ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଧର୍ମେନ୍ଦ୍ରଙ୍କୁ ନେଇ ଗୋଟିଏ ନିଷ୍ପତ୍ତିରୁ ବାହାରୁଛି ଅନେକ ସମୀକରଣ, କଣ ଜାଣନ୍ତୁ?

0

ଭୁବନେଶ୍ବର: ଆସନ୍ତାବର୍ଷ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନରେ ଓଡ଼ିଶା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଘଟଣା ଗଣମାଧ୍ୟମରେ ଆସିବା ପରେ ଓଡ଼ିଶା ରାଜନୀତିରେ ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପି ଶିବିରରେ ମଧ୍ୟ ଏହି ପ୍ରସଙ୍ଗଟି କମ୍ପନ ସୃଷ୍ଟି କଲାଣି। ବିଜେପି କେନ୍ଦ୍ରୀୟ ନେତୃତ୍ବ ଶ୍ରୀ ପ୍ରଧାନଙ୍କ ନିଯୁକ୍ତି ଦେଇ କି ବାର୍ତ୍ତା ଦେଲେ, ତାହା କେହି ଠଉରାଇ ପାରୁନାହାନ୍ତି। ସମସ୍ତେ ନିଜ ନିଜ ଅନ୍ଦାଜରେ ଗୋଟିଏ ଗୋଟିଏ ନୂଆ ସମୀକରଣ ସଂପର୍କରେ ମତ ରଖୁଛନ୍ତି। ରାଜନୈତିକ ରଣନୀତିକାରଙ୍କ ମତରେ ଏହା ଓଡ଼ିଶା ରାଜନୀତିରେ ଆଗାମୀ ଦିନରେ ହେବାକୁ ଥିବା ପରିବର୍ତ୍ତନର ଗୋଟିଏ ଝଲକ ମାତ୍ର।

ଗୋଟିଏ ମହଲ ମତ ରଖୁଛନ୍ତି ଯେ, ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ୍, ଇସ୍ପାତ ବିଭାଗ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଶିକ୍ଷା ବିଭାଗ ମିଳିଥିଲା। ଏହା ପରେ ଗୋଟିଏ ମହଲ ମତ ରଖିଆସୁଥିଲେ ଯେ ତାଙ୍କର ପ୍ରଭାବ ଦିଲ୍ଲୀରେ କମିଛି ଓ ସେ ଆଉ ମୋଦୀ-ଶାହଙ୍କ ଗୁ଼୍ଡ୍‌ବୁକ୍‌ରେ ନାହାନ୍ତି। ହେଲେ ବିଜେପିର ଶୀର୍ଷ ନେତୃତ୍ବର ଆସ୍ଥା ଶ୍ରୀ ପ୍ରଧାନଙ୍କ ଉପରେ ରହିଛି, ଉତ୍ତରପ୍ରଦେଶ ନିଯୁକ୍ତି ଏହାର ଗୋଟିଏ ରୂପ। ଏହି ନିର୍ବାଚନ କେନ୍ଦ୍ରରେ ସରକାର ଓ ବିଜେପି ନେତୃତ୍ବ ପାଇଁ ଅତ୍ୟନ୍ତ ମହତ୍ତ୍ବ ରଖେ। ଏଣୁ ଶ୍ରୀ ପ୍ରଧାନଙ୍କୁ ଏହି ନିର୍ବାଚନ ଦାୟିତ୍ବ ଦିଆଯିବା କିଛି କମ୍ କଥା ନୁହେଁ। ସମସ୍ତେ ଜାଣନ୍ତି ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କ ଆଜି ଦିନରେ କିଭଳି ରହିଛି। ଏଭଳି ଏକ ପୃଷ୍ଠଭୂମିରେ ଶ୍ରୀ ପ୍ରଧାନଙ୍କୁ ନିଯୁକ୍ତି ଦିଆଯିବାର ଅର୍ଥ, ସେଠାରେ ପ୍ରାର୍ଥିତ୍ବଠାରୁ ରଣନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଓ ବିଜେପିର ଚାଣକ୍ୟ ଅମିତ ଶାହଙ୍କର ଫର୍ମୁଲାକୁ ସେ ହି କାର୍ଯ୍ୟାନ୍ବନୟ କରିବେ।

