ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

କିଏ ହେବେ ପରବର୍ତ୍ତୀ ମୁଖ୍ୟଶାସନ ସଚିବ?

0

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ହୋଇପାରନ୍ତି ସୁରେଶ ମହାପାତ୍ର

ମୁଖ୍ୟଶାସନ ସଚିବ ପଦକୁ ନେଇ ପ୍ରଶାସନିକ କରିଡରରେ ଅଙ୍କକଷା ଜାରି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳିଯିବେ ରାଜ୍ୟ ପ୍ରଶାସନିକ ଓ ପୁଲିସ ମୁଖିଆ

ଜିଭିଭିଙ୍କୁ ନେବେ ନା କେନ୍ଦ୍ରରୁ ଫେରିବେ ତୁହିନକାନ୍ତ ପାଣ୍ଡେ, ରାଜେଶ ବର୍ମା

ପ୍ରଦୀପ୍ତ ନା ପ୍ରଦୀପ କିଏ ଜିତିବେ ସରକାରଙ୍କ ଭରସା ତା ଉପରେ ନଜର

ଭୁବନେଶ୍ବର: ଯଦି ରାଜ୍ୟରେ ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ ହୁଏ, ତେବେ ଆସନ୍ତାବର୍ଷ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ସମୁଦାୟ ପ୍ରକ୍ରିୟା ଶେଷ କରିବାକୁ ହେବ। ଏପରିସ୍ଥଳେ ରାଜ୍ୟ ନିର୍ବାଚନ କମିସନର ଜାନୁଆରି ଶେଷ ଭାଗରେ ମତଦାନ ପ୍ରକ୍ରିୟା ଆରମ୍ଭ କରିପାରନ୍ତି। ଅନ୍ୟଥା ଫେବ୍ରୁଆରି ମାସରେ ନିଶ୍ଚିତ ଭୋଟଗ୍ରହଣ କରିବାକୁ ବାଧ୍ୟ। ଓଡ଼ିଶାର ତୃଣମୂଳରାଜନୀତି ସହିତ ଯୋଡି ହୋଇଥିବା ଏହି ନିର୍ବାଚନ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ପାଇଁ ବିଶେଷ ଗୁରୁତ୍ବ ରଖେ। ବିଜୁ ଜନତା ଦଳ ଏଥର (୨୦୨୪) ଷଷ୍ଠ ଥର କ୍ଷମତା ହାସଲ ପାଇଁ ଲଢୁଥିବା ପରିପ୍ରେକ୍ଷୀରେ ଏହି ନିର୍ବାଚନରେ ବିରୋଧୀଙ୍କୁ ମାତ୍ ଦେଇ ନିଜର ପ୍ରଭାବ ଅତୁଟ ରହିଛି, ଏଭଳି ଏକ ବିଶ୍ବାସ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ଅଟେ। ଆମେ କିନ୍ତୁ ଏଠାରେ ପଞ୍ଚାୟତ ନିର୍ବାଚନ ସଂପର୍କରେ ଆଲୋଚନା କରୁନାହାନ୍ତି।

ଆଲୋଚ୍ଯ ପ୍ରସଙ୍ଗଟି ହେଲା, ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ଶୀର୍ଷ ସ୍ତରର ଅତି ଗୁରୁତ୍ବପୂର୍ଣ୍ଣ ପଦବି ବୋଲି କୁହାଯାଉଥିବା ପ୍ରଶାସନିକ ମୁଖିଆ ବଦଳିଯିବେ। ଅର୍ଥାତ୍ ନୂଆ ଡିଜି ଓ ମୁଖ୍ୟସଚିବ କ୍ଷମତାର ଡୋରି ଧରୁ ଧରୁ ନିର୍ବାଚନ ସାମ୍ନା କରିବେ। ଏପରିସ୍ଥଳେ ସରକାର କାହାକୁ ଏହି ଗୁରୁଦାୟିତ୍ବ ଦେବେ, କିଏ ହେବ ପରବର୍ତ୍ତୀ ମୁଖ୍ୟଶାସନ ସଚିବ? ଏହାକୁ ନେଇ ପ୍ରଶାସନିକ କରିଡରରେ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲେଣି।

