ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ

0

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୨୦୨୦ରେ ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି। ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ତଥା ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ବିଧାନସଭାର ୪୦୩ ଟି ଆସନ ଦାୟିତ୍ୱ ଦିଆଯାଇଥିବାବେଳେ ଜଲ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ପଞ୍ଜାବକୁ ଦେଖିବେ।

ଶ୍ରୀ ପ୍ରଧାନଙ୍କୁ ସହଯୋଗ କରିବା ଲାଗି ଗୋଟିଏ ବିଶାଳ ଟିମ୍ ବି ଦିଆଯାଇଛି। ସେ ମଧ୍ୟରେ ଅନୁରାଗ ସିଂ ଠାକୁର, ଅର୍ଜୁନ ମେଘୱାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଏବଂ ବିବେକ ଠାକୁର ଅଛନ୍ତି।

ଓଡ଼ିଶା ରାଜନୀତିରେ ଶ୍ରୀ ପ୍ରଧାନଙ୍କୁ ନେତୃତ୍ବକୁ ନେଇ ଗୋଟିଏ ଗୋଷ୍ଠୀ କେଁ ପୂରାଉଥିବା ବେଳେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବ ଦେବା ଘଟଣା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

୨୦୧୭ ବିଧାନସଭା ନିର୍ବାଚନରେ ​​୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏସପି ୪୭ ଟି ସିଟ୍ ହାସଲ କରିଥିବା ବେଳେ କଂଗ୍ରେସ ମାତ୍ର ୭ ଟି ସିଟ୍ ଜିତିଥିଲା। ବିଜେପି ୩୧୨ ଟି ଆସନ ସହ ବିଏସପି ୧୯ ଟି ସିଟ୍ ଦଖଲ କରିଥିଲା।

ସେହିପରି ପଞ୍ଜାବ ବିଧାନସଭାରେ ୧୧୭ ଟି ଆସନ ପରିଚାଳନା ପାଇଁ ହାର୍ଦ୍ଦିକ ସିଂ ପୁରୀ, ମୀନାକ୍ଷୀ ଲେଖୀ ଏବଂ ବିନୋଦ ଚାୱଡାଙ୍କୁ ଶେଖାଓ୍ବତଙ୍କୁ ସହଯୋଗ କରିବା ଲାଗି ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କୁ ଉତ୍ତରାଖଣ୍ଡ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଲକେଟ୍ ଚାଟାର୍ଜୀ, ସର୍ଦ୍ଦାର ଆର.ପି ସିଂହ ସହଯୋଗ କରିବେ। ସେମାନେ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପରିଚାଳନା କରିବେ। ଅନ୍ୟପକ୍ଷରେ ମଣିପୁର ବିଧାନସଭା ନିର୍ବାଚନ ଲାଗି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ନିଯୁକ୍ତି ଦିଆଯାଇଛି। ଗୋଆ ଦାୟିତ୍ବରେ ଦେବେନ୍ଦ୍ର ଫଡନାଭିସ୍ ରହିବେ।

Leave A Reply

Your email address will not be published.