ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ

0

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୨୦୨୦ରେ ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି। ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ତଥା ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ବିଧାନସଭାର ୪୦୩ ଟି ଆସନ ଦାୟିତ୍ୱ ଦିଆଯାଇଥିବାବେଳେ ଜଲ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ପଞ୍ଜାବକୁ ଦେଖିବେ।

ଶ୍ରୀ ପ୍ରଧାନଙ୍କୁ ସହଯୋଗ କରିବା ଲାଗି ଗୋଟିଏ ବିଶାଳ ଟିମ୍ ବି ଦିଆଯାଇଛି। ସେ ମଧ୍ୟରେ ଅନୁରାଗ ସିଂ ଠାକୁର, ଅର୍ଜୁନ ମେଘୱାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଏବଂ ବିବେକ ଠାକୁର ଅଛନ୍ତି।

ଓଡ଼ିଶା ରାଜନୀତିରେ ଶ୍ରୀ ପ୍ରଧାନଙ୍କୁ ନେତୃତ୍ବକୁ ନେଇ ଗୋଟିଏ ଗୋଷ୍ଠୀ କେଁ ପୂରାଉଥିବା ବେଳେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବ ଦେବା ଘଟଣା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

୨୦୧୭ ବିଧାନସଭା ନିର୍ବାଚନରେ ​​୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏସପି ୪୭ ଟି ସିଟ୍ ହାସଲ କରିଥିବା ବେଳେ କଂଗ୍ରେସ ମାତ୍ର ୭ ଟି ସିଟ୍ ଜିତିଥିଲା। ବିଜେପି ୩୧୨ ଟି ଆସନ ସହ ବିଏସପି ୧୯ ଟି ସିଟ୍ ଦଖଲ କରିଥିଲା।

ସେହିପରି ପଞ୍ଜାବ ବିଧାନସଭାରେ ୧୧୭ ଟି ଆସନ ପରିଚାଳନା ପାଇଁ ହାର୍ଦ୍ଦିକ ସିଂ ପୁରୀ, ମୀନାକ୍ଷୀ ଲେଖୀ ଏବଂ ବିନୋଦ ଚାୱଡାଙ୍କୁ ଶେଖାଓ୍ବତଙ୍କୁ ସହଯୋଗ କରିବା ଲାଗି ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କୁ ଉତ୍ତରାଖଣ୍ଡ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଲକେଟ୍ ଚାଟାର୍ଜୀ, ସର୍ଦ୍ଦାର ଆର.ପି ସିଂହ ସହଯୋଗ କରିବେ। ସେମାନେ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପରିଚାଳନା କରିବେ। ଅନ୍ୟପକ୍ଷରେ ମଣିପୁର ବିଧାନସଭା ନିର୍ବାଚନ ଲାଗି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ନିଯୁକ୍ତି ଦିଆଯାଇଛି। ଗୋଆ ଦାୟିତ୍ବରେ ଦେବେନ୍ଦ୍ର ଫଡନାଭିସ୍ ରହିବେ।

Leave A Reply

Your email address will not be published.