ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କିଏ ପିନ୍ଧିବେ ମୁଖ୍ୟ ସୂଚନା କମିସନର ମୁକୁଟ?

0

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି ଖାଲି। ଅବସରପ୍ରାପ୍ତ ଆଇଆରଏସ୍ ଅଫିସର ସୁନୀଲ କୁମାର ମିଶ୍ରଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଯଦିଓ ଦାୟିତ୍ବ ନେବାର ପାଞ୍ଚବର୍ଷ ହୋଇନଥିଲା, କିନ୍ତୁ ବୟସ ୬୫ବର୍ଷରେ ପହଞ୍ଚିଯିବା ପରେ ସେ ନିୟମତଃ ଆଉ ସେଠାରେ ରହିପାରିବେ ନାହିଁ। ଏଣୁ ଅଗଷ୍ଟ ୧୫ ତାରିଖ ଦିନ ସେ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି। ୨୦୧୬ ନଭେମ୍ବର ୩ ତାରିଖରେ ସେ ରାଜ୍ୟ ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ରାଜ୍ୟ ସୂଚନା କମିସନର ବାଳକୃଷ୍ଣ ମହାପାତ୍ର ଏବେ ମୁଖ୍ୟ ସୂଚନା କମିସନର ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।

ଏବେ ପ୍ରଶ୍ନ ଉଠୁଛି, କିଏ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ବସିବେ?

ଏହାକୁ ନେଇ ପ୍ରଶାସନିକ କରିଡରରେ ଜବରଦସ୍ତ ଚର୍ଚ୍ଚା ଚାଲିଛି। କିଏ ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କ ନାମ କହିଲେଣି ତ ଆଉ କିଏ ଅମୁକ ଆଇପିଏସ୍ ଅବସର ନେବା ପରେ ଏଠାରେ ବସିବେ ବୋଲି ଆଲୋଚନା କଲେଣି। ଏପରିକି ଆଗକୁ ଅବସର ନେବାକୁ ଯାଉଥିବା କିଛି ଅଧିକାରୀଙ୍କୁ ନେଇ ବି କଳ୍ପନାଜଳ୍ପନା ଚାଲିଛି। ଏହି ଗୁରୁତ୍ବପୂର୍ଣ୍ଣ ପଦବି ହାତେଇବାକୁ ଆରମ୍ଭ ହୋଇଗଲେଣି ଜବରଦସ୍ତ ଲବି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ତିନିଜଣ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଶୀର୍ଷମହଲରେ ଚର୍ଚ୍ଚା ଚାଲିଛି। ଯଦି ବିଶେଷକିଛି ଅସୁବିଧା ନ ହୁଏ, ତେବେ ଏମାନଙ୍କ ମଧ୍ୟରୁ କାହାକୁ ଜଣକୁ ଏହି ପଦବି ମିଳିପାରେ।ଚର୍ଚ୍ଚାର ଶୀର୍ଷରେ ଅଛନ୍ତି ୧୯୮୪ ବ୍ୟାଚ୍ ଆଇଏଫ୍ଏସ୍ ସନ୍ଦୀପ ତ୍ରିପାଠୀ। ପୂର୍ବତନ ପିସିସିଏଫ୍ ଶ୍ରୀ ତ୍ରିପାଠୀ ଅବସର ନେବା ପରେ ରାଜ୍ୟ ସରକାର ତାଙ୍କୁ ଶିମିଳିପାଳ ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଗଠନ ହୋଇଥିବା ଟାସ୍କଫୋର୍ସର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ଗୋଟିଏ ସୂତ୍ରରୁ ଖବର ମିଳୁଛି ଯେ ପୂର୍ବରୁ ଆଇଏଏସ୍, ଆଇଆରଏସ୍ ଅଫିସରଙ୍କୁ ଏହି ପଦବିରେ ନିଯୁକ୍ତି ଦିଆସରିଛି। ଏବେ ଆଇଏଫ୍ଏସ୍ ପାଇବେ। ଏହି କ୍ରମରେ ଶ୍ରୀ ତ୍ରିପାଠୀଙ୍କୁ ଏହି ପଦବି ମିଳିବ ବୋଲି କୁହାଯାଉଛି।