ମୁଖ୍ୟସଚିବଙ୍କୁ ବାଛିବା ଏଥର ସରକାରଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ। ଯେହେତୁ ୧୯୮୭ ଏବଂ ୧୯୮୮ ବ୍ୟାଚ୍ ଅଫିସରଙ୍କୁ ଛାଡି ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିସନର କରିସାରିଛନ୍ତି, ଏବେ ତାଙ୍କୁ ଆଗକୁ ଆଣି ମୁଖ୍ୟସଚିବ ପଦରେ ବସାଇବେ କିମ୍ବା ତାଙ୍କ ଠାରୁ ବରିଷ୍ଠ କାହାକୁ ଆଣି ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ କରିବେ, ତାହା କେହି ଅନୁମାନ ଲଗାଇ ପାରୁନାହାନ୍ତି। ଫଳରେ ପ୍ରସଙ୍ଗଟି ଏବେ ଆଲୋଚନାର ଗମ୍ଭୀରତାକୁ ବହୁଗୁଣିତ କରିଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସରକାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ କରିପାରନ୍ତି। ୨୦୧୭ ମସିହା ଜାନୁଆରି ୧୬ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ପଦବିର ଦାୟିତ୍ବ ନେଇଥିଲେ ୧୯୮୩ ବ୍ୟାଚ୍ ଆଇଏଏସ୍ ଉପେନ୍ଦ୍ର ବେହେରା। ୨୦୨୨ ଜାନୁଆରିରେ ସେ ଅବସର ନେବେ। ଆଉ ଠିକ୍ ସେତିକିବେଳକୁ ମୁଖ୍ୟସଚିବ ଶ୍ରୀ ମହାପାତ୍ର ଅବସର ନେଉଛନ୍ତି। ବିଦ୍ୟୁତ ବିଭାଗରେ ଲମ୍ବା ଅଭିଜ୍ଞତ ଦୃଷ୍ଟିରୁ ଶ୍ରୀ ମହାପାତ୍ର ମଧ୍ୟ ଏହି ପଦକୁ ଆଖେଇବା ସ୍ବାଭାବିକ କଥା।

ତେବେ ଶ୍ରୀ ମହାପାତ୍ରଙ୍କ ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟସଚିବ?

ତଥ୍ୟ ଅନୁସାରେ, ୧୯୮୬ ବ୍ୟାଚ୍‌ର ଶ୍ରୀ ମହାପାତ୍ରଙ୍କ ପରେ ସେହି ବ୍ୟାଚ୍‌ର ଅନ୍ୟ ଜଣେ ଅଫିସର ଏବେ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ସେ ହେଉଛି ରାଜସ୍ବ ପର୍ଷଦ ସଦସ୍ୟ ଜି ଭି ଭି ଶର୍ମା। ତାଙ୍କ କାର୍ଯ୍ୟକାଳ ୨୦୨୨ ଅକ୍ଟୋବର ଯାଏ ରହିଛି। ତାଙ୍କ ପରେ ସେହି ବ୍ୟାଚର ଅନ୍ୟ ଜଣେ ଅଫିସର ତଥା ଗୋପବନ୍ଧୁ ଏକାଡେମୀରେ ଅବସ୍ଥାପିତ ଥିବା ସୁଦର୍ଶନ ପାଲ ଠାକୁର ଅଛନ୍ତି। ଶ୍ରୀ ଠାକୁରଙ୍କ କାର୍ଯ୍ୟକାଳ ୨୦୨୩ ଏପ୍ରିଲ ଯାଏ ରହିଛି।

୧୯୮୭ ବ୍ୟାଚ୍‌ର ତୁହିନକାନ୍ତ ପାଣ୍ଡେ ଏବେ କେନ୍ଦ୍ର ସରକାରରେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହି ବ୍ୟାଚର ନିକୁଞ୍ଜ ସୁନ୍ଦରାୟ କେନ୍ଦ୍ରରେ ଏବଂ ରାଜେଶ ବର୍ମା ବି। ଏହି ବ୍ୟାଚର କେବଳ ରାଜ କୁମାର ଶର୍ମା ଏବେ ଅତିରିକ୍ତ କୃଷି ଉତ୍ପାଦନ କମିସନର ଭାବେ ରାଜ୍ୟ ସରକାରରେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ୧୯୮୮ ବ୍ୟାଚର ଆଇଏଏସ୍ ତଥା କେବିକେ ଦାୟିତ୍ବରେ ଥିବା ସି ଜେ ବେଣୁଗୋପାଳ, ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ଭାବେ କାର୍ଯ୍ୟରତ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ଓଏଫଡିସି ଅଧ୍ୟକ୍ଷ ପରାଗ ଗୁପ୍ତା ଏବେ ରାଜ୍ୟ ସରକାରଙ୍କ ପାଖରେ କାର୍ଯ୍ୟରତ। ଏମାନଙ୍କ ତଳେ ବର୍ତ୍ତମାନର ଉନ୍ନୟନ କମିସନର ୧୯୮୯ ବ୍ୟାଚ୍ ଅଫିସର ପ୍ରଦୀପ କୁମାର ଜେନା ଅଛନ୍ତି।

