ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦୁଇବର୍ଷ ହେଲାଣି ସିନେପ୍ରେମୀଙ୍କ ଆଖିରୁ ଲୁହ ଶୁଖୁନି!

0

ନୂଆଦିଲ୍ଲୀ: ଗୁରୁବାର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏମିତି ଅସମୟରେ ସିଦ୍ଧାର୍ଥ ଚାଲିଯିବେ ତାହା ହୁଏତ କେହି ବିଶ୍ୱାସ କରିପାରୁନାହାନ୍ତି। ବାଳିକା ବଧୂରୁ ବିଗବସ୍। ବାଳିକା ବଧୂ ତାଙ୍କ ପାଇଁ ଯେତିକି ଲୋକପ୍ରିୟତା ଗୋଟାଇଥିଲା, ସିଦ୍ଧାର୍ଥ ବିଗବସ ଜିତିବା ପରେ ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ଲକ୍ଷ ଲକ୍ଷ ବଢିଯାଇଥିଲେ। ଏବେ ସିଦ୍ଧାର୍ଥଙ୍କ ମୃତ୍ୟୁ କେବେଳ ତାଙ୍କ ଫ୍ୟାନ୍‌ଙ୍କୁ ନୁହେଁ ପୂରା ବଲିଉଡ୍‌କୁ ଆଶ୍ଚର୍ଯ୍ୟ କରିଦେଇଛି।

ଅନ୍ୟପକ୍ଷରେ ବଲିଉଡରୁ ଗୋଟେ ପରେ ଗୋଟେ ଏମିତି ଦୁଃଖଦ ଖବର ସିନେ ପ୍ରେମୀଙ୍କୁ ଦୋହଲାଇଦେଲାଣି। ୨ ବର୍ଷ ଭିତରେ ଇଣ୍ଡଷ୍ଟ୍ରି ଏମିତି ଭେଟେରାନ ଅଭିନେତାଙ୍କୁ ହରାଇଛି ଯାହାଙ୍କ ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ।

ସୁଶାନ୍ତ ସିଂ ରାଜପୁତ: ସରିଏଲରୁ ଫିଲ୍ମ। ଖୁବ କମ ସମୟରେ ଲୋକପ୍ରିୟ ହୋଇଥିବା ଏହି ମଲ୍ଟି ଟ୍ୟାଲେଣ୍ଟେଡ୍ ଅଭିନେତାଙ୍କର ମୃତ୍ୟୁକୁ ଏବେ ବି ଲୋକେ
ଭୁଲି ପାରିନାହାନ୍ତି। ୨୦୨୦ରେ ସୁଶାନ୍ତ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗିରହିଥିଲା। ସୁଶାନ୍ତଙ୍କ ମୃତ୍ୟୁ ସିନେ
ପ୍ରେମୀଙ୍କୁ ବହୁ ମାତ୍ରାରେ ଆଘାତ ଦେଇଥିଲା। ଏବେ ବିଶ୍ୱାସ କରିହୁଏନି ସୁଶାନ୍ତ ଆଉ ନାହାନ୍ତି। ସେ ଛାଡିଯାଇଥିବା ଶୂନ୍ୟ ସ୍ଥାନକୁ ପୂରଣ କରିବା ସହଜ ନୁହେଁ।

ଋିଷି କପୁର: ଦର୍ଶକଙ୍କୁ ଭରପୁର ମନୋରଂଜନ କରିଆସୁଥିବା ସଦାବାହାର ଅଭିନେତା ଋିଷି କପୁର ମଧ୍ୟ ୨୦୨୦ରେ ସବୁ ଦିନ ପାଇଁ ଆଖି ବୁଜିଦେଇଥିଲେ।
୨୦୧୮ରେ ମୂଲ୍କ ଫିଲ୍ମରେ ଋିଷିଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା। ଆସନ୍ତକାଲି ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କ ଅଭିନୀତ ଶେଷ ଫିଲ୍ମ ରିଲିଜ
ହେବ, ଯାହାକୁ ଫ୍ୟାନ ମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ଇରଫାନ ଖାନ : ଇରଫାନ ସିନେ ଜଗତର ଏକ ରତ୍ନ ଥିଲେ କହିଲେ କମ ହେବନି। ବର୍ଷେରୁ ଅଧିକ ସମୟ ଧରି କ୍ୟାନସର ସହ ଲଢେଇ କରି ଶେଷରେ ସେ ୨୦୨୦ରେ ସମସ୍ତଙ୍କୁ ଛାଡିକି ଚାଲିଯାଇଥିଲେ।

