ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଶ୍ରୀମନ୍ଦିରରେ ଯୋଗାଣିଆ ସେବକଙ୍କ କାମ କଣ?

0

ଭୁବନେଶ୍ବର: ମଣିଷ ଦୈନନ୍ଦିନ ଜୀବନରେ ଯେଉଁସବୁ କଥା, ଶଦ୍ଦ ଓ ବ୍ୟବସ୍ଥା ସହିତ ଯୋଡି ହୋଇଥାଏ, ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସବୁକିଛି ତା ଠାରୁ ବେଶୀ ଭିନ୍ନ ନୁହେଁ। ଏଇ ଯେମିତି ଆମ ଘରେ ମାଆ ବା ଅନ୍ୟମାନେ ରୋଷେଇ କରିବା ବେଳେ କେହି ଜଣେ ସହଯୋଗର ହାତ ବଢାଇ ଦେଇଥାଏ, ଘର ବାହାରେ ବି ଭଲ ମନ୍ଦ କାମରେ ଜଣେ ସାହାଯ୍ୟ କରିଥାଏ, ଠିକ୍ ମହାପ୍ରଭୁଙ୍କ ପାଖରେ ମଧ୍ୟ ସେମିତି ସେବା ଖଞ୍ଜା ରହିଛି।

ଶ୍ରୀଜଗନ୍ନାଥ ଗବେଷକ ଡ. ଭାସ୍କର ମିଶ୍ରଙ୍କ ମତରେ ଶ୍ରୀ ବିଗ୍ରହମାନଙ୍କର ବଲ୍ଲଭ ବା ଗୋପାଳବଲ୍ଲଭ ଭୋଗ ସହ ଯୋଡ଼ି ହୋଇଥିବା ଯୋଗାଣିଆ ସେବକଙ୍କ ସେବା ଉଲ୍ଲେଖନୀୟ। ଏମାନେ ବେଢ଼ା ଓ ପାଳି ଅନୁଯାୟୀ ପ୍ରତ୍ୟହ ଶ୍ରୀମନ୍ଦିରରେ ରୋଷ ହୋମ ସରିଲେ ବଲ୍ଲଭ ଘରକୁ ଯାଇ ଶ୍ରୀ ବିଗ୍ରହମାନଙ୍କ ବଲ୍ଲଭ ଯୋଗାନ୍ତି। ପରେ ସେହି ବଲ୍ଲଭ ଘରୁ ଖଇ, କୋରା ଇତ୍ୟାଦି ନେଇ ମନ୍ଦିର ଭିତର ବେଢ଼ା ଓ ବାହାର ବେଢ଼ାରେ ଥିବା ପାର୍ଶ୍ଵ ଦେବତାମାନଙ୍କୁ ଖଞ୍ଜା ଅନୁସାରେ ବଲ୍ଲଭ ଯୋଗାଇଥାନ୍ତି। ଶ୍ରୀଜିଉଙ୍କୁ ଅଣସର ସମୟରେ ଜୟବିଜୟ ଦ୍ଵାର ଠାରେ ବଲ୍ଲଭ ଯୋଗାଇଥାନ୍ତି।

ରଥଯାତ୍ରା ସମୟରେ ଶ୍ରୀ ବିଗ୍ରହମାନେ ଗୁଣ୍ଡିଚାଘରେ ଅବସ୍ଥାନ କରୁଥିବାବେଳେ ପ୍ରଧାନୀ ସେବକଙ୍କ ସହ ବଲ୍ଲଭ ନେଇ ଏମାନେ ଗୁଣ୍ଡିଚା ମନ୍ଦିର ଠାରେ ଯୋଗାଇଥନ୍ତି । ସେହିପରି ଠାକୁରମାନେ ରଥ ଉପରେ ବିରାଜମାନ କରୁଥିବା ସମୟରେ ମଧ୍ୟ ରଥ ଉପରକୁ ବଲ୍ଲଭ ଭୋଗ ଯୋଗାଇଥାନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ତରଫରୁ ନିଯୁକ୍ତି ଗୁଡ଼ିଆ ବଲ୍ଲଭଘରେ ବଲ୍ଲଭ ଭୋଗ ପ୍ରସ୍ତୁତିକରି ବଲ୍ଲଭ ଯୋଗାଣିଆ ସେବକଙ୍କୁ ଦେଇଥାନ୍ତି।

ବଲ୍ଲଭ ଯୋଗାଣିଆ ସେବକଙ୍କ ଶାଢ଼ୀ ବନ୍ଧା ବିଧି ନାହିଁ। ବିମାନବଡୁ, ଧୋପଖାଳ ଓ ବାହାର ଦେଉଳି ଯୋଗାଣିଆ ସେବା ମଧ୍ୟ ଏମାନେ କରିପାରିବେ। ଏହି ସେବକ ତାଙ୍କର ସେବା ନିର୍ବାହ କରି ପ୍ରଶାସନଠାରୁ ମହାପ୍ରସାଦ ଖେଇ ଓ ଆର୍ଥିକ ପାଳିଆ ପୁରସ୍କାର ପାଇଥାଆନ୍ତି। ସେବାରେ ତ୍ରୁଟି କଲେ ଖେଇ ପ୍ରାପ୍ୟ ଓ ପୁରସ୍କାର ଅର୍ଥ ଆଦି ବନ୍ଦ ହେବାସହ ସେବାରୁ ବାସନ୍ଦ ହେବେ। ଏହି ଗୋଷ୍ଠୀର ଅନ୍ୟ ସେବକ ତାଙ୍କ ସ୍ଥାନରେ ନିଯୁକ୍ତି ହୋଇପାରିବେ। ଏହି ସେବକ ବ୍ରାହ୍ମଣ ଓ ସେବା ବଂଶାନୁକ୍ରମିକ।

Leave A Reply

Your email address will not be published.