ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଶ୍ରୀମନ୍ଦିରରେ ଯୋଗାଣିଆ ସେବକଙ୍କ କାମ କଣ?

0

ଭୁବନେଶ୍ବର: ମଣିଷ ଦୈନନ୍ଦିନ ଜୀବନରେ ଯେଉଁସବୁ କଥା, ଶଦ୍ଦ ଓ ବ୍ୟବସ୍ଥା ସହିତ ଯୋଡି ହୋଇଥାଏ, ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସବୁକିଛି ତା ଠାରୁ ବେଶୀ ଭିନ୍ନ ନୁହେଁ। ଏଇ ଯେମିତି ଆମ ଘରେ ମାଆ ବା ଅନ୍ୟମାନେ ରୋଷେଇ କରିବା ବେଳେ କେହି ଜଣେ ସହଯୋଗର ହାତ ବଢାଇ ଦେଇଥାଏ, ଘର ବାହାରେ ବି ଭଲ ମନ୍ଦ କାମରେ ଜଣେ ସାହାଯ୍ୟ କରିଥାଏ, ଠିକ୍ ମହାପ୍ରଭୁଙ୍କ ପାଖରେ ମଧ୍ୟ ସେମିତି ସେବା ଖଞ୍ଜା ରହିଛି।

ଶ୍ରୀଜଗନ୍ନାଥ ଗବେଷକ ଡ. ଭାସ୍କର ମିଶ୍ରଙ୍କ ମତରେ ଶ୍ରୀ ବିଗ୍ରହମାନଙ୍କର ବଲ୍ଲଭ ବା ଗୋପାଳବଲ୍ଲଭ ଭୋଗ ସହ ଯୋଡ଼ି ହୋଇଥିବା ଯୋଗାଣିଆ ସେବକଙ୍କ ସେବା ଉଲ୍ଲେଖନୀୟ। ଏମାନେ ବେଢ଼ା ଓ ପାଳି ଅନୁଯାୟୀ ପ୍ରତ୍ୟହ ଶ୍ରୀମନ୍ଦିରରେ ରୋଷ ହୋମ ସରିଲେ ବଲ୍ଲଭ ଘରକୁ ଯାଇ ଶ୍ରୀ ବିଗ୍ରହମାନଙ୍କ ବଲ୍ଲଭ ଯୋଗାନ୍ତି। ପରେ ସେହି ବଲ୍ଲଭ ଘରୁ ଖଇ, କୋରା ଇତ୍ୟାଦି ନେଇ ମନ୍ଦିର ଭିତର ବେଢ଼ା ଓ ବାହାର ବେଢ଼ାରେ ଥିବା ପାର୍ଶ୍ଵ ଦେବତାମାନଙ୍କୁ ଖଞ୍ଜା ଅନୁସାରେ ବଲ୍ଲଭ ଯୋଗାଇଥାନ୍ତି। ଶ୍ରୀଜିଉଙ୍କୁ ଅଣସର ସମୟରେ ଜୟବିଜୟ ଦ୍ଵାର ଠାରେ ବଲ୍ଲଭ ଯୋଗାଇଥାନ୍ତି।

ରଥଯାତ୍ରା ସମୟରେ ଶ୍ରୀ ବିଗ୍ରହମାନେ ଗୁଣ୍ଡିଚାଘରେ ଅବସ୍ଥାନ କରୁଥିବାବେଳେ ପ୍ରଧାନୀ ସେବକଙ୍କ ସହ ବଲ୍ଲଭ ନେଇ ଏମାନେ ଗୁଣ୍ଡିଚା ମନ୍ଦିର ଠାରେ ଯୋଗାଇଥନ୍ତି । ସେହିପରି ଠାକୁରମାନେ ରଥ ଉପରେ ବିରାଜମାନ କରୁଥିବା ସମୟରେ ମଧ୍ୟ ରଥ ଉପରକୁ ବଲ୍ଲଭ ଭୋଗ ଯୋଗାଇଥାନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ତରଫରୁ ନିଯୁକ୍ତି ଗୁଡ଼ିଆ ବଲ୍ଲଭଘରେ ବଲ୍ଲଭ ଭୋଗ ପ୍ରସ୍ତୁତିକରି ବଲ୍ଲଭ ଯୋଗାଣିଆ ସେବକଙ୍କୁ ଦେଇଥାନ୍ତି।

ବଲ୍ଲଭ ଯୋଗାଣିଆ ସେବକଙ୍କ ଶାଢ଼ୀ ବନ୍ଧା ବିଧି ନାହିଁ। ବିମାନବଡୁ, ଧୋପଖାଳ ଓ ବାହାର ଦେଉଳି ଯୋଗାଣିଆ ସେବା ମଧ୍ୟ ଏମାନେ କରିପାରିବେ। ଏହି ସେବକ ତାଙ୍କର ସେବା ନିର୍ବାହ କରି ପ୍ରଶାସନଠାରୁ ମହାପ୍ରସାଦ ଖେଇ ଓ ଆର୍ଥିକ ପାଳିଆ ପୁରସ୍କାର ପାଇଥାଆନ୍ତି। ସେବାରେ ତ୍ରୁଟି କଲେ ଖେଇ ପ୍ରାପ୍ୟ ଓ ପୁରସ୍କାର ଅର୍ଥ ଆଦି ବନ୍ଦ ହେବାସହ ସେବାରୁ ବାସନ୍ଦ ହେବେ। ଏହି ଗୋଷ୍ଠୀର ଅନ୍ୟ ସେବକ ତାଙ୍କ ସ୍ଥାନରେ ନିଯୁକ୍ତି ହୋଇପାରିବେ। ଏହି ସେବକ ବ୍ରାହ୍ମଣ ଓ ସେବା ବଂଶାନୁକ୍ରମିକ।

Leave A Reply

Your email address will not be published.