତାଲିବାନର ସୁପ୍ରିମ ଲିଡର ଭାବେ ଜଣାଯାଉଥିବା ହିବତୁଲ୍ଲାହ ଅଖୁନ୍ଦଜାଦା ଆଫଗାନିସ୍ତାନର ସର୍ବୋର୍ଚ୍ଚ ଅଧିକାରୀ ହୋଇପାରନ୍ତି । ତାଙ୍କ ହାତରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିବ।ଅର୍ଥାତ୍ ସବୁ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ ଏବଂ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ବି ତାଙ୍କ ଅଧିନରେ ରହିବେ। ଇରାନ ମଡେଲ ଆଧାରରେ ତାଲିବାନର ନୂଆ ଶାସନ ବ୍ୟବସ୍ଥା ପାଇଁ ରୂପରେଖ ପ୍ରସ୍ତୁତ ହୋଇସାରିଛି। ନୂଆ ସରକାରରେ ମହିଳାଙ୍କ ଭୂମିକା ମଧ୍ୟ ରହିବ।

ସରକାର ଗଠନ ପରେ ଆଗକୁ ତାଲିବାନ ପାଇଁ କେତୋଟି ଚ୍ୟାଲେଞ୍ଜ ରହିବ। ଦେଶର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡି ପଡିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ରହିଛି। ତେଣୁ ଦେଶ ଚଲାଇବା ପାଇଁ ଅର୍ଥ ଯୋଗାଡ କରିବା ପାଇଁ ତାଲିବାନଖଉ ବଡ କସରତ କରିବାକୁ ହେବ। ଆଫଗାନିସ୍ତାନର କିଛି ବ୍ୟାଙ୍କ ଓ କିଛି ଆର୍ଥିକ ସଂସ୍ଥାର ଅର୍ଥ ଉପରେ ଆମେରିକା ସରକାର କେତୋଟି କଟକଣା ଲଗାଇସାରିଛନ୍ତି।

୨୦୧୬ରେ ତାଲିବାନ ମୁଖିଆ ମୁଲ୍ଲାହ ମନ୍ନୁର ଅଖତରଙ୍କ ମୃତ୍ୟୁ ପରେ ହିବତୁଲ୍ଲାହ ଅଖୁନ୍ଦଜାଦକୁ ସୁପ୍ରିମ ଲିଡର ଭାବେ ତାଲିବାନ ଘୋଷଣା କରିଥିଲେ ହିବତୁଲ୍ଲାହ ତାଲିବାନର ଧାର୍ମିକ ନେତା ଭାବେ ପରିଚିତ। ହିବତୁଲ୍ଲାହଙ୍କ ଅପରାଧିକ ତାଲିକା ବେଶ ଲମ୍ବା ରହିଛି। ୨୦୧୭ରେ ସେ ନିଜ ପୁଅକୁ ଆତ୍ମଘାତୀ ଆକ୍ରମଣ ଜରିଆରେ ମାରିଥିଲେ। ହିବତୁଲ୍ଲାହ କାନ୍ଦାହାରରେ ଦୀର୍ଘ ଦିନ ହେବ ରହିଆସୁଛନ୍ତି।

କାନ୍ଦାହାର ମିଲିଟାରି କୋର୍ଟରେ ମୁଖିଆ ଅଛନ୍ତି ହିବତୁଲ୍ଲାହ। ସେ ତାଲିବାନର ଜଣେ ଶକ୍ତିଶାଳୀ ନେତା ହୋଇଥିବା ବେଳେ ଆଫଗାନିସ୍ତାନରେ ସରିଆ ଆଇନ
ଅନୁସାରେ ଦେଶରେ ସରକାର ଗଢିବାକୁ ଘୋଷଣା କରିବାକୁ ଯାଉଛନ୍ତି । ଫଳରେ ଦେଶରେ ତାଙ୍କୁ ମୁଖିଆ ଭାବେ ବନାଇବା ପାଇଁ ସ୍ଥିର ହୋଇଛି।

ସେପଟେ ଧ୍ୱଂସବିଧ୍ୱସ ହୋଇଯାଇଥିବା ବିମାନବନ୍ଦର ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି। ହେଲେ ଏହାକୁ ତିଆରି କରିବା ପାଇଁ ମଧ୍ୟ ତାଲିବାନକୁ ପ୍ରଚୁର ଅର୍ଥ ଆବଶ୍ୟକ। ଅଗଷ୍ଟ ୧୫ରେ ତାଲିବାନ କାବୁଲ କବଜା କରିବା ସହ ଆଫଗାନିସ୍ତାନକୁ ପୂରା ନିୟନ୍ତ୍ରଣକୁ ନେଇଯାଇଛି । ଆମେରିକା ସେନା ଅଗଷ୍ଟ ୩୧ରୁ ଆଫଗାନ ମାଟିରୁ ଫେରିଯିବା ପରେ ତାଲିବାନୀ ମାନେ ଗୁଳି ଫୁଟାଇ ଉତ୍ସବ ମଧ୍ୟ ମନାଇଥିଲେ। ତାଲବାନୀ ମାନେ ସ୍ୱାଧୀନ ହୋଇଗଲେ ବୋଲି କହିଥିଲେ।

ତାଲିବାନ ମାନେ ଆଫଗାନିସ୍ତାନ କବଜା କରିବା ପରେ ଅନେକ ଲୋକ ଜୀବନ ବଞ୍ଚାଇବାକୁ ଦେଶ ଛାଡି ପଳାୟନ କରିଛନ୍ତି। ତାଲିବାନଙ୍କ ରାଜୁତି ପରେ
ଆତଙ୍କବାଦୀ ମାନେ ସକ୍ରିୟ ହୋଇଉଠିଛନ୍ତି। ତେବେ ସେନା ପ୍ରତ୍ୟାହାର ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଡା ଚେତାବନୀ ଦେଇ କହିଥିଲେ, ଯେ, ଆତଙ୍କବାଦୀଙ୍କୁ କ୍ଷମା ଦିଆଯିବନି। ଆତଙ୍କବାଦୀଙ୍କ ଉପରେ ପ୍ରତିଶୋଧ ନିଆଯିବ।

Leave A Reply

Your email address will not be published.