ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଆଫଗାନିସ୍ତାନ ସଂପର୍କରେ କ’ଣ କହିଲେ ମୋଦୀ?

0

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲଗାତର ବଦଳୁଥିବା ସ୍ଥିତି ମଧ୍ୟରେ ବ୍ରିକ୍ସ ଦେଶର ବୈଠକ ବସିଛି। ବିଶ୍ୱର ୫ଟି ଦେଶକୁ ନେଇ ଗଠିତ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଋଷ, ଚୀନ, ଦକ୍ଷିଣ ଆଫ୍ରିକା,ବ୍ରାଜିଲ ଓ ଭାରତର ନେତା ଏହି ସମ୍ମିଳନୀରେ ଆଫଗାନିସ୍ତାନର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଭାରତ ପକ୍ଷରୁ ଆତଙ୍କବାଦକୁ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଇଥିଲା , ସମସ୍ତ ଦେଶ ତାହାକୁ ସମର୍ଥନ କରିବା ସହ ଏକାଠି ହୋଇ ଆତଙ୍କବାଦ ବିରୋଧରେ କାମ କରିବାକୁ କହିଛନ୍ତି।

ଆଫଗାନିସ୍ତାନର ସ୍ଥିତିକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ସବୁ ରାଷ୍ଟ୍ରଗୁଡିକ ମତ ଦେଇଛନ୍ତି। ଆଫଗାନିସ୍ତାନ ମାଟିକୁ ଆତଙ୍କବାଦୀମାନେ ଯେମିତି ବ୍ୟବହାର କରିପାରିବେ ନାହିଁ। ଆତଙ୍କବାଦ ବିରୋଧରେ ଅଗ୍ରାଧିକାର ଭିତ୍ତିରେ ଲଢେଇ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀରେ ନାଁ ନେଇ ପାକସ୍ତାନ ଉପରେ ଭାରତ ସିଧା ଆକ୍ରମଣ କରିଛି। ଭାରତ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି , କାଂଶ ବର୍ଡରରେ ଆତଙ୍କବାଦୀ ଚିନ୍ତାର ବିଷୟ। ଏହା ବ୍ୟତୀତ ଲସ୍କର ଏ ତୋଇବା ଓ ଜୈସ ଏ ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ତାଲିବାନ ସରକାରର ସମର୍ଥନ ମିଳୁଛି । ଯାହା ସୁରକ୍ଷା ଓ ଶାନ୍ତି ଦିଗରେ ବିପଦପୂର୍ଣ୍ଣ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଆଫଗାନିସ୍ତାନ ସ୍ଥିତି ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ସେ କହିଛନ୍ତି, ଆମେ କେହି ଚାହୁଁନାହୁଁ କି ଆଫଗାନିସ୍ତାନ ଏକ ଏମିତି ସ୍ଥାନ ହେଉ, ଯେଉଁଠି ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳୀ ପାଲଟୁ । ଆଫଗାନିସ୍ତାନ ପଡୋଶୀ ରାଷ୍ଟ୍ରଗୁଡିକ ପାଇଁ କେବେ ବି ବିପଦ ହୋଇ ଛିଡା ନ ହବା ଦରକାର। ଆଫଗାନ ନାଗରିକଙ୍କ ପାଇଁ ଆମେ ଶାନ୍ତିର ମାହୋଲ ଚାହୁଁଛୁ ବୋଲି ପୁଟିନ କହିଛନ୍ତି।

ବ୍ରିକ୍ସ ସମ୍ମିଳନୀରେ ପୁଟିନ ଆମେରିକା ଉପରେ ମଧ୍ୟ ବର୍ଷିଛନ୍ତି । ଆମେରିକା ଓ ଏହାର ସହଯୋଗୀ ମାନେ ଆଫଗାନିସ୍ତାନ ମାଟିରୁ ଏମିତି ହଠାତ ପଳାଇବା
ଏପରିକ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ବ୍ରିକ୍ସ ସମ୍ମିଳନୀରେ ସବୁ ରାଷ୍ଟ୍ର ମାନବାଧିକାର, ମହିଳା ଓ ଶିଶୁଙ୍କ ଅଧିକାର ଯେପରି କ୍ଷୂର୍ଣ୍ଣ ନହେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆତଙ୍କବାଦକୁ ନିନ୍ଦା କରାଯିବା ସହ ଆତଙ୍କୀ ସଂଗଠନକୁ ସହାୟତା କରୁଥିବା ଓ ସେମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ସ୍ଥାନ ଗୁଡିକ ବିରୋଧରେ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି।

Leave A Reply

Your email address will not be published.