ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଅଭିନେତା ସତୀଶ ଶାହଙ୍କ ପରଲୋକ

0

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ଦୀର୍ଘଦିନ ହେବ ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଏପରିକି ତାଙ୍କର କିଡ୍‌ନୀ ପ୍ରତିରୋପଣ ବି କରାଯାଇଥିଲା। ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି।

ସତୀଶ ୪ ଦଶନ୍ଧି ଧରି ଅଭିନୟ ଜଗତରେ ସକ୍ରିୟ ରହିଥିଲେ। ସେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ‘ହମ୍‌ ସାଥ ସାଥ ହେଁ’, ‘ମେଁ ହୁଁ ନା’, ‘କଲ ହୋ ନା ହୋ’, ‘କଭି ହାଁ କଭି ନାଁ’, ‘ଡିଡିଏଳ’ ଏବଂ ‘ଓମ ଶାନ୍ତି ଓମ’ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। କେବଳ ବଲିଉହ ନୁହଁ, ଟେଲିଭିଜନ ଜଗତରେ ବି ସେ ନିଜର ପରାକାଷ୍ଠା ପ୍ରତିପାଦନ କରିଥିଲେ।

‘ସାରାଭାଇ ଭର୍ସେସ ସାରାଭାଇ’, ‘ଜାନେ ଭି​‌ ଦୋ ୟାରୋ’ ଏବଂ ‘ମେ ହୁଁ ନା’ ଭଳି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ସତୀଶଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସ୍ପଷ୍ଟ କରିଛନ୍ତି। ଆସନ୍ତା ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.