ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆଫଗାନିସ୍ତାନ ସଂପର୍କରେ କ’ଣ କହିଲେ ମୋଦୀ?

0

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲଗାତର ବଦଳୁଥିବା ସ୍ଥିତି ମଧ୍ୟରେ ବ୍ରିକ୍ସ ଦେଶର ବୈଠକ ବସିଛି। ବିଶ୍ୱର ୫ଟି ଦେଶକୁ ନେଇ ଗଠିତ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଋଷ, ଚୀନ, ଦକ୍ଷିଣ ଆଫ୍ରିକା,ବ୍ରାଜିଲ ଓ ଭାରତର ନେତା ଏହି ସମ୍ମିଳନୀରେ ଆଫଗାନିସ୍ତାନର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଭାରତ ପକ୍ଷରୁ ଆତଙ୍କବାଦକୁ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଇଥିଲା , ସମସ୍ତ ଦେଶ ତାହାକୁ ସମର୍ଥନ କରିବା ସହ ଏକାଠି ହୋଇ ଆତଙ୍କବାଦ ବିରୋଧରେ କାମ କରିବାକୁ କହିଛନ୍ତି।

ଆଫଗାନିସ୍ତାନର ସ୍ଥିତିକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ସବୁ ରାଷ୍ଟ୍ରଗୁଡିକ ମତ ଦେଇଛନ୍ତି। ଆଫଗାନିସ୍ତାନ ମାଟିକୁ ଆତଙ୍କବାଦୀମାନେ ଯେମିତି ବ୍ୟବହାର କରିପାରିବେ ନାହିଁ। ଆତଙ୍କବାଦ ବିରୋଧରେ ଅଗ୍ରାଧିକାର ଭିତ୍ତିରେ ଲଢେଇ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀରେ ନାଁ ନେଇ ପାକସ୍ତାନ ଉପରେ ଭାରତ ସିଧା ଆକ୍ରମଣ କରିଛି। ଭାରତ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି , କାଂଶ ବର୍ଡରରେ ଆତଙ୍କବାଦୀ ଚିନ୍ତାର ବିଷୟ। ଏହା ବ୍ୟତୀତ ଲସ୍କର ଏ ତୋଇବା ଓ ଜୈସ ଏ ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ତାଲିବାନ ସରକାରର ସମର୍ଥନ ମିଳୁଛି । ଯାହା ସୁରକ୍ଷା ଓ ଶାନ୍ତି ଦିଗରେ ବିପଦପୂର୍ଣ୍ଣ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଆଫଗାନିସ୍ତାନ ସ୍ଥିତି ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ସେ କହିଛନ୍ତି, ଆମେ କେହି ଚାହୁଁନାହୁଁ କି ଆଫଗାନିସ୍ତାନ ଏକ ଏମିତି ସ୍ଥାନ ହେଉ, ଯେଉଁଠି ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳୀ ପାଲଟୁ । ଆଫଗାନିସ୍ତାନ ପଡୋଶୀ ରାଷ୍ଟ୍ରଗୁଡିକ ପାଇଁ କେବେ ବି ବିପଦ ହୋଇ ଛିଡା ନ ହବା ଦରକାର। ଆଫଗାନ ନାଗରିକଙ୍କ ପାଇଁ ଆମେ ଶାନ୍ତିର ମାହୋଲ ଚାହୁଁଛୁ ବୋଲି ପୁଟିନ କହିଛନ୍ତି।

ବ୍ରିକ୍ସ ସମ୍ମିଳନୀରେ ପୁଟିନ ଆମେରିକା ଉପରେ ମଧ୍ୟ ବର୍ଷିଛନ୍ତି । ଆମେରିକା ଓ ଏହାର ସହଯୋଗୀ ମାନେ ଆଫଗାନିସ୍ତାନ ମାଟିରୁ ଏମିତି ହଠାତ ପଳାଇବା
ଏପରିକ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ବ୍ରିକ୍ସ ସମ୍ମିଳନୀରେ ସବୁ ରାଷ୍ଟ୍ର ମାନବାଧିକାର, ମହିଳା ଓ ଶିଶୁଙ୍କ ଅଧିକାର ଯେପରି କ୍ଷୂର୍ଣ୍ଣ ନହେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆତଙ୍କବାଦକୁ ନିନ୍ଦା କରାଯିବା ସହ ଆତଙ୍କୀ ସଂଗଠନକୁ ସହାୟତା କରୁଥିବା ଓ ସେମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ସ୍ଥାନ ଗୁଡିକ ବିରୋଧରେ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି।

Leave A Reply

Your email address will not be published.