ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ଜାଣନ୍ତୁ, ଶ୍ରୀମନ୍ଦିରର ଆଉ ଏକ ସେବା ସଂପର୍କରେ …

0

ଭୁବନେଶ୍ବର: ମହାପ୍ରଭୁ ଯେଭଳି ରହସ୍ୟମୟ, ତାଙ୍କର ସେବା, ନୀତି ଆଦି ସବୁ ଯେକୌଣସି ବ୍ୟକ୍ତିଙ୍କୁ ଆମୋଦିତ କରିବ। ଏଇ ଯେମିତି ଶ୍ରୀମନ୍ଦିରରେ ଥିବା ଲୁଗାଧୁଆ ଓ ପାଣିକୁଣ୍ଡ ସେବା। ଏହା ସେବା କିଏ କରନ୍ତି, ସେବାରେ କି କି କଥା କରାଯାଇଥାଏ, ଏକଥା ବି ବେଶ୍ ରୋଚକ।

ଗବେଷକଙ୍କ ତଥ୍ୟ ଅନୁସାରେ, ଲୁଗାଧୁଆ ଓ ପାଣିକୁଣ୍ଡ ସେବକ ଦୈନିକ ମଙ୍ଗଳ ଆଳତୀ ପୂର୍ବରୁ ବିମଳା ମନ୍ଦିର ପାଖ କୂଅରୁ ପାଣି ଆଣି ଭିତର ବେଢ଼ାର ବଟ ଅବକାଶ ମନ୍ଦିର ପିଣ୍ଡାରେ ଥିବା ପାଣି କୁଣ୍ଡରେ ରଖିଥାନ୍ତି। ପ୍ରତ୍ୟହ ଶ୍ରୀବିଗ୍ରହମାନଙ୍କ ସେବାକୁ ଆସୁଥିବା ପାଳିଆ ସେବକମାନେ ଗୋଡ ଧୋଇବା ପାଇଁ ଏହି କୁଣ୍ଡରେ ସବୁବେଳେ ପାଣି ଭରି ରଖିବା ଏମାନଙ୍କର କାମ। ଏହି ସେବକ ନିଜ ଖର୍ଚ୍ଚରେ ଦଉଡି ଗରା ଆଦି ବ୍ୟବହାର କରି ସେବା କରିଥାନ୍ତି।

ପାଣିକୁଣ୍ଡ ସେବକମାନେ ଶାଢ଼ୀବନ୍ଧା ସେବକ ନୁହଁନ୍ତି। ଏମାନେ ବ୍ରାହ୍ମଣ ସେବକ। ବ୍ରତ ପରେ ସାବାଳକ ହେଲେ କାମ କରିପାରିବେ। ଏହି ସେବା ବଂଶାନୁକ୍ରମିକ। କାର୍ଯ୍ୟରେ ତ୍ରୁଟି ହେଲେ କିମ୍ବା ସେବା ବାସନ୍ଦ ହେଲେ ଅନ୍ୟ ବ୍ରାହ୍ମଣ ସେବକମାନେ ନିଯୁକ୍ତ ହେବେ ଓ ତ୍ରୁଟି ଯୋଗୁଁ ଖେଇ ବନ୍ଦ ହେବ।

କେବଳ ସେତିକି ନୁହେଁ, ଦୈନିକ ଅବକାଶ ନୀତି ସରିବା ପରେ ଠାକୁରମାନଙ୍କର ମଇଲମ ବସ୍ତ୍ରଗୁଡିକ ଚାଙ୍ଗଡା ମେକାପ ଭଣ୍ଡାର ଦ୍ୱାର ଉପରେ ରଖିବେ। ଲୁଗାଧୁଆ ସେବକ ତାହା ଆଣି ବଟ ଅବକାଶ ଦେଉଳ ମଧ୍ୟରେ ଧୋଇ ଶୁଖାଇ ସେଦିନ ରାତିରେ ଭଣ୍ଡାର ଦ୍ୱାରଠାରେ ଥିବା ଚାଙ୍ଗଡାରେ ରଖିଦେଇ ଆସନ୍ତି । ଯେତେଯେତେ ନୂତନ ସୂତାବସ୍ତ୍ର,ତାହା ଲାଗି ହେବା ପୂର୍ବରୁ ଲୁଗାଧୁଆ ସେବକ ସେସବୁ ଧୋଇ ଶୁଖାଇ ଦେବେ। ଧୋବା ମଇଳାଲୁଗା ସଫା କରିବା ପରେ ଏ ସେବକ ତାହା ଧୋଇ ଶୁଖାଇ ଚାଙ୍ଗଡା ମେକାପଙ୍କୁ ଦିଅନ୍ତି।

ଲୁଗାଧୁଆ ସେବକ ବ୍ରାହ୍ମଣ ସେବକ ଓ ଏହା ଶାଢ଼ୀବନ୍ଧା ସେବା ନୁହେଁ। ବ୍ରତ ପରେ ସାବାଳକ ହେଲେ ଏହି ସେବାରେ ନିଯୁନ୍ତ ହୋଇପାରିବେ ।ଏ ସେବକ ବଟ ଅବକାଶ ମନ୍ଦିର ଓ ହରି ସହଦେବ ମନ୍ଦିରରେ ପୂଜା କରନ୍ତି । ସେବା ତ୍ରୁଟି କଲେ ଖେଇ ବନ୍ଦ ହେବ ଓ ଅନ୍ୟ ବ୍ରାହ୍ମଣ ସେବକ ନିଯୁକ୍ତ ହୋଇପାରିବେ ।

Leave A Reply

Your email address will not be published.