ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

କରୋନାର ତୃତୀୟ ଲହର ନେଇ ଆସିଲା ବଡ ପୂର୍ବାନୁମାନ

0

ନୂଆଦିଲ୍ଲୀ: କେବେ ଆସିବ କରୋନାର ତୃତୀୟ ଲହର? ଏହା କେତେ ଘାତକ ହେବ ? କେରଳ ଓ ପୂର୍ବୋତ୍ତର ରାଜ୍ୟରେ ସଂକ୍ରମଣ ବଢିବା ପରେ ତୃତୀୟ ଲହରକୁ ନେଇ ଲୋକଙ୍କ ମଧ୍ୟରେ ଭୟ ରହିଛି। ଏହା ଭିତରେ ଏସିଆର ସବୁଠୁ ବଡ଼ ପ୍ରତିଷ୍ଠାନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଆକଳନ ଆଶ୍ୱସ୍ତି ଆଣିଛି।

ବୈଜ୍ଞାନିକଙ୍କ ଜ୍ଞାନେଶ୍ୱର ଚୋବେଙ୍କ ଆକଳନ ଅନୁସାରେ ,କରୋନାରେ ତୃତୀୟ ଲହର ପାଖାପାଖି ୩ ମାସ ପରେ ଆସିବ। ଏହା ଅଧିକ ଘାତକ ହେବନି ବୋଲି ସେ କହିଛନ୍ତି। ବିଏଚୟୁ ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ତୃତୀୟ ଲହର ଯେହେତୁ ୩ ମାସ ପରେ ଆସିବ ତେଣୁ ଏହାକୁ ରୋକିବାରେ ଟିକାକରଣ ସହାୟକ ହୋଇପାରିବ। କାରଣ ଦେଶରେ ଯେଭଳି ମାତ୍ରାରେ ଟିକାକରଣ ହେଉଛି ୩ ମାସ ମଧ୍ୟରେ ଆହୁରି ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇ ସାରିଥିବ।

ସେହିଭଳି ୩ ମାସ ମଧ୍ୟରେ ଛୋଟ ଛୁଆଙ୍କ ପାଇଁ ମଧ୍ୟ ଟିକା ଆସିଯାଇଥିବ। ତେଣୁ ଛୋଟ ଛୁଆ ଯେଉଁଭଳି ତୃତୀୟ ଲହରରେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ଅନୁମାନ କରାଯାଉଥିଲା ତାହା ହୋଇନପାରେ। ବିଏଚୟୁର ବୈଜ୍ଞାନିକ ପ୍ରଫେସର ଜ୍ଞାନେଶ୍ୱର ଚୋବେ କହିଛନ୍ତି ଯେ, ଏବେ କେରଳ ଓ ଉତ୍ତର ପୂର୍ବର କିଛି ରାଜ୍ୟରେ ସଂକ୍ରମଣ ବଢୁଥିବାର ଦେଖାଦେଉଛି। କିନ୍ତୁ ଉତ୍ତର ପ୍ରଦେଶ ଭଳି ଏତେ ବଡ଼ ରାଜ୍ୟରେ ୧୦-୨୦ ନୂଆ ମାମଲା ସାମନାକୁ ଆସିବା ବଡ଼ କଥା। କେରଳରେ ୪୦ ପ୍ରତିଶତ ଲୋକଙ୍କ ଦେହରେ ସେରୋ ପଜିଟିଭିଟି ବଢିଥିଲା । ହେଲେ ଉତ୍ତର ପ୍ରଦେଶରେ ୭୦ ପ୍ରତିଶତ ଲୋକଙ୍କର ସେରୋ ପଜିଟିଭିଟି ବଢିସାରିଛି।

ଚୋବେଙ୍କ କହିବା ଅନୁସାରେ, କେରଳରେ ଗୋଟିଏ ମାସ ପରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବ ଏବଂ ସେଠାରେ ମଧ୍ୟ ୟୁପି ପରି କମ ଆକ୍ରାନ୍ତ ଚିହ୍ନଟ ହେବେ। ପୂର୍ବରୁ ଅନେକ ବିଶେଷଜ୍ଞ ସେପ୍ଟେମ୍ବର କି ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିବ ଏବଂ ଏହା ପିକକୁ ଛୁଇଁବ ବୋଲି ଆକଳନ କରିଥିଲେ।

Leave A Reply

Your email address will not be published.