ରାଜନୈତିକ ମହଲର ଦ୍ବିତୀୟ ମତ ହେଉଛି ଯେ ଯେଉଁଠାରେ ଦଳ ଶାସନରେ ନ ଥାଏ, ସେଠାରେ ପ୍ରଭାରୀଙ୍କର ଗୁରୁତ୍ବ ଟିକିଏ ଅଧିକ। କାରଣ ସେଠାରେ ପ୍ରଭାରୀ ହିଁ ସବୁ ଦାୟିତ୍ବ ମୁଣ୍ଡକୁ ନେଇ କାର୍ଯ୍ୟ କରିବେ। ଉତ୍ତରପ୍ରଦେଶରେ ଯୋଗୀ ହେଉଛନ୍ତି ବିଜେପିର ମୁଖ୍ୟ କାର୍ଡ। ଧର୍ମେନ୍ଦ୍ରଙ୍କର ରାଜନୈତିକ ଗୋଟିଚାଳନା ଅତ୍ୟନ୍ତ ଶାଣିତ। ଏକଥା ସେ ପୂର୍ବରୁ ବିହାରରେ ଦେଖାଇଥିଲେ ଓ ସେଠାରେ ବିଜେପି ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ପଶିଥିଲା। ପୁରସ୍କାର ସ୍ବରୂପ ସେଠାରୁ ରାଜ୍ୟସଭାକୁ ଯାଇଥିଲେ ଧର୍ମେନ୍ଦ୍ର। ପରେ ଅନେକ କ୍ଷେତ୍ରରେ ତାଙ୍କ ରଣନୀତି ଜାତୀୟ ରାଜନୀତିରେ ସଫଳ ହୋଇଛି। ନିକଟରେ କର୍ଣ୍ଣାଟକ ରାଜନୀତି କ୍ଷେତ୍ରରେ ବି ଦଳ ତାଙ୍କୁ ବ୍ୟବହାର କରିଥିଲା। ଏବେ ଉତ୍ତରପ୍ରଦେଶରେ ଯୋଗୀଙ୍କ ରଣନୀତିକୁ ବାଦ୍ ଦେଇ ବିଜେପିର ଅସନ୍ତୋଷ ଗୋଷ୍ଠୀକୁ ମନାଇବା, ସହଯୋଗୀ ଦଳଙ୍କ ସହିତ ମିତ୍ରତା ବଳବତ୍ତର ରଖିବା, ସର୍ବୋପରି ଏଠାରେ ଏକ ସଫଳ ପ୍ରଦର୍ଶନ ପାଇଁ ଧର୍ମେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେପିରେ ଏଭଳି ଆଉ କମ୍ ନେତା ଏବେ ଅଛନ୍ତି।

ତୃତୀୟ ସୂତ୍ର ଦାବି କରୁଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଓଡ଼ିଶାରେ ବ୍ୟବହାର କରିବା ସମ୍ଭାବନା କ୍ଷୀଣ। ତାଙ୍କୁ ଜାତୀୟ ରାଜନୀତିରେ ମୋଦୀ-ଶାହ ଅଟକାଇ ରଖିପାରନ୍ତି। କେବଳ ସେତିକି ନୁହେଁ, ଜେ ପି ନଡ୍ଡାଙ୍କ ପରେ ତାଙ୍କୁ ରାଷ୍ଟ୍ରୀୟ ସଭାପତି ଯଦି ବିଜେପି କରେ, ତେବେ ସେଥିରେ ବିସ୍ମିତ ହେବାର କିଛି ନାହିଁ। ବିଜେପି କେନ୍ଦ୍ରୀୟ ନେତାଙ୍କର ସେ ବିଶ୍ବାସଭାଜନ ଅଛନ୍ତି ଓ ତାଙ୍କୁ ସେମାନେ ପୂରା ଦମରେ ଜାତୀୟ ରାଜନୀତିରେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି, ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଲାଣି।

