ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବିପଦ ଟଳିନି, ଭୁବନେଶ୍ବରକୁ ଛାଡିଦେଲେ!

0

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ କମିବାରେ ଲାଗିଛି। ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ସେପ୍ଟେମ୍ବର ପହିଲାରୁ ରାଜ୍ୟରେ କରୋନା କଟକଣା କୋହଳ କରିସାରିଲେଣି।କିନ୍ତୁ ଦୁଇଟି କଥା କରୋନା କ୍ଷେତ୍ରରେ ଚିନ୍ତାଜନକ ହୋଇଛି। ପ୍ରଥମ ହେଲା, ଖୋର୍ଧା ଜିଲ୍ଲାରେ କୋଭିଡ୍ ଗ୍ରାଫ୍ ଉପରତଳ ହେଉଛି। ନିୟନ୍ତ୍ରଣକୁ ଆସିପାରୁନାହିଁ। କେବେ ଦୁଇଶହ ଉପରେ ତ ଆଉ କେବେ ଏହି ସଂଖ୍ୟା ତିନିଶହ ଟପିଯାଉଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ତାଲିକାରେ ଆଉ ୩୪୬ ଜଣଙ୍କର ନାମ ଯୋଡି ହୋଇଯାଇଛି।

ଦ୍ବିତୀୟ ଗମ୍ଭୀର ବିଷୟଟି ହେଲା, ଟିକା ନେଇନଥିବା ୦-୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ସଂକ୍ରମଣ ଅଧିକାଂଶ ଦିନ ୧୦୦ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଯେଉଁ ନମୁନା ପରୀକ୍ଷା ହୋଇଥିଲା, ସେ ମଧ୍ୟରୁ ୧୩୧ ଜଣ ଏହି ବର୍ଗର। ସ୍ବାଭାବିକ ଭାବେ ଯେବେ ତୃତୀୟ ତରଙ୍ଗରେ ଶିଶୁ ସଂକ୍ରମିତ ହେବେ ବୋଲି ପୂର୍ବାନୁମାନ କରାଯାଇଛି, ସେବେ ଏହି ପରିସଂଖ୍ୟାନ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇ ଦେଲାଣି। ଏହି ବର୍ଗର ଶିଶୁମାନେ ଟିକା ନେଇନାହାନ୍ତି। ଏଣୁ ଏମାନଙ୍କୁ ସମ୍ବେଦନଶୀଳ ବର୍ଗ ବୋଲି ମଧ୍ୟ କୁହାଯାଇପାରିବ।

ଆଶ୍ବାସନାର କଥା ହେଲା, ତୃତୀୟ ଲହର ପାଇଁ ରାଜ୍ୟ ସରକାର ଢେର୍ ଆଗରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ହେଲେ ଥରେ ଯଦି ସଂକ୍ରମଣ ଅଣାୟତ ହୁଏ, ତେବେ ଦ୍ବିତୀୟ ଲହର ଭଳି ଏହା ବିପଦ ବଢାଇଦେବ। ଏଣୁ ଏବେଠାରୁ ପିଲାମାନଙ୍କ କ୍ଷେତ୍ରରେ ବା ଟିକା ନେଇନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ରାଜ୍ୟ ସରକାର ଯଦି କଟକଣା ଲାଗୁ ନକରିବେ, ତେବେ ଆଗକୁ ସ୍ଥିତି କିଛି ଭିନ୍ନ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି।

ସେମାନଙ୍କର କହିବା କଥା ହେଉଛି, ଏମିତି ହୁଏତ ହୋଇପାରେ ଯେ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ଭୁତାଣୁ ଗୁରୁତର କ୍ଷତି ପହଞ୍ଚାଇପାରିବ ନାହିଁ। ଅଥବା ସାମାନ୍ୟ ପ୍ରଭାବ ପଡିପାରେ। କିନ୍ତୁ ସେ ସଂକ୍ରମଣ ବଢାଇବାରେ ମାଧ୍ୟମ ପାଲଟିପାରନ୍ତି। ସଂପୃକ୍ତ ବ୍ୟକ୍ତି ଘରେ ଛୋଟ ପିଲାମାନଙ୍କ ସହିତ ମିଶିଲେ, ସେଠାରେ ବିପଦ ସୃଷ୍ଟି ହୋଇପାରେ। ଏଣୁ କରୋନା କଟକଣା କ୍ଷେତ୍ରରେ ଜୀବନ ଓ ଜୀବିକାର ସୁରକ୍ଷା ଅତୀବ ଜରୁରୀ। କିନ୍ତୁ ସ୍ବାଭାବିକ ଚଳାଚଳ କ୍ଷେତ୍ରରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରାଯିବା, ସର୍ବୋପରି ଗହଳି ରୋକିବା କ୍ଷେତ୍ରରେ ପ୍ରଶାସନ କଡା ପଦକ୍ଷେପ ନେବାକୁ ପଡିପାରେ।

ଅନ୍ୟପଟରେ ଭୁବନେଶ୍ବର ସଂକ୍ରମଣ ବୃଦ୍ଧି କ୍ଷେତ୍ରରେ ପ୍ରଶାସନିକ ଉଦାସୀନତା ଜଳ ଜଳ ହୋଇ ଦିଶୁଛି। ସମସ୍ତେ ଚିନ୍ତିତ ଯେ ରାଜଧାନୀରେ ଏବେ ଡେଙ୍ଗୁ ସ୍ଥିତି ବେହାଲ୍। କିନ୍ତୁ କରୋନା ସ୍ଥିତି ବି କିଛି କମ୍ ନୁହେଁ। ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିଲେ।ଏହି କ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଅନୁ ଗର୍ଗ ଏବେ ରାଜଧାନୀ ଦାୟିତ୍ବରେ। ଆରମ୍ଭରୁ ଅତ୍ୟନ୍ତ ତତ୍ପରତା ଦେଖାଇଥିବା ଶ୍ରୀମତୀ ଗର୍ଗ କିନ୍ତୁ ଏବେ ତାଙ୍କ ଜିଲ୍ଲା ପାଇଁ ସେଭଳି ତନାଘନା କରୁନାହାନ୍ତି। ନିୟମିତ ସମୀକ୍ଷା ବୈଠକ ହେଉନାହିଁ କିମ୍ବା ବଜାର ଆଦିରେ ଖୋଲାଖୋଲି କୋଭିଡ୍ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।

ସ୍ଥିତି ଯଦି ଏମିତି ଲାଗି ରହିବ, ତେବେ ଖୋର୍ଧା ଜିଲ୍ଲାରୁ କୋଭିଡ୍ ତୃତୀୟ ତରଙ୍ଗ ତାର ଯାତ୍ରା ଆରମ୍ଭ କରିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

Leave A Reply

Your email address will not be published.