ଅନ୍ୟ ଗୋଟିଏ ନାମ ଉପରେ ବି ଜୋରଦାର ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ରାଜ୍ୟ ପ୍ରଶାସନରେ ଅତ୍ୟନ୍ତ ପ୍ରଭାବଶାଳୀ ଅଫିସର ଭାବେ ଜଣାଶୁଣା ଅନୀଲ ସାମଲ। ଯନ୍ତ୍ରୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ସାମଲ ପରବର୍ତ୍ତୀ ସମୟରେ ଆଇଏଏସ୍ ପାଇଥିଲେ। ୨୦୦୩ ବ୍ୟାଚ୍‌ର ଏହି ଅଫିସର ଚଳିତମାସରେ ଅବସର ନେବେ। ଆଇଏଏସ୍ ପାଇବା ପରଠାରୁ ସବୁବେଳେ ଗୁରୁତ୍ବପୂର୍ଣ୍ଣ ପଦବି ପାଇ ଆସିଥିବା ଶ୍ରୀ ସାମଲ ଅବସର ନେଉ ନେଉ ତାଙ୍କୁ ଏହି ପ୍ରାଇଜ୍ ପୋଷ୍ଟ ଦିଆଯିବ ବୋଲି କୁହାଯାଉଛି। ତେବେ କିଛି ବରିଷ୍ଠ ଅଧିକାରୀଙ୍କ ଯୁକ୍ତି ହେଉଛି,ଏବେ ଯାଏ ଏଠାରେ ମୁଖ୍ୟସଚିବ ପାହ୍ୟା ବା ପ୍ରଶାସନର ଶୀର୍ଷସ୍ତରର ଅଫିସରଙ୍କୁ ନିଯୁକ୍ତି ଦିଆଯାଇ ଆସୁଥିବା ବେଳେ ଅନୀଲଙ୍କୁ ଦିଆଯିବା ଠିକ୍ ହେବ ନାହିଁ। ଏହା ଷ୍ଟାଫ୍ ସିଲେକ୍ସନ କମିସନ ଭଳି ପରିସ୍ଥିତି ସୃଷ୍ଟି କରିପାରେ। ପରବର୍ତ୍ତୀ ସମୟରେ ଆଉ କୌଣସି ବରିଷ୍ଠ ଅଧିକାରୀ ଏହି ପଦବିକୁ ଯିବା ଲାଗି ଆଗ୍ରହ ଦେଖାଇବେ ନାହିଁ।

ଏହାବ୍ୟତୀତ ଆଇପିଏସ୍ ଅପିସର ଏମ୍ ଅକ୍ଷୟଙ୍କ ନାମ ବି ଆଲୋଚନା ଭିତରେ ରହିଛି। ୧୯୮୮ ବ୍ୟାଚର ବରିଷ୍ଠ ପୁଲିସ ଅଧିକାରୀ ଆସନ୍ତା ନଭେମ୍ବର ୩୦ ତାରିଖରେ ଅବସର ନେବେ। ଏହା ପୂର୍ବରୁ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯିବ ଓ ସେ ଆଗୁଆ ଅବସର ନେଇପାରନ୍ତି। ପୂର୍ବରୁ କେବେ ଆଇପିଏସ୍ ଅଫିସରଙ୍କୁ ଏହି ପଦବି ଦିଆଯାଇନାହିଁ। ତେଣୁ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଅକ୍ଷୟଙ୍କ ଭଳି ଜଣେ ଦକ୍ଷ ଅଧିକାରୀଙ୍କୁ ଏଠାରେ ବସାଯିବା ସପକ୍ଷରେ ମତ ଆସୁଛି। ଏହା ପୂର୍ବରୁ ଅନ୍ୟତମ ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ସରକାର ଓପିଏସ୍‌ସିରେ ନିଯୁକ୍ତି ଦେଇସାରିଛନ୍ତି।

ରାଜ୍ୟ ସରକାର ପୂର୍ବରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରି ଆବେଦନ ଆହ୍ବାନ କରିସାରିଛନ୍ତି। ଏବେ ଦେଖିବା କଥା କେବେ ଓ କାହାକୁ ଏହି ପଦବିରେ ସରକାର ଅବସ୍ଥାପିତ କରୁଛନ୍ତି। ଏଠାରେ ଉଲ୍ଲେଖଥାଉକି ଶ୍ରୀ ମହାରଣାଙ୍କ ବ୍ୟତୀତ ବିକ୍ରମ ସେନାପତି ଓ ଦିଲ୍ଲୀପ ବିଶୋଇ ଗତବର୍ଷ ସେପ୍ଟେମ୍ବର୯ ତାରିଖରୁ ସୂଚନା କମିସନ ଭାବେ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.