ଅନ୍ୟପକ୍ଷରେ ରାଜ୍ୟ ରାଜନୀତିରେ କିନ୍ତୁ ଗୋଟିଏ ଭିନ୍ନ ଚର୍ଚ୍ଚା ଆଲୋଚନା ଚାଲିଛି। ଓଡ଼ିଶାରେ ଫେବ୍ରୁଆରି-ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନ ହେବ, ଏକଥା ବିଜେପିର କେନ୍ଦ୍ରୀୟ ନେତା ଜାଣନ୍ତି। ଧୀରେ ଧୀରେ ଜଣାପଡୁଛି ଯେ ନିର୍ବାଚନ ହେଉ ହେଉ ଏପ୍ରିଲ ଛୁଇଁଯିବ। ଜୁଲାଇରେ ଉତ୍ତରପ୍ରଦେଶ ନିର୍ବାଚନ। ଠିକ୍ ଏହି ସମୟରେ ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ ଦେଇ ବିଜେପି କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ରାଜ୍ୟ ରାଜନୀତିର ପ୍ରତ୍ୟକ୍ଷ ଗୋଟିଚାଳନାରୁ ସାମାନ୍ୟ ଦୂରେଇ ଦେଇଛନ୍ତି। ଆହୁରି କୁହାଯାଇପାରେ ଯେ ଧର୍ମେନ୍ଦ୍ରଙ୍କ ବିନା ମୋଦୀ-ଶାହ ଧର୍ମେନ୍ଦ୍ରଙ୍କ ବିନା ରାଜ୍ୟ ବିଜେପିର ଶକ୍ତି ପରୀକ୍ଷା କରିବେ ବୋଲି କୁହାଯାଇପାରେ।

ଏବେ ଯେଉଁମାନେ ମତ ରଖୁଥିଲେ ଯେ ଧର୍ମେନ୍ଦ୍ର ରାଜ୍ୟ ବିଜେପିକୁ ନିଜ ଷ୍ଟାଇଲରେ ନିୟନ୍ତ୍ରଣ କରୁଛନ୍ତି,ସେମାନଙ୍କ ପାଇଁ ଅଗ୍ନୀ ପରୀକ୍ଷାର ବେଳ। ସେମାନେ ଯଦି ବିଜେପିର ୩୦ ପ୍ରତିଶତରୁ ଅଧିକ ଭୋଟକୁ ନିଜ ପାଖରେ ବାନ୍ଧି ରଖିପାରିଲେ, ତେବେ ଆଗକୁ ଗଣିତର ଧାରା ବଦଳିବ। କାରଣ ଧର୍ମେନ୍ଦ୍ର ହିଁ ଏକମାତ୍ର ନେତା ଦାୟୀ, ଯିଏ କେନ୍ଦ୍ରୀୟ ଚାପ କୌଶଳ ପ୍ରୟୋଗ କରି ଓ ନିଜ ଫର୍ମୁଲାରେ ରାଜ୍ୟ ବିଜେପିକୁ ତିନି ନମ୍ବରରୁ ଦୁଇ ନମ୍ବରକୁ ଆଣିଛନ୍ତି ଓ ୩୦ ପ୍ରତିଶତ ଯାଏ ଭୋଟ ପହଞ୍ଚାଇଛନ୍ତି। ହେଲେ ବିଜେଡିକୁ ମାତ୍ ଦେଇନପାରିବା ଅଭିଯୋଗରେ ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ଦୋଷୀ ବୋଲି ଭାବୁଛନ୍ତି।

ଏହି ପରିପ୍ରେକ୍ଷୀରେ ଗୋଟିଏ ପ୍ରଶ୍ନ ସ୍ବାଭାବିକ ଭାବେ ସୃଷ୍ଟି ହେବ ଯେ ଆଗକୁ ଓଡ଼ିଶାର ବିଜେପି ନେତୃତ୍ବ କିଏ ନେବ? ସାମ୍ନାକୁ ସାଂସଦ ଅପରାଜିତା ଷଡଙ୍ଗୀ ଆସିବେ ନା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ? ଉଭୟଙ୍କ ସହିତ ବିଜେପି ନେତା ବିଜୟ ମହାପାତ୍ରଙ୍କର ସଂପର୍କ ଭଲ। ଏହି ତିନି ନେତା ଏକାଠି ହୋଇ ରାଜ୍ୟ ବିଜେପିର ମଙ୍ଗ ଧରିବେ କି? ଏମିତିରେ ବି ଅପରାଜିତା-ବିଜୟଙ୍କ ସଂପର୍କ ବେଶ୍ ଭଲ। ସେହିପରି ଅଶ୍ବିନୀ-ଅପରାଜିତା ଗୋଟିଏ ବ୍ୟାଚର ଆଇଏଏସ୍ ଅଫିସର ଓ ଭଲ ବନ୍ଧୁ ବି। ଅଶ୍ବିନୀ ମଧ୍ୟ କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ବିଜୟଙ୍କ ସହିତ ଯୋଗସୂତ୍ରରେ ଥିଲେ। ଏହା କଣ ନୂଆ ସମୀକରଣର ରୂପ ନେବ କି?

