ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଏକୁଟିଆ ହୋଇଗଲେ ଶେହନାଜ

0

ବିଗ୍ ବସ ସିଜିନ ୧୩ର ବିଜେତା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶେଷ ବିଦାୟ ଦିଆଯାଇଛି। ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ କେବଳ ତାଙ୍କ ଫ୍ୟାନଙ୍କୁ ନୁହେଁ ପୂରା ବଲିଉଡ ଇଣ୍ଡିଷ୍ଟ୍ରିକୁ ଝଟକା ଦେଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ଭାଙ୍ଗିଯାଇଛନ୍ତି ତାଙ୍କ ପରିବା।ତେବେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଶେହେନାଜ ଗିଲିଙ୍କୁ ଶ୍ମଶାନ ଘାଟରେ ବୁଲୁଥିବା ଦେଖିବାକୁ ମିଳିଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ଶେହେନାଜଙ୍କୁ କେତେ ମାତ୍ରାରେ ପ୍ରଭାବିତ କରିଛି ତାହା ଏହି ଦୃଶ୍ୟ ଦିଏ ଦେଖିଛି, ସେ ଅନୁଭବ କରିଛି।

ସବୁବେଳେ ହସୁଥିବା ଶେହେନାଜଙ୍କ ଆଖିରୁ ଏବେ ଲୁହ ଶୁଖିନି। ଶେହେନାଜ ପୂରା ଭାଙ୍ଗିପଡିଛନ୍ତି। ନିଜକୁ ସମ୍ଭାଳିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି।ଶ୍ମଶାନ ଘାଟରେ ସିର୍ଦ୍ଧାର୍ଥଙ୍କୁ ଶେଷ ବିଦାୟ ଦେବାକୁ ପହଞ୍ଚିବା ବେଳେ ସେ ନିଜେ ଚାଲିକି ଯିବା ଅବସ୍ଥାରେ ମଧ୍ୟ ନଥିଲେ। ତାଙ୍କୁ ଧରି ଧରି ଶ୍ମଶାନ ଘାଟକୁ ନିଆଯାଇଥିଲା। ଗଣମାଧ୍ୟମକୁ କିଛି କହିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ପାଟିରୁ ଶଦ୍ଧ ବାହାରୁନଥିଲା । ସେ କିଛି ବି କହିବା ଅବସ୍ଥାରେ ନଥିଲେ।

ଶେହେନାଜ ଓ ସିଦ୍ଧାର୍ଥଙ୍କ ସାକ୍ଷାତ ବିଗ ବସ ସିଜିନ ୧୩ରେ ହୋଇଥିଲା। ଦୁଇ ଜଣଙ୍କ ବନ୍ଧୁତା ଅତି ନିବିଡ। ଉଭୟ ଉଭୟଙ୍କର ଅତି ନିକଟତର । ଉଭୟଙ୍କୁ ଅନେକ ରିୟଲିଟି ସୋରେ ମଧ୍ୟ ଦେଖିବାକୁ ମିଳେ। ହେଲେ ଏବେ ସେମାନଙ୍କ ଯୋଡି ଭାଙ୍ଗିଯାଇଛି। ସିଦ୍ଧାର୍ଥଙ୍କୁ ହରାଇ ଶେହେନାଜ ପୁରା ଏକୁଟିଆ ପଡିଯାଇଛନ୍ତି।

ଶେହେନାଜ ଓ ସିଦ୍ଧାର୍ଥ ଅନେକ ଥର ମିଶିକି ବି କାମ କରିଛନ୍ତି । ଅନେକ ମ୍ୟୁଜିକ ଭିଡିଓରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ତାଙ୍କର ଅନସ୍କ୍ରିନ ଯୋଡିକୁ ଲୋକ ବହୁତ ପସନ୍ଦ କରୁଥିଲେ। ଅନେକ ସମୟରେ ସିଦ୍ଧାର୍ଥ ଓ ଶେହେନାଜଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଖବର ଆସେ । କିନ୍ତୁ ଉଭୟ ନିଜର ସଂପର୍କକୁ ବନ୍ଧୁତାର ନାଁ ଦେଇଆସୁଥିଲେ । ସିଦ୍ଧାର୍ଥ ଓ ଶେହେନାଜ ଟେଲିଭିଜନର ସବୁଠୁ ପପୁଲାର ଯୋଡି ଥିଲେ ବୋଲି କୁହାଯାଏ।

Leave A Reply

Your email address will not be published.