ୱାଜିଦ ଖାନ: କେବଳ କଳାକାର ନୁହଁନ୍ତି ବଲିଉଡ ପ୍ରଖ୍ୟାତ ସଂଗୀତକାର ମଧ୍ୟ ପରପାରିକୁ ଚାଲିଯାଇଛନ୍ତି । ସାଜିଦ-ୱାଜିଦ ଯୋଡି ବଲିଉଡର ଅନ୍ୟତମ ପ୍ରଖ୍ୟାତ ସଂଗୀତକାର ଯୋଡି । ୱାଜିଦ ଖାଁ ବି ୪୩ ବର୍ଷ ବୟସରେ କୀଡନି ଜନିତ ସମସ୍ୟା ପାଇଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲ। ସାଜିଦ-ୱାଜିଦ ଯୋଡି ଦବଙ୍ଗ ଫିଲ୍ମର ସଂଗୀତ ସଂଯୋଜନା ପାଇଁ ଚର୍ଚ୍ଚାରେ ଥିଲେ।

ଏସ.ପି ବାଲସୁବ୍ରମଣ୍ୟମ: ଅନେକ ପୁରୁଣା ହିଟ ଗୀତ ଦେଇଥିବା ଏସ.ପି ବାଲସୁବ୍ରମଣ୍ୟମ ମଧ୍ୟ ୨୦୨୦ ସେପ୍ଟେମ୍ବର ୨୫ରେ କରୋନା ପୀଡିତ ହୋଇ ଆଖି ବୁଜିଥିଲେ । କରୋନା ସହ ଦୀର୍ଘ ଦିନ ଧରି ଲଢେଇ ପରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏବେ ବି ଲୋକେ ତାଙ୍କ ଗୀତକୁ ମନେ ମନେ ଗୁଣୁଗୁଣାନ୍ତି।

ସରୋଜ ଖାନ: ପ୍ରାୟ ସବୁ ବଡ଼ ବଡ଼ ସେଲିବ୍ରେଟିଙ୍କୁ ଡ୍ୟାନ୍ସ ଶିଖାଇଥିବା ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାନ ୨୦୨୦ ଜୁଲାଇ ୩ରେ ପ୍ରାଣ ହରାଇଥିଲେ।
ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ତାଙ୍କୁ ମୃତ୍ୟ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ବଲିଉଡରେ ତାଙ୍କ ଉଚ୍ଚକୋଟିର କୋରିଓଗ୍ରାଫି ପାଇଁ ତାଙ୍କୁ ସମସ୍ତେ ମାଷ୍ଟରଜୀ ଡାକୁଥିଲେ।

ଦିଲ୍ଲୀପ କୁମାର: ୨୦୨୦ରେ ବଲିଉଡ ଅନେକ କଳାକାରଙ୍କୁ ହରାଇଥିବା ବେଳେ ୨୦୨୧ରେ ମଧ୍ୟ ଅନେକ ଭେଟେରାନଙ୍କୁ ହରାଇଛି । ଜୁଲାଇ ୭ରେ ଆଖି ବୁଜିଥିଲେ ଦିଲ୍ଲୀପ କୁମାର। ୯୮ ବର୍ଷରେ ମୃତ୍ୟୁବରଣ କରିଥିବା ଏହି ଷ୍ଟାରଙ୍କର ଜୁଲାଇ ୭ ସନ୍ଧ୍ୟାରେ ପୂରା ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଥିଲା। ଦିଲ୍ଲୀପ କୁମାରଙ୍କ ସ୍ଥାନ ବି ସବୁବେଳ ପାଇଁ ଅପୂରଣୀୟ ହୋଇ ରହିବ।

ସେହିପରି ଏଇ ବର୍ଷ ଲୋକପ୍ରିୟ ଟିଭି ଓ ଫିଲ୍ମ ଅଭିନେତା ବିକ୍ରମଜିତ କନୱରପାଲ ମଧ୍ୟ କରୋନାରେ ଆଖିବୁଜିଥିଲେ। ମେ’ ୧ରେ ୫୨ ବର୍ଷରେ ସେ
ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜକୌଶଲଙ୍କର ମଧ୍ୟ ଜୁଲାଇ ୩୦ରେ ହୃଦଘାତରେ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.