ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆଇନ୍ ଓ ସାହିତ୍ୟ ମଧ୍ୟରେ ରହିଛି ଏକ ଅତୁଟ ସମ୍ପର୍କ: ନ୍ୟାୟମୂର୍ତୀ ମିଶ୍ର

0

ଭୁବନେଶ୍ୱର: ଆଇନ୍ ଏବଂ ସାହିତ୍ୟ ଦୁଇଟିର ଅଲଗା ଅଲଗା ବୈଶିଷ୍ଟ୍ୟ ରହିଛି ଏବଂ ଏହାର ଦିଗ ମଧ୍ୟ ଭିନ୍ନ। କିନ୍ତୁ ଏ ଦୁଇଟି ବୈଶିଷ୍ଟ୍ୟ ମଧ୍ୟରେ ଏକ ଅତୁଟ ସମ୍ପର୍କ ରହିଛି ବୋଲି ଶନିବାର କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଶିବୋ ଶଙ୍କର ମିଶ୍ର।

ଆଇନ୍ ହେଉଛି ଏଭଳି ଏକ ଅନୁଶାସନ ଯାହାକି ମଣିଷର ଆଚରଣ ଓ ବ୍ୟବହାରକୁ ନିୟନ୍ତ୍ରଣ କରିଥାଏ। ଅନ୍ୟ ଦିଗରେ ସାହିତ୍ୟ ମଣିଷର ବ୍ୟବହାରର ପ୍ରତିଫଳନ ବୋଲି ନ୍ୟାୟମୂର୍ତୀ ମିଶ୍ର କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ନ୍ୟାୟମୂର୍ତୀ ମିଶ୍ର। ଲେଖା, ଗଳ୍ପ କଥନ, ଚିତ୍ରକଳା ଏବଂ ନାଟକ ମାଧ୍ୟମରେ ସାହିତ୍ୟର ପ୍ରତିଫଳନ ହୋଇଥାଏ। ସେହିପରି ସାହିତ୍ୟ ଭିତରେ ମଧ୍ୟ ଆଇନ୍‌ର ସନ୍ଧାନ ମିଳିଥାଏ ବୋଲି ସେ କହିଛନ୍ତି।
ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉତ୍କୃଷ୍ଟ ରଚନା “ଛ’ ମାଣ ଆଠଗୁଣ୍ଠ”କୁ ଊଦ୍ଧୃତ କରି ନ୍ୟାୟମୂର୍ତୀ ମିଶ୍ର କହିଥିଲେ ଯେ ଲେଖକ ତାଙ୍କ ଲେଖନୀ ମାଧ୍ୟମରେ ଉପନିବେଶିକ ଭୂମି ଆଇନ୍‌କୁ କିଭଳି ସେହି ସମୟରେ ଅପବ୍ୟବହାର କରାଯାଉଥିଲା ତାହା ସମାଜ ସାମ୍ନାକୁ ଆଣିଥିଲେ। ବ୍ୟାସକବିଙ୍କ ଲେଖନୀ ମାଧ୍ୟମରେ ଆଇନ୍‌ର ପ୍ରତିଫଳନ ହୋଇଥିଲା ବୋଲି ସେ କହିଥିଲେ।

ସେହିପରି ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କ ବହୁ ଚର୍ଚ୍ଚିତ ଉପନ୍ୟାସ ‘ଯାଜ୍ଞସେନୀ’କୁ ଊଦ୍ଧ୍‌ୃତ କରି ନ୍ୟାୟମୂର୍ତୀ ମିଶ୍ର କହିଥିଲେ ଯେ ଏହି ଲେଖିକା ନିଜ ଲେଖନୀ ମାଧ୍ୟମରେ ପୁରୁଷତାନ୍ତ୍ରିକ ଆଇନ ବଳରେ ମହିଳାମାନଙ୍କୁ କିଭଳି ସମାଜରେ ଦମନ କରି ରଖାଯାଇଥାଏ ତାହାର ଉଦାହରଣ ଦେଇଛନ୍ତି। ସେକ୍ସପିୟରଙ୍କ ଲିଖିତ ‘ମର୍ଚାଂଟସ ଅଫ୍ ଭେନିସ୍‌’ ମଧ୍ୟ ସମାଜର ଅନ୍ୟାୟ ଏବଂ କୁସଂସ୍କାରକୁ ପ୍ରତିଫଳିତ କରିଥିବା ବେଳେ ମହାଭାରତରେ ଧର୍ମ ଏବଂ ଅଧର୍ମର ମଧ୍ୟରେ ମହାଯୁଦ୍ଧ ସମ୍ପର୍କରେ ଚିତ୍ରିତ କରାଯାଇଛି।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ସିନିୟର ପ୍ରଫେସର ପ୍ରବୀର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାମାୟଣର ଉଦାହରଣ ଦେଇ ନ୍ୟାୟମୂର୍ତୀ ମିଶ୍ର ମାତା ସୀତାଙ୍କ ଅପହରଣକୁ ଜଣେ ବ୍ୟକ୍ତିର ବିଶୃଙ୍ଖଳିତ ଆଚରଣ ବୋଲି ଦର୍ଶାଇ ଏହା ବେଆଇନ୍ ବୋଲି କହିଥିଲେ। ସୀତାଙ୍କୁ ନ ଫେରାଇବାରୁ ରାବଣକୁ ଦଣ୍ଡିତ ହେବାକୁ ପଡ଼ିଥିଲା।
ନ୍ୟାୟମୂର୍ତୀ ମିଶ୍ର ‘ଶ୍ରୀ ୪୨୦’, ‘ଆୱାରା’ ଏବଂ ‘କାନୁନ୍‌’ ଭଳି ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଉଦାହରଣ ଦେଇ କହିଥିଲେ ଯେ ସିନେମା ମାଧ୍ୟମରେ ମଧ୍ୟ ସମାଜ ସମ୍ମୁଖରେ ଆଇନ୍‌କୁ ଉପସ୍ଥାପିତ କରାଯାଇପାରେ। ପ୍ରସିଦ୍ଧ ଚଳଚ୍ଚିତ୍ର ‘ଅନ୍ଧା କାନୁନ୍‌’କୁ ମନେ ପକାଇ ସେ କହିଥିଲେ ଯେ ଏହି ଚଳଚ୍ଚିତ୍ର ସୂଚାଇ ଥିଲା ଯେ ଜଣେ ବ୍ୟକ୍ତିକୁ ସମାନ ଅପରାଧ ପାଇଁ ଦୁଇ ଥର ଦଣ୍ଡ ଦିଆଯାଇ ପାରିବ ନାହିଁ।

Leave A Reply

Your email address will not be published.