ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଆସୁଛି ଝଡ଼ ‘ମୋନ୍ଥା’, କେନ୍ଦ୍ରାପଡ଼ାବାସୀଙ୍କୁ ସତର୍କ ସୂଚନା

0

ଭୁବନେଶ୍ବର: ବଙ୍ଗୋପସାଗରେ ଗଭୀର ଅବପାତ ବାତ୍ୟା ରୂପ ନେଇଛି ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମୋନ୍ଥା। ଘଣ୍ଟାପ୍ରତି ୧୫କିମି ବେଗରେ ମାଡି ଆସୁଛି ବାତ୍ୟା ‘ମନ୍ଥା’। ଏହି ଝଡ଼ର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ ଏହି ଜିଲାକୁ ପ୍ରଭାବିତ କରିବାକୁ ଥିବାରୁ ଜିଲାବାସୀ ଏବେ ଆଶଙ୍କାରେ ଅଛନ୍ତି।

ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ସୁନାମି ପ୍ରବଣ ୬୪ ଗ୍ରାମ ଓ ବନ୍ୟା ପ୍ରବଣ ୩୬ ଗ୍ରାମରୁ ଅଧିବାସୀଙ୍କୁ ସତର୍କ କରାଉଛନ୍ତି। ଏଥିସହ ଜିଲାର ବିଭିନ୍ନ ଆଶ୍ରୟସ୍ଥଳର ତନଖିକୁ ଗୁରୁତ୍ୱ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ ସହ ଜିଲାର ୮ ସ୍ଥାନରେ ଫେରିଘାଟକୁ ବନ୍ଦ କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ରାଜନଗର, ରାଜକନିକା ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସତର୍କ ସୂଚନା ଦିଆଯାଉଛି। ପବନର ବେଗ ଓ ବର୍ଷା ଅଧିକ ହେଲେ କେନ୍ଦ୍ରାପଡ଼ା ଜିଲାରେ ବହୁ କ୍ଷତି କରିବ ବୋଲି ଆକଳନ କରାଯାଇଛି। ଏହି ଝଡ଼ ପାଇଁ ପୋଲିସ ପ୍ରଶାସନ ସଜାଗ ଥିବାବେଳେ ଅଗ୍ନିଶମ ବାହିନୀର ୧୫ଟି ଟିମକୁ ସଜାଗ ରଖାଯାଇଛି।

ସେହିପରି ଜିଲା ବିଦ୍ୟୁତ୍‌ ବିଭାଗ ସତର୍କ ସୂଚନା ରବିବାର ଜାରି କରିଛନ୍ତି। ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବାତ୍ୟା ସମୟରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବା ସମ୍ଭାବନା ଅଧିକ। କୌଣସି ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲେ ଏହାଠାରୁ ଦୂରରେ ରହି ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଅଞ୍ଚଳବାସୀ ଦିଅନ୍ତୁ। ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଗ୍ୟାଜେଟରେ ଫୁଲଚାର୍ଜ ସମ୍ଭାବ୍ୟ ଝଡ଼ ପୂର୍ବରୁ କରି ନିଅନ୍ତୁ।

ଅପରପକ୍ଷରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମୋନ୍ଥା ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଜିଲାରେ ଏବେ ଖରିଫ ଧାନରେ ଥୋଡ଼ ବାହାରିଛି। ଏଥିସହ ଶୀତଦିନଆ ପନିପରିବା ଚାଷ ଆରମ୍ଭ ହୋଇଛି। ଅତ୍ୟଧିକ ବର୍ଷା ହେଲେ କ୍ଷେତରୁ ଜଳ ନିଷ୍କାସନ ଏକ ସମସ୍ୟା ହେବ। ସେହିପରି ଅତ୍ୟଧିକ ପବନରେ କ୍ଷେତ ନଷ୍ଟ ହେବ। ଚାଷ ପାଇଁ ବିଦ୍ୟୁତ୍‌ ଦେୟ, ସାର, କୀଟନାଶକ, ମଜୁରି ଆଦି ପାଇଁ ବହୁ ଅର୍ଥ ବ୍ୟୟ ହୋଇଛି। ଋଣଗ୍ରସ୍ତ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବ। ଏଥିସହ ପରିବା ଚାଷ ନଷ୍ଟ ହେବ ବୋଲି ଚାଷୀ କଂସାର ଗ୍ରାମର ନିରଞ୍ଜନ ପରିଡ଼ା, ପ୍ରଭାକରପୁର ଗ୍ରାମର ହରେକୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ଝଡ଼ର ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲାପାଳ ରଘୁରାମ ଆର୍‌. ଆୟାର ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.