ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଲଢି ଲଢି ହାରିଗଲେ…

0

ଭୁବନେଶ୍ବର: ପାଖାପାଖି ୯୦ ଦିନ ଧରି ଲଢେଇ ପରେ ଆଖି ବୁଜିଛନ୍ତି ଅଭିଷେକ ମହାପାତ୍ର। ନିଷ୍ଠୁର ସମୟ ମୌସୁମୀଙ୍କଠୁ ତାଙ୍କ ସ୍ୱାମୀଙ୍କୁ ଛଡାଇନେଇଛି।ସିନ୍ଦୁର ବଞ୍ଚାଇବାକୁ ରାଜରାସ୍ତାରେ ସଂଘର୍ଷ ଆରମ୍ଭ କରିଥିବା ମୌସୁମୀ ମହାପାତ୍ର ଶେଷରେ ହାରିଯାଇଛନ୍ତି। ଖାଲି ହୋଇଯାଇଛି ଗୋଟିଏ ମା’ର କୋଳ। ଗତକାଲି ରାତି ୧୦ଟା ୪୫ ବେଳେ ଅଭିଷେକଙ୍କ ମୃତ୍ୟୁ ହୋଇଛି। କୋଲକାତାରେ ଏକ ଘରୋଇ ହସ୍ପିଟାଲରେ ଜୁନ ୬ରୁ ଏକମୋ ଚିକିତ୍ସାରେ ଥିବା ଅଭିଷେକ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି।

ମେ’ ୫ରେ ବିବାହ କରିଥିଲେ ଭଦ୍ରକ ବାସୁଦେବପୁରର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର। ମାତ୍ର ବିବାହର ୮ ଦିନ ପରେ କରୋନାରେ ଆକ୍ରାନ୍ତ
ହୋଇଥିଲେ। ତାଙ୍କ ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ୨୨ ଦିନ କାଳ ଭେଣ୍ଟିଲେଟରରେ ରହିବା ପରେ ଡାକ୍ତର ଏକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ଦରକାର ଥିଲା ୩୦ ଲକ୍ଷ ଟଙ୍କା। ଯାହା ଅଭିଷେକଙ୍କ ପରିବାର ପକ୍ଷେ ଯୋଗାଡ କରିବା ଅସମ୍ଭବ ଥିଲା। ହେଲେ ପରିବାର ଲୋକ ପୁଅର ଜୀବନ ବଞ୍ଚାଇବା ପାଇଁ ଆପଣାଇଥିଲେ ସବୁ ଉଦ୍ୟମ।

ନବବିବାହିତା ପତ୍ନୀ ସ୍ୱାମୀର ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ଆକୁଳ ନିବେଦନ କରିଥିଲେ। ଓଡିଶାର ଚାରି କୋଟି ଜନତାଙ୍କୁ ଟଙ୍କାଟିଏ ଲେଖାଏ ଦେବାକୁ ଆକୁଳ ଆବେଦନ କରିଥିଲେ। ଯାହା ଲୋକଙ୍କୁ ବେଶ ଆନ୍ଦୋଳିତ କରିଥିଲା। ଗଣମାଧ୍ୟମରେ ମୌସୁମୀଙ୍କ ଭିଡିଓ ଭାଇରାଲ ପରେ ଶହ ଶହେ ଶୁଭେଚ୍ଛୁ ମୌସୁମୀଙ୍କ ସିନ୍ଦୁର ବଞ୍ଚାଇବାକୁ ଅଜାଡି ଦେଇଛି ଅଜସ୍ର ଶୁଭେଚ୍ଚା ଓ ଆର୍ଥିକ ସହଯୋଗ। ମାତ୍ର ୨୪ ଘଣ୍ଟାରେ ମିଲାପ ଫଣ୍ଡ ଜରିଆରେ ମିଳିଥିଲା ୪୦ ଲକ୍ଷରୁ ଅଧିକ ଟଙ୍କା। ଫଳରେ ଅଭିଷେକଙ୍କୁ ଏୟାରିଲିଫ୍ଟ କରି କୋଲକାତା ନିଆଯାଇଥିଲା।

କୋଲକାତାରେ କିଛି ଦିନ ପରୀକ୍ଷଣ ରଖିବା ପରେ ଡାକ୍ତରମାନେ ଫୁସଫୁସ ପ୍ରତିରୋପଣ କଥା ଚିନ୍ତା କରାଯାଇପାରେ ଡାକ୍ତରମାନେ କହିଥିଲେ। ହେଲେ
ଅଭିଷେକ ୩ ମାସ ଇକମୋ ଚିକିତ୍ସାରେ ରହିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା ।

Leave A Reply

Your email address will not be published.