ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ତାଲିବାନ କବ୍‌ଜାରେ ପଞ୍ଜଶୀର!

0

କାବୁଲ: ସରକାର ଗଠନର କିଛି ସମୟ ପୂର୍ବରୁ ପଞ୍ଜଶୀର ଘାଟି କବ୍‌ଜା କରିଥିବାନେଇ ଦାବି କରିଛି ତାଲିବାନ। ସଂପୂର୍ଣ୍ଣ ଆଫଗାନିସ୍ତାନ ତାଙ୍କ ନିୟନ୍ତ୍ରଣରେ ଥିବା ଜଣେ ତାଲିବାନ କମାଣ୍ଡର କହିଛନ୍ତି। ହେଲେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଲିବାନର ଏଭଳି ଦାବିକୁ ଖଣ୍ଡନ କରିଛନ୍ତି। ଅମରୁଲ୍ଲା ସାଲେହ ଟୁଇଟ କରି କହିଛନ୍ତି ଯେ ଏବେ ଲଢେଇ ଜାରି ରହିଛି ଓ ଆଗକୁ ଜାରି ରହିବ। ସେ ତାଙ୍କ ମାଟିରେ ଅଛନ୍ତି ଏବଂ ଏହାକୁ ରକ୍ଷା କରୁଛନ୍ତି।

ଗତକିଛି ଦିନ ହେବ ଅମରୁଲ୍ଲା ସାଲେହ ଓ ଅହମ୍ମୁଦ ମାସୁଦ ତାଲିବାନକୁ ବିରୋଧ କରିବାକୁ ପଞ୍ଜଶୀର ପ୍ରାନ୍ତରେ ପ୍ରସ୍ତୁତ ହୋଇ ରହିଛନ୍ତି। ଆରମ୍ଭରୁ କିଛି ଦିନ ପର୍ଯ୍ୟନ୍ତ ଅହମ୍ମୁଦ ମାସୁଦ ଓ ତାଲିବାନଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ହେଲେ ଆଲୋଚନାରୁ କିଛି ନିଷ୍କର୍ସ ବାହରିପାରିନଥିଲା। ଏହା ପରେ ପଞ୍ଜଶୀର ଘାଟିକୁ କବଜା କରିବା ପାଇଁ ତାଲିବାନୀ ଆତଙ୍କବାଦୀଙ୍କୁ ପଠାଯାଇଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଚାଲିଥିବା ନେଇ ଖବର ଆସିଥିଲା।

ଏଥିରେ ୩୦୦ରୁ ଅଧିକ ତାଲିବାନୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲା । ପଞ୍ଜଶୀରରେ ତାଲିବାନ କବଜା କରିବାର ଦାବି ନ୍ୟୁଜ ଏଜେନ୍ସି ରୟଟର୍ସ ପକ୍ଷରୁ କୁହାଯାଇଛି। ସେମାନେ କଟର ସଂଗଠନ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହା ଜଣାଇଛନ୍ତି। ତିନି ତାଲିବାନୀ ସୂତ୍ର କହିଛନ୍ତି ଯେ, ଆଫଗାନିସ୍ତାନକୁ ଏବେ ତାଲିବାନୀ ଆତଙ୍କବାଦୀ ପୂରା ନିୟନ୍ତ୍ରଣକୁ ନେଇ ଯାଇଛନ୍ତି। ଯେଉଁଥିରେ ପଞ୍ଜଶୀର ମଧ୍ୟ ଅଛି। ପଞ୍ଜଶୀର ଘାଟିରେ ତାଲିବାନୀ ଓ ବିରୋଧୀଙ୍କ ମଧ୍ୟରେ ଲଢେଇ ଲାଗି ରହିଥିଲା। ପଞ୍ଜଶୀରକୁ କବଜା କରିବା ପରେ ତାଲିବାନ ମାନେ ରାଜଧାନୀ କାବୁଲରେ ଗୁଳି ଫୁଟାଇ ଉତ୍ସବ ମନାଇଥିବା କୁହାଯାଇଛି।


Leave A Reply

Your email address will not be published.