ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଝାଲମୁଢି ଖାଇ ମାସ ମାସ କାଟୁଥିଲେ, ଆଉ ଦରମା…

0

ମୁମ୍ବାଇ: ଲୋକପ୍ରିୟ ସୋ’ କୋନ ବନେଗା କରୋଡପତି ସିଜିନ ୧୩ରେ ଶୁକ୍ରବାର ସ୍ୱତନ୍ତ୍ର ଏପିସୋଡରେ କ୍ରିକେଟର ସୌରଭ ଗାଙ୍ଗୁଲୀ ଓ ବୀରେନ୍ଦ୍ର ସେହୱାଗଙ୍କୁ ଦେଖିବାକୁ ମିଳିଛି। ବିଗ ବି ଅମତାଭ ବଚ୍ଚନଙ୍କ ସହ ଦୁଇ ଜଣ ଖେଳିଛନ୍ତି। ଦୁଇ ଜଣ ଯେତେ ଟଙ୍କା ଏହି ସୋ’ରୁ ପାଇବେ ନିଜର ଏନଜିଓକୁ ଦେଇ ଛୋଟ ଛୁଆ ଓ ମହିଳାଙ୍କୁ ସହାୟତା କରିବେ। ସୋ’ରେ ଦୁଇ ଜଣ ଭଲ ଖେଳିଥିବା ବେଳେ ଅମିତାଭଙ୍କ ସହ ମସ୍ତି କରୁଥିବାର ମଧ୍ୟ ନଜର ଆସିଛନ୍ତି।

ଅମିତାଭ ବଚ୍ଚନ ସୋ’ରେ ଦୁଇ ଜଣଙ୍କୁ ପ୍ରଥମ ପ୍ରଶ୍ନ ପଚାରିବା ବେଳେ ତାଙ୍କର ପୁରୁଣା ଦିନ ମନେ ପଡିଯାଇଥିଲା। ପ୍ରଥମ ପ୍ରଶ୍ନ ରାସ୍ତା କଡ଼ ଖାଇବାକୁ ନେଇ
ଥିଲା ଯେଉଁଥିରେ ଝାଲମୁଢି ଗୋଟେ ବିକଳ୍ପ ଥିଲା। ଏହା ଉପରେ କହିବା ବେଳେ ଅମିତାଭ ନିଜର ପୁରୁଣା ଦିନ କଥା କହିଥିଲେ। କେମିତି ସେ ସଂଘର୍ଷ କରିଥିଲେ ତାହା କହିଥିଲେ।

ବିଗ ବି କହିଥିଲେ, ସେ କୋଲକାତାରେ ପାଖପାଖି ୭ ବର୍ଷ ରହି ଚାକିରି କରୁଥିଲେ। ଅନେକ ଦିନ ସେ କେବଳ ଏହି ରାସ୍ତା କଡ଼ର ଖାଇବା ଖାଇ ଦିନ ବିତାଉଥିଲେ। ଝାଲମୁଢି ଟିକେ ରାଗ ଲାଗେ। କିନ୍ତୁ ଏହା ଅମିତାଭଙ୍କ ବହୁତ ପସନ୍ଦ ବୋଲି କହିଥିଲେ।

ଏହା ଛଡା ସେ କହିଥିଲେ, କୋଲକତାରେ ଚାକିରି କରିବା ବେଳେ ତାଙ୍କୁ ମାତ୍ର ୫୦୦ ଟଙ୍କା ମିଳୁଥିଲା। ଯେଉଁଥିରୁ ୩୦୦ ଟଙ୍କା ଖର୍ଚ୍ଚ ହୋଇଯାଉଥିଲା। କେବଳ ୨୦୦ ଟଙ୍କା ବଞ୍ଚୁଥିଲା। ଫଳରେ ଘରଭଡା ଦେବା କଷ୍ଟକର ହୋଇପଡୁଥିଲା। ଯାହା ପାଇଁ ସେ ପ୍ରତିମାସରେ ରହିବା ପାଇଁ ଜାଗା ବଦଳାଉଥିଲେ।ଏବଂ ମାସ ମାସ ଏହି ଝାଲମୁଢି ଖାଇ ବଞ୍ଚୁଥିଲେ। ଅମିତାଭ ବଚ୍ଚନଙ୍କୁ ଗୁପଚୁପ ବି ବହୁତ ପସନ୍ଦ। କୋଲକତାର ଭିକ୍ଟୋରିଆ ମେମୋରିଆଲ ସାମନାରେ ଏମିତି ଗୁପଚୁପ ମିଳେ ଯାହାର ସ୍ୱାଦ ପୂରା ଦେଶରେ ମିଳିବନି ବୋଲି କହିଥିଲେ ବିଗ ବି।

Leave A Reply

Your email address will not be published.