ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଶ୍ରୀମନ୍ଦିରରେ ରାତିରେ କିଏ ପହରା ଦିଅନ୍ତି, ଜାଣନ୍ତୁ

0

ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରାତିରେ ପହୁଡ ପଡିବା ପରେ କିଏ ଜଗନ୍ତି?

ଏଭଳି ଏକ ପ୍ରଶ୍ନ ନିଶ୍ଚିତ ଭାବେ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବ। ରାଜ୍ୟ ସରକାର ଏଥିଲାଗି ପୁଲିସ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅସଲ କଥା ହେଲା, ଏ ଦାୟିତ୍ବ ମହାପ୍ରଭୁ ଆଉ କାହା ହାତରେ ସମର୍ପିଛନ୍ତି।

ଆମେ ସମସ୍ତେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ବେଳେ ଦେଖିଛନ୍ତି ଯେ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଶ୍ରୀ ନୀଳମାଧବଙ୍କ ମନ୍ଦିର ଉତ୍ତର ଦିଗକୁ ବେଢାକାଳୀଙ୍କ ମନ୍ଦିର ରହିଛି । ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱକୁ ଲାଗି ଏକ ନାତି ଉଚ୍ଚ ମନ୍ଦିର। ଏଠାରେ ଠାକୁରାଣୀ ଅବସ୍ଥାନ କରନ୍ତି। ବେଢାକାଳୀଙ୍କୁ କେହି କେହି ଭଦ୍ରକାଳୀ ତଥା ଗୁହ୍ୟକାଳୀ ଭାବେ ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣନା କରିଥିବା ଜଣାଯାଏ। ପାଠକେ ଜାଣିଥାନ୍ତୁ ଯେ ମାଆ ବେଢାକାଳୀଙ୍କୁ ହିଁ ମନ୍ଦିରର ରକ୍ଷକ ଭାବେ ଅଭିହିତ କରାଯାଇଛି।

କଥିତ ଅଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବେଢା ମଧ୍ୟସ୍ଥ ଅନ୍ୟ ଦେବାଦେବୀଙ୍କ ପହୁଡ ନୀତି ହୋଇସାରିଲା ପରେ ମାଆ ଜାଗ୍ରତ ପ୍ରହରୀ ତଥା ବେଢାର ରକ୍ଷାକର୍ତ୍ତା ରୂପେ କାର୍ଯ୍ୟ କରିଥାନ୍ତି। ମନ୍ଦିରଟିର ଗର୍ଭଗୃହ ମଧ୍ୟରେ ମାଆ ଭଦ୍ରକାଳୀ ତଥା ମାଆ ବେଢା କାଳୀ ଅଧିଷ୍ଠିତା । ଭଦ୍ରକାଳୀ ପରମ ବୈଷ୍ଣବୀ । ଏହି କାଳୀ ମୂର୍ତ୍ତି ଝୁଣା ଓ ତୈଳରେ ନିର୍ମିତ। ମୂଳ ପ୍ରସ୍ତର ମୂର୍ତ୍ତି ଏହି ମୂର୍ତ୍ତିିର ପଛ ଭାଗରେ ଅଛନ୍ତି। ତାହା ଭକ୍ତମାନେ ଦେଖିପାରନ୍ତି ନାହିଁ ବା କାହାକୁ ଦୃଶ୍ୟମାନ ହୁଅନ୍ତି ନାହିଁ। ବର୍ତ୍ତମାନର ମୂର୍ତ୍ତିିଙ୍କ ଡାହାଣ ପାଖକୁ ଥିବା ଏକ ରନ୍ଧ୍ର ଦେଇ ପ୍ରତିଦିନ ଫୁଲ,ଚନ୍ଦନ ପଶ୍ଚାତ୍‍ ଭାଗରେ ଥିବା ମୂଳ ଦେବୀଙ୍କୁ ଦିଆଯାଇ ପୂଜାର୍ଚ୍ଚନା କରାଯାଇଥାଏ।

ଭକ୍ତମାନଙ୍କୁ ମାଆଙ୍କର ଯେଉଁ କମନୀୟ ମୂର୍ତ୍ତି ପ୍ରତ୍ୟହ ଦର୍ଶନ ଦେଇଥାନ୍ତି, ସେ ଦେବୀ ମାଆ କାଳୀ ବିଗ୍ରହ ବ୍ୟାଘ୍ର ଚର୍ମ ଉପରେ ଅଧିଷ୍ଠିତା । ପାୟ ୩ଫୁଟ ଉଚ୍ଚତା ବିଶିଷ୍ଟ ମାଆ କାଳୀ ଦ୍ୱିଭୁଜ ବିଶିଷ୍ଟା । ଦକ୍ଷିଣ ହସ୍ତ ଉର୍ଧ୍ୱକୁ ଉଠାଇ ସେ ସେଥିରେ ଖଡ୍ଗ ଧାରଣ କରିଛନ୍ତି। ବାମ ହସ୍ତରେ ତାଙ୍କର ଖର୍ପର ରହିଛି ଏବଂ ଏହା ଜାନୁ ଉପରେ ରହିଛି । ଗଳାରେ ମୁଣ୍ଡମାଳଓ ବାହାନ ରୂପେ ଏକ ସିଂହ ମୂର୍ତ୍ତି ରହିଛନ୍ତି।ଦୁର୍ଗାପୂଜା ସମୟରେ ଯେବେ ମାଆ ବିମଳାଙ୍କର ଷୋହଳ ପୂଜା ହୋଇଥାଏ, ସେବେ ମାଆଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ।

Leave A Reply

Your email address will not be published.