ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପଶ୍ଚିମବଙ୍ଗରେ ପୁଣି ଦମ୍ ଦେଖାଇବେ ଦିଦି

0

କୋଲକାତା: ଭାରତର ନିର୍ବାଚନ କମିସନ ଉପନିର୍ବାଚନ ତାରିଖ ଘୋଷଣା କରିବା ପରେ ପୁଣି ଏକ ଘମାଘୋଟ ଲଢେଇ ଲାଗି ପଶ୍ଚିମବଙ୍ଗରେ ପ୍ରସ୍ତୁତି ଚାଲିଛି। ବିଧାନସଭା ନିର୍ବାଚନ ଶେଷ ହେବାର ଚାରି ମାସ ପରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇଲାଣି। କାରଣ ୩୦ ତାରିଖରେ ଉପନିର୍ବାଚନ ହେବାକୁ ଥିବା ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢିବେ। ନଭେମ୍ବର ୨୫ ତାରିଖ ମଧ୍ୟରେ ମମତାଙ୍କୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ, ଅନ୍ୟଥା ମୁଖ୍ୟମନ୍ତ୍ରୀ ପଦରେ ରହିବା ତାଙ୍କ ପାଇଁ କାଠିକର ପାଠ ହୋଇପାରେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ନନ୍ଦିଗ୍ରାମ ଆସନରେ ଟିଏମ୍‌ସିରୁ ବିଜେପିକୁ ଲମ୍ଫ ଦେଇଥିବା ଶୁଭେନ୍ଦୁ ଅଧିକାରୀ ଓ ମମତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଲଢେଇ ହୋଇଥିଲା। ଯଦିଓ ମେଦିିନୀପୁର ଜିଲ୍ଲା ଅନ୍ତର୍ଗତ ଏହି ଆସନଟି ଟିଏମସି ଗଡ ଥିଲା, ତଥାପି ଅଧିକାରୀ ପରିବାରର ସମ୍ମିଳିତ ଭାବେ ବିରୋଧ କରିବା କାରଣରୁ ମମତା ମାତ୍ର ୧୭୩୭ ଭୋଟରେ ପରାସ୍ତ ହୋଇଥିଲେ।

ଅନ୍ୟପକ୍ଷରେ ଗୁରୁତ୍ବପୂର୍ଣ୍ଣ ଭବାନୀପୁର ଆସନ ହେଉଛି ମମତାଙ୍କ ନିଜସ୍ବ ନିର୍ବାଚନମଣ୍ଡଳୀ। ୨୦୧୧ ଓ ୨୦୧୬ ମସିହାରେ ମମତା ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ନେତା ଭାବେ ପାଇ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ଖୁସି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗର ଏହି ଆସନରେ ଏବେ ମମତାଙ୍କ ପୋଷ୍ଟର ଛାଇଗଲାଣି। ବିଶାଳ ହୋର୍ଡିଂ ଓ ପୋଷ୍ଟରରେ ଏହି ନିର୍ବାଚନମଣ୍ଡଳୀ ଏବେ ଠାରୁ କମ୍ପୁଛି। ମନ୍ତ୍ରୀମାନେ ଏବେଠାରୁ ସେଠାରେ କ୍ୟାମ୍ପ କରି ରହିଲେଣି। ବିଧାୟକ ମଦନ ମିତ୍ର ଏବଂ ଫିର୍‌ହାଦ ହାକିମ୍ ପ୍ରଚାରର ମଙ୍ଗ ଧରିଛନ୍ତି।

ବିଜେପି ନେତାମାନେ ଯୁକ୍ତି ରଖିଛନ୍ତି, ଯେହେତୁ ଭବାନୀପୁର ଆସନରେ ୨୦ ପ୍ରତିଶତ ଅଣ ବଙ୍ଗୀୟ ଭୋଟର ଅଛନ୍ତି, ଏହା ହିଁ ବିଜେପିର ମୂଳ କାର୍ଡ ହେବ। ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସ ବଙ୍ଗଳା ଭାଷାଭାଷୀଙ୍କ ଏକୀକରଣକୁ ଗୁରୁତ୍ବ ଦେଇ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିକୁ ଶହେ ଭିତରେ ସୀମିତ ରଖିଦେଇଥିଲା।

ରାଜନୈତିକ ମହଲ କହିବା କଥା, ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ରାଜନୀତି ଯାହା ରହିଛି, ଏଠାରେ ମମତା ଜିତିବା ଆଦୌ କଷ୍ଟସାଧ୍ୟ ହେବ ନାହିଁ। ଏଠାରେ ଉଲ୍ଲେଖଥାଉକି, ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ଲାଗି ବିଜେପି, କଂଗ୍ରେସ, ସିପିଆଇ (ଏମ୍) କେହି ବି ପ୍ରାର୍ଥୀ ଘୋଷଣା କରିନାହାନ୍ତି।

Leave A Reply

Your email address will not be published.