ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଜାଣନ୍ତୁ, ଶ୍ରୀମନ୍ଦିରର ଆଉ ଏକ ସେବା ସଂପର୍କରେ …

0

ଭୁବନେଶ୍ବର: ମହାପ୍ରଭୁ ଯେଭଳି ରହସ୍ୟମୟ, ତାଙ୍କର ସେବା, ନୀତି ଆଦି ସବୁ ଯେକୌଣସି ବ୍ୟକ୍ତିଙ୍କୁ ଆମୋଦିତ କରିବ। ଏଇ ଯେମିତି ଶ୍ରୀମନ୍ଦିରରେ ଥିବା ଲୁଗାଧୁଆ ଓ ପାଣିକୁଣ୍ଡ ସେବା। ଏହା ସେବା କିଏ କରନ୍ତି, ସେବାରେ କି କି କଥା କରାଯାଇଥାଏ, ଏକଥା ବି ବେଶ୍ ରୋଚକ।

ଗବେଷକଙ୍କ ତଥ୍ୟ ଅନୁସାରେ, ଲୁଗାଧୁଆ ଓ ପାଣିକୁଣ୍ଡ ସେବକ ଦୈନିକ ମଙ୍ଗଳ ଆଳତୀ ପୂର୍ବରୁ ବିମଳା ମନ୍ଦିର ପାଖ କୂଅରୁ ପାଣି ଆଣି ଭିତର ବେଢ଼ାର ବଟ ଅବକାଶ ମନ୍ଦିର ପିଣ୍ଡାରେ ଥିବା ପାଣି କୁଣ୍ଡରେ ରଖିଥାନ୍ତି। ପ୍ରତ୍ୟହ ଶ୍ରୀବିଗ୍ରହମାନଙ୍କ ସେବାକୁ ଆସୁଥିବା ପାଳିଆ ସେବକମାନେ ଗୋଡ ଧୋଇବା ପାଇଁ ଏହି କୁଣ୍ଡରେ ସବୁବେଳେ ପାଣି ଭରି ରଖିବା ଏମାନଙ୍କର କାମ। ଏହି ସେବକ ନିଜ ଖର୍ଚ୍ଚରେ ଦଉଡି ଗରା ଆଦି ବ୍ୟବହାର କରି ସେବା କରିଥାନ୍ତି।

ପାଣିକୁଣ୍ଡ ସେବକମାନେ ଶାଢ଼ୀବନ୍ଧା ସେବକ ନୁହଁନ୍ତି। ଏମାନେ ବ୍ରାହ୍ମଣ ସେବକ। ବ୍ରତ ପରେ ସାବାଳକ ହେଲେ କାମ କରିପାରିବେ। ଏହି ସେବା ବଂଶାନୁକ୍ରମିକ। କାର୍ଯ୍ୟରେ ତ୍ରୁଟି ହେଲେ କିମ୍ବା ସେବା ବାସନ୍ଦ ହେଲେ ଅନ୍ୟ ବ୍ରାହ୍ମଣ ସେବକମାନେ ନିଯୁକ୍ତ ହେବେ ଓ ତ୍ରୁଟି ଯୋଗୁଁ ଖେଇ ବନ୍ଦ ହେବ।

କେବଳ ସେତିକି ନୁହେଁ, ଦୈନିକ ଅବକାଶ ନୀତି ସରିବା ପରେ ଠାକୁରମାନଙ୍କର ମଇଲମ ବସ୍ତ୍ରଗୁଡିକ ଚାଙ୍ଗଡା ମେକାପ ଭଣ୍ଡାର ଦ୍ୱାର ଉପରେ ରଖିବେ। ଲୁଗାଧୁଆ ସେବକ ତାହା ଆଣି ବଟ ଅବକାଶ ଦେଉଳ ମଧ୍ୟରେ ଧୋଇ ଶୁଖାଇ ସେଦିନ ରାତିରେ ଭଣ୍ଡାର ଦ୍ୱାରଠାରେ ଥିବା ଚାଙ୍ଗଡାରେ ରଖିଦେଇ ଆସନ୍ତି । ଯେତେଯେତେ ନୂତନ ସୂତାବସ୍ତ୍ର,ତାହା ଲାଗି ହେବା ପୂର୍ବରୁ ଲୁଗାଧୁଆ ସେବକ ସେସବୁ ଧୋଇ ଶୁଖାଇ ଦେବେ। ଧୋବା ମଇଳାଲୁଗା ସଫା କରିବା ପରେ ଏ ସେବକ ତାହା ଧୋଇ ଶୁଖାଇ ଚାଙ୍ଗଡା ମେକାପଙ୍କୁ ଦିଅନ୍ତି।

ଲୁଗାଧୁଆ ସେବକ ବ୍ରାହ୍ମଣ ସେବକ ଓ ଏହା ଶାଢ଼ୀବନ୍ଧା ସେବା ନୁହେଁ। ବ୍ରତ ପରେ ସାବାଳକ ହେଲେ ଏହି ସେବାରେ ନିଯୁନ୍ତ ହୋଇପାରିବେ ।ଏ ସେବକ ବଟ ଅବକାଶ ମନ୍ଦିର ଓ ହରି ସହଦେବ ମନ୍ଦିରରେ ପୂଜା କରନ୍ତି । ସେବା ତ୍ରୁଟି କଲେ ଖେଇ ବନ୍ଦ ହେବ ଓ ଅନ୍ୟ ବ୍ରାହ୍ମଣ ସେବକ ନିଯୁକ୍ତ ହୋଇପାରିବେ ।

Leave A Reply

Your email address will not be published.