ଉଲ୍ଲେଖଥାଉକି, କେନ୍ଦ୍ରମନ୍ତ୍ରୀ ଅଦଳବଦଳ ବେଳେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ଗୁରୁତ୍ବପୂର୍ଣ୍ଣ ରେଳବାଇ, ଆଇଟି ଆଦି ବିଭାଗ ମିଳିବା ଘଟଣା ଓଡ଼ିଶା ରାଜନୀତିକୁ ଗରମ କରିଥିଲା। ଅଶ୍ବିନୀଙ୍କର ବିଶେଷତ୍ବ ହେଲା, ସେ ପ୍ରଧାନମନ୍ତ୍ରୀଙ୍କର ଖାସ୍ ଭାବେ ଜଣାଶୁଣା ଓ ଓଡ଼ିଶାରୁ ବିଜେଡି-ବିଜେପି ଭୋଟରେ ରାଜ୍ୟସଭା ଯାଇଛନ୍ତି। ନିକଟରେ ଜନ ଆଶୀର୍ବାଦ ଯାତ୍ରାରେ ଆସି ସେ ବିଜେପିରେ ଗୋଟିଏ ଭିନ୍ନ ପରିବେଶ ସୃଷ୍ଟି କରିଛନ୍ତି।

ସମାନ୍ତରାଳ ଭାବେ ଓଡ଼ିଶାର ଚାରି ସାଂସଦଙ୍କ ସମେତ ଛଅ ଜଣ ନେତା ଗୋଟିଏ ହୋଟେଲରେ ଡିନର ପାଇଁ ଏକାଠି ହେବା ଘଟଣା ବି ବିଜେପିକୁ ଚର୍ଚ୍ଚାକୁ ଆଣିଥିଲା। ଅପରାଜିତା, ଜୁଏଲ ଓରାମ, ସୁରେଶ ପୂୂଜାରୀ, ପ୍ରତାପ ଷଡଙ୍ଗୀ, ବିଜୟ ମହାପାତ୍ର ଏବଂ ବୈଜୟନ୍ତ ପଣ୍ଡା ଏକାଠି ହୋଇଥିଲେ। ଦିଲ୍ଲୀରୁ କିଛି ସଙ୍କେତ ଆଧାରରେ ଏହି ବୈଠକ ହୋଇଥିଲା କି? ଏମାନଙ୍କ ପଛରେ ଅଶ୍ବିନୀଙ୍କର ସମର୍ଥନ ଅଛି କି? କେବଳ ସେତିକି ନୁହେଁ, ବିଜେଡି ସହଯୋଗରେ ରାଜ୍ୟସଭାକୁ ଯିବା ଓ ମନ୍ତ୍ରୀ ହେବା ପରେ ବି ଅଶ୍ବିନୀ ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେନି। ଏହାକୁ ନେଇ ଜାତୀୟ ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ଏହା ଉପରେ ଆଲୋଚନା କରୁଛନ୍ତି। ହେଲେ ଏଇଟା ଶ୍ରୀ ବୈଷ୍ଣବଙ୍କର ଗୋଟିଏ ସୁଚିନ୍ତିତ ଯୋଜନା ଥିଲା କି? ଆଗକୁ ଦାୟିତ୍ବ ନେବାକୁ ଯାଉଥିବାରୁ ସେ ଜାଣିଶୁଣି ନବୀନଙ୍କ ଠାରୁ ନିଜକୁ ଦୂରେଇ ରଖିଲେ?

ଆରଏସ୍ଏସ୍ ନେତା ଭି ଭଗାୟା ଓଡ଼ିଶା ନେତାଙ୍କ ସହିତ ଆଲୋଚନା କରିବା ବେଳେ ଅସନ୍ତୋଷ ଝାଡିବା ଘଟଣା ଏସବୁ ଆଲୋଚନାକୁ ଆହୁରି ଇନ୍ଧନ ଯୋଗାଉଛି।

Leave A Reply

Your email address will not be published.