ପୂର୍ବତନ ପ୍ରଶାସକମାନଙ୍କର କହିବା କଥା ହେଉଛି, ସଚିବାଳୟରେ ଗୋଟିଏ ଅଭ୍ୟାସ ରହିଛି, ଅତି ଦକ୍ଷ ଅଫିସର କେନ୍ଦ୍ରରୁ ନ ଆସିଲେ, ସାଧାରଣତଃ ସରକାର ଉନ୍ନୟନ କମିସନରଙ୍କୁ ହିଁ ପରବର୍ତ୍ତୀ ମୁଖ୍ୟସଚିବ ଭାବେ ନିଯୁକ୍ତି ଦେଇଥାନ୍ତି। ବର୍ତ୍ତମାନ କିନ୍ତୁ ରାଜ୍ୟ ସରକାର ୧୯୮୬ ବ୍ଯାଚର ଅଫିସରଙ୍କୁ ମୁଖ୍ୟସଚିବ କରିଥିବା ବେଳେ ଦୁଇଟି ବ୍ୟାଚ୍ (୧୯୮୭ ଓ ୧୯୮୮) ଅଫିସରଙ୍କୁ ପଛରେ ପକାଇ ୧୯୮୯ ବ୍ୟାଚ୍‌ର ଶ୍ରୀ ଜେନାଙ୍କୁ ଉନ୍ନୟନ କମିସନର କରିଛନ୍ତି। ଏବେ ଶ୍ରୀ ଜେନାଙ୍କୁ ସରକାର ପରବର୍ତ୍ତୀ ମୁଖ୍ୟ ସଚିବ କରି ଏହି ଦୁଇ ବ୍ୟାଚ୍ ଅଫିସରଙ୍କୁ ସଚିବାଳୟ ବାହାରେ ଅନ୍ୟ କ୍ୟାଡର ପଦବି ଦେବେ କି ଶ୍ରୀ ଜେନାଙ୍କ ଠାରୁ ଅଧିକ ବରିଷ୍ଠ ଅଫିସରଙ୍କୁ ବସାଇବେ, ତାହା ଦେଖିବା କଥା। ସ୍ଥିତି ଏମିତି ଯେ ଯଦି ସରକାର ଏହି ଦୁଇ ବ୍ଯାଚର କୌଣସି ଅଧିକାରୀଙ୍କୁ ମୁଖ୍ୟସଚିବ ପଦବି ଧରାନ୍ତି, ତେବେ ଶ୍ରୀ ଜେନାଙ୍କୁ ସର୍ବୋଚ୍ଚ ପଦବି ଆଶା ଛାଡିବାକୁ ପଡିପାରେ।

ଗୋଟିଏ ମତ ଆସୁଛି, ସରକାର କେନ୍ଦ୍ରରୁ ତୁହିନକାନ୍ତ ପାଣ୍ଡେ କିମ୍ବା ରାଜେଶ ବର୍ମାଙ୍କୁ ଆଣି ମୁଖ୍ଯସଚିବ କରିପାରନ୍ତି। ଅନ୍ୟ ଗୋଟିଏ ମତ ହେଲା, ଶ୍ରୀ ଜେନାଙ୍କୁ ମୁଖ୍ଯସଚିବ କରି ସରକାର ସଂଜୀବ ଚୋପ୍ରାଙ୍କୁ ଉନ୍ନୟନ କମିସନର କରିବା ସମ୍ଭାବନା ଅଧିକ। ଯେହେତୁ ଜିଭିଭି ଶର୍ମା ଓ ସୁଦର୍ଶନ ପାଲ ସଚିବାଳୟ ପ୍ରଶାସନ ବାହାରେ ଅଛନ୍ତି ଓ ତୁହିନକାନ୍ତ ପାଣ୍ଡେ, ନିକୁଞ୍ଜ ସୁନ୍ଦରାୟ ଏବଂ ରାଜେଶ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ଏଣୁ ସେମାନଙ୍କ ଆଡୁ କୌଣସି ବିପଦ ନାହିଁ। ରାଜ କୁମାରଙ୍କୁ ଏପିସି ପଦବିରେ ଅଟକାଇ ଦେଇ ସରକାର ଯେଉଁ ବାର୍ତ୍ତା ଦେଇଛନ୍ତି, ସେଥିରେ ସେ ମୁଖ୍ଯସଚିବ ହେବା ସମ୍ଭାବନା କ୍ଷୀଣ। ଶ୍ରୀ ଗୁପ୍ତା ସଚିବାଳୟ ବାହାରେ ଅଛନ୍ତି ଓ ସିଜେ ବି। ଏପରିସ୍ଥଳେ ସରକାର ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ କେଉଁଠି କିଭଳି ନିଯୁକ୍ତି ଦେବେ, ତାହା ଦେଖିବା କଥା। ଯଦି ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟସଚିବ କରାଯାଏ, ତେବେ ଶ୍ରୀ ଜେନା ଆଉ ଏହି ପଦବିରେ ବସିପାରିବେ ନାହିଁ। ଯଦି ଶ୍ରୀ ମହାପାତ୍ରଙ୍କୁ ସରକାର ସଚିବାଳୟ ବାହାରେ କୌଣସି ପଦବିରେ ରଖନ୍ତି, ତେବେ ଶ୍ରୀ ଜେନା ଓ ତାଙ୍କ ଟିମ୍ ଦାୟିତ୍ବ ନେଇପାରନ୍ତି। ପ୍ରଦୀପଙ୍କ ଠାରୁ ପ୍ରଦୀପ୍ତ ବରିଷ୍ଠ ହୋଇଥିଲେ ହେଁ ସରକାର ତାଙ୍କୁ କୌଣସି ମୁଖ୍ଯସଚିବ କ୍ୟାଡର ପଦବିରେ ନିଯୁକ୍ତି ନ ଦେଇ କରୋନା ବାହାନାରେ ସ୍ବାସ୍ଥ୍ୟ ବିଭାଗରେ ଅଟକାଇ ରଖିଛନ୍ତି।

Leave A Reply

Your email address will not be published.