ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଲଢି ଲଢି ହାରିଗଲେ…

0

ଭୁବନେଶ୍ବର: ପାଖାପାଖି ୯୦ ଦିନ ଧରି ଲଢେଇ ପରେ ଆଖି ବୁଜିଛନ୍ତି ଅଭିଷେକ ମହାପାତ୍ର। ନିଷ୍ଠୁର ସମୟ ମୌସୁମୀଙ୍କଠୁ ତାଙ୍କ ସ୍ୱାମୀଙ୍କୁ ଛଡାଇନେଇଛି।ସିନ୍ଦୁର ବଞ୍ଚାଇବାକୁ ରାଜରାସ୍ତାରେ ସଂଘର୍ଷ ଆରମ୍ଭ କରିଥିବା ମୌସୁମୀ ମହାପାତ୍ର ଶେଷରେ ହାରିଯାଇଛନ୍ତି। ଖାଲି ହୋଇଯାଇଛି ଗୋଟିଏ ମା’ର କୋଳ। ଗତକାଲି ରାତି ୧୦ଟା ୪୫ ବେଳେ ଅଭିଷେକଙ୍କ ମୃତ୍ୟୁ ହୋଇଛି। କୋଲକାତାରେ ଏକ ଘରୋଇ ହସ୍ପିଟାଲରେ ଜୁନ ୬ରୁ ଏକମୋ ଚିକିତ୍ସାରେ ଥିବା ଅଭିଷେକ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି।

ମେ’ ୫ରେ ବିବାହ କରିଥିଲେ ଭଦ୍ରକ ବାସୁଦେବପୁରର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର। ମାତ୍ର ବିବାହର ୮ ଦିନ ପରେ କରୋନାରେ ଆକ୍ରାନ୍ତ
ହୋଇଥିଲେ। ତାଙ୍କ ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ୨୨ ଦିନ କାଳ ଭେଣ୍ଟିଲେଟରରେ ରହିବା ପରେ ଡାକ୍ତର ଏକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ଦରକାର ଥିଲା ୩୦ ଲକ୍ଷ ଟଙ୍କା। ଯାହା ଅଭିଷେକଙ୍କ ପରିବାର ପକ୍ଷେ ଯୋଗାଡ କରିବା ଅସମ୍ଭବ ଥିଲା। ହେଲେ ପରିବାର ଲୋକ ପୁଅର ଜୀବନ ବଞ୍ଚାଇବା ପାଇଁ ଆପଣାଇଥିଲେ ସବୁ ଉଦ୍ୟମ।

ନବବିବାହିତା ପତ୍ନୀ ସ୍ୱାମୀର ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ଆକୁଳ ନିବେଦନ କରିଥିଲେ। ଓଡିଶାର ଚାରି କୋଟି ଜନତାଙ୍କୁ ଟଙ୍କାଟିଏ ଲେଖାଏ ଦେବାକୁ ଆକୁଳ ଆବେଦନ କରିଥିଲେ। ଯାହା ଲୋକଙ୍କୁ ବେଶ ଆନ୍ଦୋଳିତ କରିଥିଲା। ଗଣମାଧ୍ୟମରେ ମୌସୁମୀଙ୍କ ଭିଡିଓ ଭାଇରାଲ ପରେ ଶହ ଶହେ ଶୁଭେଚ୍ଛୁ ମୌସୁମୀଙ୍କ ସିନ୍ଦୁର ବଞ୍ଚାଇବାକୁ ଅଜାଡି ଦେଇଛି ଅଜସ୍ର ଶୁଭେଚ୍ଚା ଓ ଆର୍ଥିକ ସହଯୋଗ। ମାତ୍ର ୨୪ ଘଣ୍ଟାରେ ମିଲାପ ଫଣ୍ଡ ଜରିଆରେ ମିଳିଥିଲା ୪୦ ଲକ୍ଷରୁ ଅଧିକ ଟଙ୍କା। ଫଳରେ ଅଭିଷେକଙ୍କୁ ଏୟାରିଲିଫ୍ଟ କରି କୋଲକାତା ନିଆଯାଇଥିଲା।

କୋଲକାତାରେ କିଛି ଦିନ ପରୀକ୍ଷଣ ରଖିବା ପରେ ଡାକ୍ତରମାନେ ଫୁସଫୁସ ପ୍ରତିରୋପଣ କଥା ଚିନ୍ତା କରାଯାଇପାରେ ଡାକ୍ତରମାନେ କହିଥିଲେ। ହେଲେ
ଅଭିଷେକ ୩ ମାସ ଇକମୋ ଚିକିତ୍ସାରେ ରହିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା ।

Leave A Reply

Your email address will not be published.